ନୂଆଦିଲ୍ଲୀ: ଜୀବନ ଏବେ ଭାରି ବ୍ୟସ୍ତ । ଦୁନିଆରେ ସମସ୍ତେ ଏବେ ଏକ ବ୍ୟସ୍ତବହୁଳ ଜୀବନ ଅତିବାହିତ କରୁଛନ୍ତି । ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀରେ କାହା ପାଖରେ କାହା ପାଇଁ ସମୟ ନାହିଁ । ରାତି ପାହିବାରୁ ରାତି ହେବା ଯାଏଁ ସମସ୍ତେ ବ୍ୟସ୍ତ । ସକାଳୁ ଉଠିବା ଠାରୁ ରାତି ପର୍ଯ୍ୟନ୍ତ ସମସ୍ତେ କେବଳ ଧାଉଁଛନ୍ତି ହିଁ ଧାଉଁଛନ୍ତି । କିଏ ନିଜ କାମରେ ପୁଣି କିଏ ପର କାମରେ । ପ୍ରତିଯୋଗିତା ମୂଳକ ସମାଜ ଏବଂ ସୁବିଧାବାଦାଦୀ ଚିନ୍ତାଧାରା ନେଇ ଆଗକୁ ବଢୁଥିବା ମଣିଷ ନିଜ କଥା ଚିନ୍ତା କରି ପରିବାର, ଏବଂ ସମ୍ପର୍କୀୟଙ୍କୁ ଭୁଲି କେବଳ ନିଜ କଥା ଚିନ୍ତା କରୁଥିବା ଦେଖିବାକୁ ମିଳୁଛି । ସେହି ବ୍ୟସ୍ତତା ଅନ୍ୟ ପାଇଁ ଶାସ୍ତି ସାଜୁଛି । ପରିବାର କିଛି ଲୋକ ବ୍ୟସ୍ତ ରହୁଥିବା ବେଳେ ଅନ୍ୟମାନେ ଏକଲାପଣରେ ଘାଣ୍ଟି ହେଉଛନ୍ତି । କେଉଁଠି ବାପାମାଆ ବ୍ୟସ୍ତ ରହୁଥିବା ବେଳେ ପିଲାଟି ଏକଲାପଣରେ ବୁଡି ରହୁଛି । ପୁଣି କେଉଁଠି ସ୍ବାମୀ କର୍ମମୟ ଜୀବନରେ ବ୍ୟସ୍ତ ଥିବା ବେଳେ ସ୍ତ୍ରୀ ନିସଙ୍ଗ ଜୀବନ ବିତାଉଛି । ଏମିତି ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଆଉ ଏସବୁ ଲକ୍ଷ୍ୟ ରଖି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ପ୍ରକାଶ ପାଇଥିବା ରିପୋର୍ଟରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ।
/filters:format(webp)/sambad/media/media_files/2025/10/09/ai-2025-10-09-18-40-13.jpeg)
ପୃଥିବୀର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଲାଣି । ତଥାପି ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରତି ୬ ଜଣରେ ଜଣେ ଏକୁଟିଆପଣ ପାଇଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ହଁ ଆଜ୍ଞା ! ପ୍ରତି ୬ ଜଣରେ ଜଣେ ଭୋଗୁଛନ୍ତି ଏହିଏକଲାପଣର ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ଚିନ୍ତାଜନକ ତଥ୍ୟ ଦେଇଥିବା ବେଳେ ବିଶ୍ବର ଏତେ ଜନସଂଖ୍ୟା ବି କିଛି ମଣିଷ ଆଜି ଏକୁଟିଆ ରହୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି। ଘରଠୁ ନେଇ ରାସ୍ତାଘାଟ, ଅଫିସ, ସାଙ୍ଗସାଥିଙ୍କ ସହ ଖଟି ପରେ ବି କିଛି ମଣିଷ ଆଜି ନିଃସ୍ୱ.. ନିସଙ୍ଗ । ଏକଥା ଆମେ କହୁନୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ । ରିପୋର୍ଟ ଅନୁଯାୟୀ ପ୍ରତି ଏକ ଘଣ୍ଟାରେ ୧୦୦ ଜଣଙ୍କ ଜୀବନ ନେଉଛି ଏହି ଲୋନ୍ଲିନେସ୍ ବା ଏକୁଟିଆପଣ ।
ଏହି ସମସ୍ୟା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । ବିଶେଷ କରି ଯୁବବର୍ଗ ଏବଂ ନିମ୍ନ ମଧ୍ୟମ ଆୟ ଦେଶରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳେ । ୩ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ଏବଂ ୪ ଜଣ କିଶୋରଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଛି ଏକୁଟିଆପଣ । ୧୩ରୁ ୨୯ ବର୍ଷ ବୟସର ପ୍ରାୟ ୧୭ ପ୍ରତିଶତରୁ ୨୧ ପ୍ରତିଶତ ଲୋକ ଏକୁଟିଆ ଅନୁଭବ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କିଶୋରଙ୍କ ମଧ୍ୟରେ ଏହି ହାର ସର୍ବାଧିକ ରହିଛି। କମ୍ ଆୟ କରୁଥିବା ଦେଶରେ ପ୍ରାୟ ୨୪ ପ୍ରତିଶତ ଲୋକ ଏକୁଟିଆ ଅନୁଭବ କରୁଛନ୍ତି ।
/filters:format(webp)/sambad/media/media_files/2025/10/09/screenshot-2025-10-09-183825-2025-10-09-18-39-02.png)
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ କହିଛନ୍ତି, ଆଜିର ଯୁଗରେ ଯେତେବେଳେ ସଂପର୍କ ରଖିବାର ଅଧିକ ସୁଯୋଗ ରହିଛି, ଲୋକେ ନିଜକୁ ଅଧିକ ଏକୁଟିଆ ମନେକରୁଛନ୍ତି । ଡିଜିଟାଲ ଭାବେ ସଂଯୁକ୍ତ ଦୁନିଆରେ ମଧ୍ୟ ଅନେକ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମକୁ ନୂଆ ରୂପ ଦେଉଛି ସତ, କିନ୍ତୁ ଏହା ମାନବର ଏକାକୀପଣ ଦୂର କରିପାରିନାହିଁ ।
ତେବେ ଏକା ଅନୁଭବ ହେବାର ଏକ ପ୍ରମୁଖ କାରଣ ହେଉଛି ଡିଜିଟାଲ ସ୍କ୍ରିନ୍ । ଅଧିକ ସମୟ ମୋବାଇଲ କିମ୍ବା କମ୍ପ୍ୟୁଟରରେ ବିତାଇବା ଦ୍ୱାରା ବ୍ୟକ୍ତି ମାନସିକ ଭାବେ ଦୁର୍ବଳ ହୋଇଯାଇଥାଏ ବୋଲି ମନୋବିଜ୍ଞାନୀମାନେ କହିଛନ୍ତି । ଆଧୁନିକତାର ଛାପ ସହ ଆସ୍ତେ ଆସ୍ତେ ମଣିଷ ସମାଜକୁ ଗ୍ରାସ କରିସାରିଲାଣି ଏକୁଟିଆପଣ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟର ଘୋର ଅଭାବ ଏହାର ମୁଖ୍ୟ କାରଣ ପାଲଟିଛି । ଏପରି ପରିସ୍ଥିତିରେ ସମସ୍ତେ ପରସ୍ପରର ସହଯୋଗ କରିବା ନିହାତି ଆବଶ୍ୟକ । ମିଳିମିଶି ରହିବା ଦ୍ୱାରା ଏହି ମାନସିକ ରୋଗକୁ ମାତ୍ ଦେବା ସମ୍ଭବ ବୋଲି କୁହାଯାଉଥିବା ବେଳେ କେମିତି ଏକଲାପଣ ଦୂର କରିହେବ ସେନେଇ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ଏବଂ ଅଧିକ ସମୟ ସାଙ୍ଗସାଥି, ପରିବାର ସହ ଦେବାର ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/09/lonelyness-2025-10-09-18-46-19.jpg)