ଦୀପାବଳିରେ ସମସ୍ତେ ବାଣ ଫୁଟାଇବା ଓ ମିଠା ଖାଇବାକୁ କେହି ଭୁଲନ୍ତି ନାହିଁ। ଏହି ମଉକାରେ ସମସ୍ତେ ଉପହାର ଦିଆନିଆ ହୁଅନ୍ତି। ସେଥିପାଇଁ ଅନେକ କମ୍ପାନି ଗିପ୍ଟ ପ୍ୟାକ୍ ସହ ବିଭିନ୍ନ ସ୍କିମ୍ ଆଣନ୍ତି। ଏହି ଗିଫ୍ଟ ପ୍ୟାକ୍କୁ ଆମେ ଉପହାରସ୍ବରୁପ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କୁ ଦେଇଥାଉ। ଏହିକ୍ରମରେ ବଜାରରେ ଏକ ଲୋକପ୍ରିୟ ବ୍ରାଣ୍ଡ ହେଉଛି କ୍ୟାଡ୍ବରି। କ୍ୟାଡ୍ବରିର ଲୋଭନୀୟ ଅଫର୍ ଓ ପ୍ୟାକେଜିଂ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ତେବେ କ୍ୟାଡ୍ବରି କମ୍ପାନି ଏବର୍ଷ ଆଉପାଦେ ଆଗକୁ ଯାଇ ଏକ ନୂତନ ଅଫର୍ ଜାରି କରିଛି। କମ୍ପାନି ଏବେ ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ସାମିଲ୍ କରିବାକୁ ନିଜ ସହ ଯୋଡ଼ିଛି। କାରଣ ଅନେକ ମହିଳା ଯେଉଁମାନେ ଦୀପାବଳି ସମୟରେ ଦୀପ, ମହମବତି, ବାଣ, ଘରତିଆରି ମିଠେଇ ଓ ଚକୋଲେଟ୍ ପରି ଛୋଟ ଛୋଟ ଉଦ୍ୟୋଗ ଚଳାଇଥାନ୍ତି, ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ କମ୍ପାନି ଏହାକୁ ନିଜ ପ୍ଲାନିଂରେ ସାମିଲ କରିଛି।
ବିଲ୍ବୋର୍ଡରେ ମହିଳାମାନଙ୍କ ଫଟୋ ଓ କ୍ୟୁଆର୍ କୋଡ୍ ଦେଇ ବିଜ୍ଞାପନ ଜାରି କରିଛି। ଏହାଦ୍ବାରା ମହିଳାମାନେ ଆତ୍ମନିର୍ଭରଶୀଳ େହାଇ ବେଶ୍ ଦୁଇପଇସା କମାଇ ପାରିବେ। କ୍ୟୁଆର୍ କୋଡ୍ ସ୍କାନ୍ କଲେ ଆପଣ ସିଧାସଳଖ ହ୍ବାଟ୍ସଆପ୍ ବିଜନେସ୍ରେ ଯୋଡ଼ି ହୋଇପାରିବେ ଏବଂ ସେହିଠାରୁ ଅର୍ଡର୍ ଦେଇପାରିବେ। ତେବେ ଏହି ବିଲ୍ବୋର୍ଡରେ ନିଜ ଘର ତଥା ପଡ଼ୋଶୀ କିମ୍ବା ପ୍ରିୟପରିଜନ ମହିଳାଙ୍କ ଫଟୋ ଦେଖି ଆପଣଙ୍କୁ ଆପଣଙ୍କ ପ୍ରିୟ ମଣିଷଙ୍କ ପାଖରୁ ଦୀପାବଳି ଉପହାର ପାଇବା ଭଳି ଲାଗିବ। ବର୍ତ୍ତମାନ ସୁଦ୍ଧା ୩.୨ ମିଲିୟନ୍ କ୍ୟୁଆର୍କୋଡ୍ ସ୍କାନ୍ କରି ୨୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଯୋଡ଼ିହେଲେଣି। #ଦିସ୍ଆଡ୍ଇଜ୍ମାଇଁଷ୍ଟୋର୍ (#ThisAdIsMyStore) ନାଁରେ ମହିଳାମାନଙ୍କୁ କ୍ଷୁଦ୍ର ଉଦ୍ୟୋଗୀ ଭାବେ ପରିଚିତି ଦେଇଛି ଲୋକପ୍ରିୟ ଚକୋଲେଟ୍ କମ୍ପାନି କ୍ୟାଡ୍ବରି।