ଜାଣନ୍ତୁ ସତ କ’ଣ ? ଭିଟାମିନ୍ ସି ଖାଇଲେ କରୋନା ସଂକ୍ରମଣକୁ ପ୍ରତିରୋଧ କରିହେବ କି

ସମଗ୍ର ବିଶ୍ୱ ଏବେ କରୋନାଭାଇରସ୍ କବଳରେ ପଡ଼ି ହନ୍ତସନ୍ତ ହେଉଛି । ଏଥିପାଇଁ କୌଣସି ପ୍ରତିଷେଧ କିଂବା ଔଷଧ ନାହିଁ । କିନ୍ତୁ, ଇଣ୍ଟରନେଟରେ କରୋନାଭାଇରସ ଉପଚାର ବିଷୟରେ ନାନା ପ୍ରକାରର ବିଭ୍ରାନ୍ତିକର ତଥ୍ୟ ଉପଲବ୍ଧ ହେଉଛି । ପ୍ରକୃତ କଥା ହେଲା ଇଣ୍ଟରନେଟରେ ଉପଲବ୍ଧ ତଥ୍ୟ ସତ୍ୟତା ଠାରୁ ଭିନ୍ନ । ସେଭଳି କେତୋଟି ମିଥ୍ୟାତଥ୍ୟ ଏବଂ ସେ ସଂକ୍ରାନ୍ତରେ ପ୍ରକୃତ କଥା ଏହିଭଳି:

 

 

 

ଥଣ୍ଡାପାଗ ଓ ତୁଷାର କରୋନାଭାଇରସକୁ ମାରିଦିଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ, ଥଣ୍ଡାପାଗ କରୋନାଭାଇରସ୍ କିଂବା ଅନ୍ୟ କୌଣସି ରୋଗର ଭୂତାଣୁକୁ ମାରିଦିଏ ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ । ବାୟୁମଣ୍ଡଳର ତାପମାତ୍ରା ବା ପାଗ ଯାହା ଥାଉ ନା କାହିଁକି, ମାନବ ଶରୀରର ତାପମାତ୍ର ୩୬. ୫ଂ ରୁ ୩୭ଂ ମଧ୍ୟରେ ରହେ । ତେଣୁ ଏଥିରେ ଭାଇରସ୍ ମରିବ ନାହିଁ ।

ଭିଟାମିନ୍ ସି ଖାଇଲେ କୋଭିଡ୍-୧୯ରେ ଆକ୍ରାନ୍ତ ହେବେ ନାହିଁ ।
ଭିଟାମିନ୍ ସି ଲୋକମାନଙ୍କ ଶରୀରରେ କୋଭିଡ୍-୧୯ ସଂକ୍ରମଣ ବିରୋଧରେ ପ୍ରତିରୋଧକ ଶକ୍ତି ବଢ଼ାଉ ଥିବାର କୌଣସି ପ୍ରମାଣ ଗବେଷକମାନେ ପାଇ ନାହାନ୍ତି ।

 

ସମ୍ବନ୍ଧିତ ଖବର