ହୋମିଓପାଥି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ବୋଲି କୁହାଯାଏ। ଏହା ଠିକ୍?
ହଁ, ହୋମିଓପାଥି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କାରଣ ଏହାର ଔଷଧ ଉଦ୍ଭିଦ ଓ ଖଣିଜ ପଦାର୍ଥରୁ ତିଆରି। ତେଣୁ ପ୍ରତିରୋଧକ ଶକ୍ତି ବଢ଼େ।
ହୋମିଓପାଥି ଔଷଧର ପାର୍ଶ୍ବପ୍ରତିକ୍ରିୟା ନାହିଁ ବୋଲି କୁହାଯାଏ। ଏହା କ’ଣ ସତ?
ଶହେ ପ୍ରତିଶତ ସତ। କାରଣ ପ୍ରସ୍ତୁତି ପରେ ଏହାର ପରୀକ୍ଷଣ ସୁସ୍ଥ ସବଳ ମନୁଷ୍ୟ ଉପରେ କରାଯାଇଥାଏ। ଏଲୋପାଥି କିନ୍ତୁ ପ୍ରାଣୀଙ୍କ ଉପରେ ପରୀକ୍ଷା କରାଯାଇଥାଏ, ଯାହାର କିଛି ସ୍ଥାନରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଏ।
ହୋମିଓପାଥି ସହିତ ଆମେ ଏଲୋପାଥି ଓ ଆୟୁର୍ବେଦ ଔଷଧ ସେବନ କରିବା ଠିକ୍ କି?
ହଁ, ହୋମିଓପାଥି ସହିତ ଆପଣ ଏଲୋପାଥି ଓ ଆୟୁର୍ବେଦ ଔଷଧ ସେବନ କରିପାରିବେ। ମନେକରନ୍ତୁ, ଜଣେ ମଧୁମେହ, ହୃଦ୍ରୋଗ ଓ ଥାଇରଏଡ୍ ସମସ୍ୟା ହେତୁ ଏଲୋପାଥି ଔଷଧ ଖାଉଛନ୍ତି। ଏହାକୁ ଆମେ ହଠାତ୍ ବନ୍ଦ କରିବାକୁ କହୁନାହଁୁ। ଏହା ସହିତ ଆମେ ହୋମିଓପାଥି ଖାଇବାକୁ ଦେଇଥାଉ। କେବଳ ସମୟର ବ୍ୟବଧାନ ରଖି ଔଷଧ ଖାଇବା ଉଚିତ। ଧୀରେ ଧୀରେ ଏହା ଶରୀର ସହିତ ଖାପ ଖାଇଗଲେ ଏଲୋପାଥି ଛାଡ଼ିବାକୁ କୁହାଯାଏ।
କ୍ରନିକ୍ ରୋଗଗୁଡ଼ିକ ପାଇଁ ହୋମିଓପାଥି କେତେ ଭଲ? କେଉଁ କ୍ଷେତ୍ରରେ ଏହାର ସେବନ ଉଚିତ ନୁହେଁ?
ଦୀର୍ଘସ୍ଥାୟୀ ରୋଗ ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥାଏ। ମନେ କରନ୍ତୁ ରିମାଟିକ୍ ସମସ୍ୟାରେ ଏଲୋପାଥି କେବଳ ଯନ୍ତ୍ରଣା କମାଇଥାଏ। କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ଧରି ଆମେ ହୋମିଓପାଥି ଖାଇପାରିବା। କାରଣ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ବେଳେବେଳେ ବିନା ଅସ୍ତ୍ରୋପଚାରରେ କିଛି ରୋଗର ମଧ୍ୟ ସମାଧାନ ହୋଇପାରୁଛି। ପ୍ରତ୍ୟେକ କ୍ଷେତ୍ରରେ ଆମେ ହୋମିଓପାଥି ଔଷଧ ସେବନ କରିପାରିବା।
ଏଡିଏଚ୍ଡି ଓ ଅଟିଜିମ୍ ପରି ସମସ୍ୟା ହୋମିଓପାଥିରେ ଭଲ ହେଉଛି?
ହଁ, ପିଲାଙ୍କ ଶରୀରରେ ଦେଖାଯାଉଥିବା ଏହି ରୋଗଗୁଡ଼ିକୁ ମଧ୍ୟ ହୋମିଓପାଥିରେ ଭଲ କରିହେବ। ଏହା ମଧ୍ୟ ଏକ ରୋଗପ୍ରତିରୋଧକ ସମସ୍ୟା। ଏ କ୍ଷେତ୍ରରେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିଲେ ଏପରି ଦୁର୍ବଳ ମାନସିକ ରୋଗୀ ମଧ୍ୟ ଭଲ ହୋଇପାରିବେ।
ଅନ୍ୟ ଔଷଧ ସହିତ ବି ଖାଇପାରିବେ ହୋମିଓପାଥି
ଶହେ ପ୍ରତିଶତ ସତ। କାରଣ ପ୍ରସ୍ତୁତି ପରେ ଏହାର ପରୀକ୍ଷଣ ସୁସ୍ଥ ସବଳ ମନୁଷ୍ୟ ଉପରେ କରାଯାଇଥାଏ। ଏଲୋପାଥି କିନ୍ତୁ ପ୍ରାଣୀଙ୍କ ଉପରେ ପରୀକ୍ଷା କରାଯାଇଥାଏ, ଯାହାର କିଛି ସ୍ଥାନରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଏ।
/sambad/media/media_files/2025/09/10/sfsfsxxccx-2025-09-10-01-34-50.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)