କ୍ୟାନ୍ସରକୁ ହରାଇଦେଲା ସକାରାତ୍ମକ ମନୋଭାବ, ମାରାଥନରେ ଧାଉଁଛନ୍ତି ୬୫ ବର୍ଷର ବୁଢ଼ୀ ମାଉସୀ

ନୂଆଦିଲ୍ଲୀ: କ୍ୟାନ୍ସରକୁ ନେଇ ଅନେକଙ୍କ ମନରେ ଏକ ଭୟ ରହିଥାଏ | କିନ୍ତୁ ସକାରାତ୍ମକ ମନୋଭାବ ଏହି କ୍ୟାନ୍ସରକୁ ମଧ୍ୟ ଦୂରେଇପାରିବ, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ୬୫ ବର୍ଷୀୟ ଗୃହିଣୀ ଅଞ୍ଜୁ ଗୁପ୍ତା | ୨୦୧୫ ମସିହାରେ ଅଞ୍ଜୁଙ୍କୁ ଯେତେବେଳେ ସ୍ତନ କର୍କଟ ହୋଇଥିବାର ଜଣାପଡିଥିଲା ସେତେବେଳେ ତାଙ୍କ ପରିବାରରେ ଦୁଃଖର ପାହାଡ ଛିଣ୍ଡିପଡିଥିଲା | କିନ୍ତୁ ଅଞ୍ଜୁ ଏହାକୁ ବେଶ ସକାରାତ୍ମକ ଢଙ୍ଗରେ ନେଇଥିଲେ | ନିଜକୁ ପ୍ରତିଦିନ ଆଶ୍ୱାସନା ଦେଇ ଚାଲିଥିଲେ ଅଞ୍ଜୁ |

କ୍ୟାନ୍ସର ପରେ ମୋ ଜୀବନ ରଙ୍ଗୀନ ହୋଇଯାଇଛି | ନିଜ ଜୀବନକୁ ନିଜ ଢଙ୍ଗରେ ବଂଚିବା ଆବଶ୍ୟକ | ମୋତେ ଡାକ୍ତର ଯେତେବେଳେ ବି ଚିକିତ୍ସା ପାଇଁ ଡାକନ୍ତି, ବିନା କାହାକୁ କଷ୍ଟ ଦେଇ ମୁଁ ପହଁଚିଯାଇଥାଏ |

ଦୁଇ ଝିଅଙ୍କ ସହ ରହୁଥିବା ଅଞ୍ଜୁ ଡାଟା ଆନାଲିଷ୍ଟ ଭାବରେ ଚାକିରି କରୁଥିଲେ | କିନ୍ତୁ ପରେ ଚାକିରି ଛାଡିଦେଇଥିଲେ | ତାଙ୍କ ବଡ ଝିଅ ସୁପ୍ରିମକୋର୍ଟରେ ଓକିଲ ଥିବାବେଳେ ସାନ ଝିଅ ମଧ୍ୟ ଚାକିରି କରୁଥିଲେ | ତେବେ ମା ଙ୍କୁ କ୍ୟାନ୍ସର ହୋଇଥିବା ଜାଣି ବଡ ଝିଅ ଓକିଲାତି ଛାଡି ୯ ମାସ ଯାଏଁ ମା ଙ୍କ ସେବା କରିଥିଲେ |

Photo-Betterindia

ବଡ଼କଥା ଯେ ଅଞ୍ଜୁଙ୍କୁ ଯେତେବେଳେ କ୍ୟାନ୍ସର ହୋଇଥିଲା ସେତେବେଳେ ଏହାକୁ ନେଇ ସେ କୌଣସି ପ୍ରକାର ନକାରାତ୍ମକ ଚିନ୍ତା କରିନଥିଲେ | ଏହାପରେ ନିଜର ଚିକିତ୍ସା କରାଇଥିଲେ ଅଞ୍ଜୁ | ଘରର ସବୁ କାମରେ ନିଜକୁ ସାମିଲ କରି କାହାର ବୋଝ ହେବାକୁ ଚାହିଁନଥିଲେ ଏହି ସାହସୀ ମହିଳା | କ୍ୟାନ୍ସରକୁ ନେଇ ପରିବାରର ସଦସ୍ୟ ବ୍ୟସ୍ତ ହୋଇପଡିଥିବାବେଳେ ମାରାଥନରେ ଭାଗ ନେବାକୁ ଅଞ୍ଜୁ ମନ ବଳାଇନେଇଥିଲେ | ଏବେ ବି ଅଞ୍ଜୁ ପିଙ୍କାଥନରେ ଭାଗ ନେଉଥିବାବେଳେ ଦିଲ୍ଲୀ ସଡ଼କରେ ଦୌଡୁଛନ୍ତି |

ସମ୍ବନ୍ଧିତ ଖବର