ଏଣିକି କେହି କାହାକୁ ଏହି ଗୋଟିଏ ଶବ୍ଦ କହିପାରିବେ ନାହିଁ, କୌଣସି ବ୍ୟକ୍ତିଙ୍କୁ ଏପରି ଶବ୍ଦ କହିଲେ ଜେଲଦଣ୍ଡ ସହ ଦେବାକୁ ପଡ଼ିପାରେ ଜରିମାନା!
ଏଣିକି ଦେଶରେ ଆଉ କେହି କାହାକୁ କହିପାରିବେ ନାହିଁ ଏହି ଗୋଟିଏ ଶବ୍ଦ। ଯଦି କାହାକୁ ଏପରି ଶବ୍ଦ କହୁନ୍ତି ତେବେ ଜେଲଦଣ୍ଡ ସହ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ। ଏହି ଶବ୍ଦଟି ହେଲା ‘ନପୁଂସକ’। କୌଣସି ବି ବ୍ୟକ୍ତିଙ୍କୁ ଏଣିକି ‘ନପୁଂସକ’ କହିବା ଆପଣଙ୍କୁ ମହଙ୍ଗା ପଡିପାରେ । ଏପରିକି ଏଥିପାଇଁ ଆପଣଙ୍କୁ ଜେଲର ହାୱା ବି ଖାଇବାକୁ ପଡିପାରେ । ତେବେ ଏକଥା ଆମେ କହୁନାହିଁ ବରଂ ନିକଟରେ କୋର୍ଟ ଦେଇଥିବା ଏକ ନିଷ୍ପତିରେ କୁହାଯାଇଛି । ନିକଟରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଦ୍ୱାରା ନିଆଯାଇଥିବା ଏଭଳି ଏକ ଐତିହାସିକ ନିଷ୍ପତିରେ କୁହାଯାଇଛି କି, କୌଣସି ବି ବ୍ୟକ୍ତିଙ୍କୁ ନପୁଂସକ କହିବା ମାନହାନୀ ସହିତ ସମାନ, ଯାହା ଏକ ଦଣ୍ଡନୀୟ ଅପରାଧ ଅଟେ ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି କେହି କୌଣସି ବ୍ୟକ୍ତିଙ୍କ ପାଇଁ ଏପରି ଶଦ୍ଦ ବ୍ୟବହାର କରନ୍ତି ତେବେ ତାଙ୍କୁ ଜେଲ ସହିତ ୧୦ କୋଟି ଟଙ୍କାର ମାନହାନୀ ବାବଦକୁ ଜରିମାନା ମଧ୍ୟ ଦେବାକୁ ପଡିପାରେ । କୌଣସି ବ୍ୟକ୍ତିଙ୍କୁ ‘ନପୁଂସକ’ କହିବା ମାନହାନୀ ଏବଂ ଏହା ତାଙ୍କର ପୁରଷ ପଣିଆର ପ୍ରତିକୂଳ ପ୍ରତିବିମ୍ବ ପକାଉଛି ବୋଲି ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ କୁହାଯାଇଛି। ସ୍ୱାମୀଙ୍କ ଅଭିଯୋଗ ଆଧାରରେ ପତ୍ନୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ବିଚାରୁ ଛାଡ଼ ପାଇବାକୁ ଉକ୍ତ ମହିଳା ଜଣକ କରିଥିବା ଆବେଦନକୁ ଖାରଜ କରିବା ବେଳେ ହାଇକୋର୍ଟ କହିଥିଲେ କି, ଏଭଳି ଶବ୍ଦ ପ୍ରୟୋଗ କରିବା ମାନହାନୀ କରିବା ସଙ୍ଗେ ସମାନ। ଛାଡ଼ପତ୍ର ଦେବା ନିମନ୍ତେ ଯୌତୁକ, ଗୃହବିବାଦ ଏବଂ ନିର୍ଯ୍ୟାତନା ସହ ‘ନପୁଂସକତା’କୁ କାରଣ ଭାବେ ଉଲ୍ଲେଖ କରି ସମ୍ପ୍ରତି ଅନେକ ମହିଳା ଆବେଦନ କରୁଥିବାରୁ ହାଇକୋର୍ଟଙ୍କ ଏହି ରାୟ ଅନେକ ସ୍ୱାମୀଙ୍କୁ ସାହାଯ୍ୟ କରିବ।
ଜଷ୍ଟିସ୍ ସୁନୀଲ ଶୁକ୍ରେଙ୍କ ଜଣିକିଆ ଖଣ୍ଡପୀଠ କହିଥିଲେ କି: ସାଧାରଣ ଏବଂ ବ୍ୟାକରଣଗତ ଦୃଷ୍ଟିରେ ବୁଝିଲେ ‘ନପୁଂସକ’ ଜଣେ ବ୍ୟକ୍ତିଙ୍କ ପୁରୁଷପଣିଆ ଉପରେ ପ୍ରତିକୂଳ ପ୍ରଭାବ ପକାଏ ଓ ତାଙ୍କ ସମ୍ପର୍କରେ ଅନ୍ୟମାନେ ପ୍ରତିକୂଳ ମନ୍ତବ୍ୟ ଦିଅନ୍ତି। ତେଣୁ ଏହାର ବ୍ୟବହାର ଏବଂ ପ୍ରକାଶନକୁ ଧାରା ୪୯୯ରେ ଅନୁଧ୍ୟାନ କରାଯାଉଥିବାରୁ ଏହା ଧାରା ୫୦୦ ଅନୁସାରେ ମାନହାନୀ ଅନ୍ତର୍ଭୁକ୍ତ। ଚାଲିଥିବା ଅପରାଧିକ ବିଚାରଧାରାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରି ବିଚାରପତି କହିଲେ କି, ବିଶେଷ କରି ପିଲାଜନ୍ମ କ୍ଷେତ୍ରରେ ସ୍ତ୍ରୀରୋଗ ଓ ପ୍ରସୂତୀ ବିଶେଷଜ୍ଞଙ୍କ ଡାକ୍ତରୀ ପରୀକ୍ଷା ପରେ ନପୁଂସକ ବ୍ୟକ୍ତି ବୋଲି ଉଲ୍ଲେଖ କରାଯାଇଥିଲେ ବି ଏ ଶବ୍ଦକୁ ପ୍ରକାଶ କରିବା ଦ୍ୱାରା ହେଉଥିବା କ୍ଷତିକୁ ଧୋଇ ହେବ ନାହିଁ।
ଝିଅ ଜନ୍ମହେବା ପରେ ଉକ୍ତ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ୨୦୧୬ ମସିହା ନଭେମ୍ବର ୨୧ ତାରିଖ ଦିନ ପତ୍ନୀ ବାପଘରକୁ ଚାଲିଯାଇଥିଲେ। ପରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଏବଂ କୋର୍ଟ ସ୍ୱାମୀଙ୍କୁ ଝିଅର ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ଦେଇଥିଲେ। ଏହି ଆଦେଶକୁ ପତ୍ନୀ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ।