ବାହାରକୁ ବୁଲି ଯାଉଛନ୍ତି କି ? ରହିବା ଲାଗି କୌଣସି ହୋଟେଲ ଚୟନ କରିବା ପୂର୍ବରୁ ପ୍ରଥମେ ଏହାର ରେପୁଟେସନ୍ ବା ସୁଖ୍ୟାତି-କୁଖ୍ୟାତି ସଂପର୍କରେ ପରଖି ନିଅନ୍ତୁ। ହେଟେଲରେ ନିକଟରେ କୌଣସି ଅପରାଧ ଘଟିଛି କି? ଏହାର ଅବସ୍ଥିତ କିଭଳି ସ୍ଥାନରେ ଅଛି। ବେଳେ ବେଳେ ଆମେ ଶସ୍ତାରେ ଅଧକ ସୁବିଧା ପାଇଲେ ଏସବୁ ଦେଖୁନା। ହୋଟେଲ ବାଛିବା ପୂର୍ବରୁ ପ୍ରଥମେ ତାହା ଆପଣଙ୍କ ପାଇଁ ସୁରକ୍ଷିତ କି ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ । କାରଣ ଆପଣଙ୍କର ଛୋଟରୁ ଅତି ଛୋଟିଆ ଭୁଲ ଆପଣଙ୍କୁ କୌଣସି ବଡ ବିପଦରେ ପକାଇ ଦେଇପାରେ । ଏଭଳି ବି ହୋଇପାରେ କି ଆପଣ ହୋଟେଲର ଯେଉଁ ରୁମରେ ରହିଛନ୍ତି ସେଠି କେହି କ୍ୟାମେରା ଲଗାଇ ଦେଇନାହାଁନ୍ତି ତ ? ଏପରିକି ଆପଣଙ୍କ ବାଥରୁମରେ ଥିବା ଶାମ୍ପୁ ବୋତଲରେ କ୍ୟାମେରା ଲୁଚାଯାଇନାହିଁ ତ ?
ଏଭଳି ହିଁ ଏକ ମାମଲା ନ୍ୟୁଜଲାଣ୍ଡରେ ଘଟିଛି । ଜଣେ ହୋଟେଲ ମାଲିକଙ୍କ ବିରୋଧରେ ବାଥରୁମରେ ଶାମ୍ପୁ ବୋତଲରେ କ୍ୟାମେରା ଲୁଚାଇ ମହିଳାମାନଙ୍କର ଅଶ୍ଳୀଳ ଭିଡିଓ ବନାଉଥିବାର ଅଭିଯୋଗ ଆସିଛି । ପୁଲିସ ହୋଟେଲ ମାଲିକଙ୍କ ପାଖରୁ ୩୪ ଜଣ ମହିଳାଙ୍କ ୨୧୯ଟି ଅଶ୍ଳୀଳ ଫଟୋ ଜବତ କରିଛି । କୁହାଯାଉଛି କି, ସେ ମହିଳାମାନଙ୍କର ଭିଡିଓ ଅଶ୍ଳୀଳ ସାଇଟରେ ଅପଲୋଡ କରି ଟଙ୍କା ରୋଜଗାର କରୁଥିଲା । ଯେତେବେଳେ କୌଣସି ମହିଳା ହୋଟେଲକୁ ରହିବାକୁ ଆସୁଥିଲେ ସେତେବେଳେ ଅଭିଯୁକ୍ତ ଜଣକ ସେମାନେ ବ୍ୟବହାର କରୁଥିବା ବାଥରୁମରେ ଶାୱାର ପାଖରେ ପୂର୍ବରୁ ହିଁ ଶାମ୍ପୁ ବୋତଲ ରଖି ଆସୁଥିଲା ଏବଂ ମହିଳା ଯିବା ପରେ ଅଭିଯୁକ୍ତ ଜଣକ କ୍ୟାମେରାରୁ ଫୁଟେଜକୁ ହାର୍ଡ ଡ୍ରାଇଭରେ ନେଇଯାଉଥିଲା । ଏହିସବୁ ଭିଡିଓଗୁଡିକୁ ବିଭିନ୍ନ ଅଶ୍ଳୀଳ ସାଇଟରେ ଅପଲୋଡ କରି ଟଙ୍କା ରୋଜଗାର କରୁଥିଲା ।
/sambad/media/post_attachments/wp-content/uploads/2018/08/images-1-11.jpg)
ହୋଟେଲରେ ରହିବା ସମୟରେ କିଭଳି ରହିବେ ସତର୍କ
ହୋଟେଲ ରୁମରେ ରହିବା ପୂର୍ବରୁ ସର୍ବପ୍ରଥମେ ଚେକ୍ କରନ୍ତୁ କି ଆପଣଙ୍କ ରୁମରେ କେଉଁଠି ରେଡ କିମ୍ବା ଗ୍ରିନ ଲାଇଟ୍ ଜଳୁନାହିଁ ତ । ଏଥିପାଇଁ ଆପଣ ଯେତେବେଳେ ରୁମ ଭିତରକୁ ଯାଉଛନ୍ତି, ପ୍ରଥମେ ରୁମର ସମସ୍ତ ଲାଇଟ୍ ବନ୍ଦ କରିଦିଅନ୍ତୁ ଏବଂ ଭଲ ଭାବରେ ଚେକ କରନ୍ତୁ କି ରୁମରେ କେଉଁଠି ନାଲି କିମ୍ବା ସବୁଜ ଲାଇଟ ଜଳୁନାହିଁ ତ ।
ଶାମ୍ପୁ ବୋତଲରେ କ୍ୟାମେରା
ହୋଟେଲ ବାଥରୁମ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ବାଥରୁମରେ ଥିବା ସମସ୍ତ ଜିନିଷଗୁଡିକୁ ଭଲ ଭାବରେ ଚେକ୍ କରନ୍ତୁ । କାରଣ ଏଭଳି ବି ହୋଇପାରେ କି କେହି ଶାମ୍ପୁ ବୋତଲରେ କିମ୍ବା ଅନ୍ୟ କୌଣସି ଜିନିଷରେ କ୍ୟାମେରା ଲୁଚାଇନାହାଁନ୍ତି ତ?
ହ୍ୟାଣ୍ଡେଲ ଏବଂ ହୁକରେ ଲୁଚାଯାଇଥିବା କ୍ୟାମେରା
କ୍ୟାମେରା କବାଟରେ ଲାଗିଥିବା ହ୍ୟାଣ୍ଡେଲ କିମ୍ବା ହୁକରେ ମଧ୍ୟ ଥାଇପାରେ । ଟ୍ରାଏଲ ରୁମରେ ଏହା ଉପରେ ବେଶି ଗୁରୁତ୍ୱ ଦେବେ କି କବାଟରେ ଲାଗିଥିବା ହ୍ୟାଣ୍ଡେଲରେ କ୍ୟାମେରା ଲୁଚାଯାଇନାହିଁ ତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/098.jpg)