ମୁମ୍ବାଇ: ପୂର୍ବରୁ ଆମେ ବିଭିନ୍ନ ପ୍ରକାରର ଅପ୍ଟିକାଲ୍ ଇଲ୍ୟୁଜନ୍‌ର ସମାଧାନ କରି‌ଛେ। ଗୋଟାଏ ଫଟୋରେ ଲୁଚି ରହିଥିବା ଅନେକ ଫଟୋକୁ ଖୋଜି କାଢ଼ିଛେ। ଏଥରର ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ କିନ୍ତୁ ଟିକେ ନିଆରା। କାରଣ ଏଥିରେ ଗୋଟାଏ କଇଁଚ ଫଟୋରେ ଜଣେ ସେଲିବ୍ରିଟିଙ୍କ ଚେହେରା ଲୁଚି ରହିଥିବା ଦାବି କରାଯାଉଛି।

Advertisment

ଆପଣଙ୍କୁ ସେପରି ଲାଗୁଛି କି? ତେବେ କହିଲେ ଦେଖି ଏ ଫଟୋରେ କିଏ? ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି। ଫଟୋଟିକୁ ଆଖିକୁ ଅଧା ବନ୍ଦ କରି ଦେଖିବାକୁ ଚେ‌ଷ୍ଟା କରନ୍ତୁ। ଅର୍ଥାତ ଆପଣଙ୍କ ଆଖିକୁ ପୂରା ଖୋଲାନକରି ଅଧା ଖୋଲା କରି ମୁଞ୍ଜୁ ମୁଞ୍ଜୁ ଆଖିରେ ଦେଖିଲେ ଜଣେ ମଣିଷର ଚେହେରା ପରି ଦିଶିବ। ଏହି ଚେ‌ହେରାକୁ ଅନେକ ଲୋକ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଚେହେରା ବୋଲି ଦାବି କରୁଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି କଇଁଛଙ୍କ ଗୋଟାଏ ଜାଗ‌ାରେ ଥିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ସେୟାର୍‌ ହୋଇଥିବା ଏହି ଅପ୍ଟିକାଲ୍ ଇଲ୍ୟୁଜନ୍‌ର କ୍ୟାପସନରେ ଲେଖା ଅଛି, "ଆଖି ଅଧା ବନ୍ଦ କର ଏବଂ ତୁମେ ଏହି ଚିତ୍ରରେ ଲମ୍ବା କେଶର ଏମଏସ ଧୋନିଙ୍କୁ ଦେଖିପାରିବ।"

ଚିତ୍ରରେ, ଗୋଟିଏ କଇଁଛ ଭୂମି ଉପରେ ବିଶ୍ରାମ ନେଉଥିବା ବେଳେ ଅନ୍ୟଟି ପ୍ରଥମ କଇଁଛ ଉପରେ ଛିଡା ହୋଇଛି। ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଗଛ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୨୪ରେ ଏହି ପୋଷ୍ଟ୍‌ ସେୟାର କରାଯାଇଥିଲା। ସେବେଠାରୁ ଏହାକୁ ୨୩,୦୦୦ରୁ ଅଧିକ ଲୋକ ଦେଖିଛନ୍ତି। ଚିତ୍ରଟିକୁ ମଧ୍ୟ ବହୁତ ଲାଇକ୍ ମିଳିଛି।