ସମୁଦ୍ରରେ ହଜି ଯାଇଥିବା କ୍ୟାମେରା ଦୁଇବର୍ଷ ପରେ ମିଳିଲା; ଅନ ହେବା ସହିତ ସେଥିରେ ଥିଲା ଫୁଲ ଚାର୍ଜ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏମିତି  କିଛି ଘଟଣା ଘଟିଥାଏ  ଯାହାକୁ ବିଶ୍ବାସ କରି ହୋଇ ନଥାଏ। ଏମିତି ଏକ ଘଟଣା ତାଇବାନରେ ଘଟିଛି। ଯେଉଁଠାରେ ଦୁଇବର୍ଷ ପୂର୍ବେ ସମୁଦ୍ରରେ ହଜି ଯାଇଥିବା ଏକ କ୍ୟାମେରା ମିଳିଛି। ଏହି କ୍ୟାମେରା ମାଲିକ ଯିଏ ତାଙ୍କୁ ଫେରାଇ ଦିଆଯିବ ବୋଲି କୁହାଯାଉଛି। ଯିଏକି ଅନ୍ୟ ଦେଶରେ ବସବାସ କରୁଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି କ୍ୟାମେରା ତାଇବାନର ଏକ ସମୁଦ୍ର କୂଳରୁ ମିଳିଛି। ଯାହାକି ବାର୍ନେକଲ ଓ ସେଲ୍ସରେ ଢ଼ାଙ୍କି ହୋଇଯାଇଛି। କ୍ୟାମେରାକୁ ଚିହ୍ନିବା ବହୁତ କଷ୍ଟ ଥିଲା। ଆଶ୍ଚର୍ଯ୍ୟର କଥା ଦୁଇବର୍ଷ ପରେ ସମୁଦ୍ର ଭିତରୁ ମିଳିଥିବା ଏହି କ୍ୟାମେରା ଏବେ ବି କାମ କରୁଛି। ଏହାର ୱାଟର ପ୍ରୁଫ ସିଷ୍ଟମକୁ ବହୁତ ପ୍ରଶଂସା କରାଯାଉଛି। ଯାହା ପାଇଁ କ୍ୟାମେରା ବି ଏଯାବତ ସୁରକ୍ଷିତ ରହିଛି।

ଏହି କ୍ୟାମେରାକୁ ସ୍କୁଲ ପିଲା ଓ ଶିକ୍ଷକମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ସମୟରେ ପାଇଛନ୍ତି। କ୍ୟାମେରା ପାଇବା ପରେ ସେମାନେ ତାହାର ମାଲିକ କିଏ ତାଙ୍କୁ ଖୋଜି ବାହାର କରିବାକୁ ସ୍ଥିର କରିଥିଲେ। ଏହି କ୍ୟାମେରା ସମ୍ବନ୍ଧୀତ ଏକ ପୋଷ୍ଟକୁ ଫେସବୁକରେ ସେୟାର କରାଯାଇଥିଲା। ଯାହାକି ଦେଖୁଦେଖୁ ଭାଇରାଲ ହୋଇଯାଇଥିଲା। ଏହି ପୋଷ୍ଟକୁ ଏଯାବତ ୧୩,୦୦୦ରୁ ଅଧିକ ଥର ସେୟାର କରାଯାଇଛି।

କ୍ୟାମେରାରେ କିଛି ଚିତ୍ର ଜାପାନର ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି କ୍ୟାମେରାକୁ ପାଇଥିବା ପିଲା ଓ ଶିକ୍ଷକମାନେ ଚୀନ ଓ ଜାପାନ ଭାଷାରେ ଫେସବୁକ ପୋଷ୍ଟରେ ଲେଖିଥିଲେ। ୨୪ ଘଣ୍ଟା ଭିତରେ ସେମାନେ କ୍ୟାମେରା ମାଲିକଙ୍କୁ ଟ୍ରାକ କରିବାରେ ସଫଳ ହୋଇ ଯାଇଥିଲେ।

କ୍ୟାମେରା ମାଲିକ ସିରିନା ତସୁବାକିହାରା ଫେସବୁକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଏବେ ବି ଏହା ଉପରେ ବିଶ୍ବାସ କରି ପାରୁ ନାହିଁ। କ’ଣ ବାସ୍ତବରେ ଏମିତି ଘଟିଛି। ସେ ଆହୁରି ଲେଖିଛନ୍ତି, ୨୦୧୫ରେ ତାଙ୍କ ସାଙ୍ଗ ସହିତ ଓକିନାଭର ଇର୍ସିଗକି ଦ୍ବୀପ ସ୍କୁବ ଡ୍ରାଇଭିଂ ପାଇଁ ଯାଇଥିଲେ। ଏହି ସମୟରେ ମଜାମସ୍ତି କରୁକରୁ କ୍ୟାମେରା ସମୁଦ୍ରରେ ପଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ବି ମିଳି ନଥିଲା। ଜୁନରେ ତାଇବାନ ଯାଇ କ୍ୟାମେରା ଖୋଜି ବାହାର କରି  ଲୋକଙ୍କୁ ଭେଟିବି।

 

ସମ୍ବନ୍ଧିତ ଖବର