ଦର୍ଶକଙ୍କ ସହ ସଂପର୍କକୁ ଆଗକୁ ନେବା ସହ ଆହୁରି ମଜଭୁତ୍‌ କରିବାକୁ ଆଉ ପାଦେ ଆଗେଇଛି ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ। ଏକ ଅଭିନବ ପ୍ରୟାସ ଅନୁଯାୟୀ, ଜୀ-ସାର୍ଥକର ଟିମ୍ ଏକ ପ୍ରଚାର ଗାଡ଼ିରେ ଲୋକମାନଙ୍କ ପାଖରେ ପହଞ୍ଚି ଚ୍ୟାନେଲରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ଉପରେ ମତାମତ ସଂଗ୍ରହ କରିବ ଓ ବିଚାରବିମର୍ଶ କରିବ। ଲୋକଙ୍କ ପସନ୍ଦର କାହାଣୀ, ରିଅଲିଟି ସୋ’ ଓ ସେଥିରେ ଚାହୁଥିବା ପରିବର୍ତ୍ତନ ସବୁ ଜାଣିବାକୁ ଚେଷ୍ଟା କରିବେ। ଓଡ଼ିଶାର ୩୦ ଜିଲ୍ଲା ପରିଦର୍ଶନ କରି ଏହି ଟିମ୍‌ ଗାଁ, ସହରର ବିଭିନ୍ନ ପ୍ରାନ୍ତରେ ଦର୍ଶକଙ୍କ ସହ ଭିନ୍ନଭିନ୍ନ ଖେଳ ଖେଳିବା ସହ ଆକର୍ଷଣୀୟ ଉପହାର ଦେବ।
ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଜୀ-ସାର୍ଥକର ଲୋକପ୍ରିୟ ଚରିତ୍ରଗୁଡ଼ିକ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛି।

Advertisment

ସମ୍ପର୍କ ଗଢ଼ିବା କିଛି ବଡ଼ କଥା ନୁହେଁ, କିନ୍ତୁ ସମ୍ପର୍କରେ ଯୋଡ଼ି ହୋଇ ରହିବା ସବୁଠାରୁ ବଡ କଥା। ଠିକ୍ ସେମିତି ଜୀ ସାର୍ଥକ ଯୋଡ଼ି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତା’ର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜଭୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ।