ଗୋମୂତ୍ର ଦ୍ୱାରା କ୍ୟାନସର ଭଲ ହେଉଥିବା ଖବର କିଛିଦିନ ତଳେ ଖବରକାଗଜରେ ପ୍ରକାଶ ପାଇଥିଲା। ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏପରି ଖବର ଲୋକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ଗୋମୂତ୍ର ଦ୍ୱାରା କ୍ୟାନସର ରୋଗକୁ ଭଲ କରିବା ସମ୍ଭବପର ନୁହେଁ। ଗୋମୂତ୍ର ପିଇବା ଦ୍ୱାରା କ୍ୟାନସର ଭଲ ହେବାର କୌଣସି ବି ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ବାସ୍ତବରେ ଏହା କେତେଦୂର ସତ ତାହା ଆସନ୍ତୁ ଜାଣିବା।

Advertisment

ମେଡିକାଲ ଆଣ୍ଡ ପେଡିଆଟ୍ରିକ ଆକ୍ନୋଲୋଜୀ ଆସୋସିଏଟ ପ୍ରଫେସର ବେଙ୍କଟରମଣ ରାଧାକୃର୍ଷ୍ଣଙ୍କ କହିବା ଅନୁସାରେ, ଗୋମୂତ୍ର ପିିଇବା ଦ୍ୱାରା କ୍ୟାନ୍‌ସର ଭଲ ହୋଇନଥାଏ। କ୍ୟାନ୍‌ସରର ଚିକିତ୍ସା ପାଇଁ ଗୋମୂତ୍ର ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ । ସେ ଏହା ମଧ୍ୟ କହିଛନ୍ତି, ତାଙ୍କ ସାଥୀ କିମ୍ବା ସେ ନିଜେ ଆଜି ପର୍ଯ୍ୟନ୍ତ କୌଣସି ଏପରି ରୋଗୀ ଦେଖିନାହାଁନ୍ତି ଯିଏ ଗୋମୂତ୍ର ପିଇ କ୍ୟାନ୍‌ସରରୁ ମୁକ୍ତି ପାଇଥିବ।

publive-image photo by : Indiatimes.com

ଗୁଜୁରାଟର ଜୁନାଗଡ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବୈଜ୍ଞାନିକ ଦାବି କରି କହିଛନ୍ତି ସେ ଗୋମୂତ୍ରକୁ ବ୍ୟବହାର କରି କ୍ୟାନ୍‌ସରକୁ ଭଲ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଏଯାଏ ଏହାର କୌଣସି ପ୍ରମାଣ ମିଳିପାରିନାହିଁ।

ଦିଲ୍ଲୀର ଆକ୍ନୋଲୋଜିଷ୍ଟ ଡ. ଅମିତ ଅଗ୍ରୱାଲଙ୍କ କହିବା ଅନୁସାରେ, ସେ ତାଙ୍କ ମେଡିକାଲ କ୍ୟାରିୟରର ୨୦ ବର୍ଷ ଅଭିଜ୍ଞତା ମଧ୍ୟରେ ଏପରି କୌଣସି ଘଟଣା ଦେଖିବାକୁ ପାଇନାହାଁନ୍ତି । ସେ କହିଛନ୍ତି ବିନା ପରୀକ୍ଷାରେ କୌଣସି ଜିନିଷକୁ ଔଷଧ ମାନି କ୍ୟାନ୍‌ସର ରୋଗରେ ପ୍ରୟୋଗ କରିବା ଅନୁଚିତ। ବିନା ପରିକ୍ଷାରେ କୌମଣି ପଦାର୍ଥକୁ କ୍ୟାନ୍‌ସର ରୋଗ ଉପରେ ପ୍ରୟୋଗ କରିବା ସାଂଘାତିକ ହୋଇପାରେ।

publive-image

ଏହି ଘଟଣା ସମ୍ପର୍କରେ ରାଧାକୃର୍ଷ୍ଣ ତାଙ୍କର ମତାମତ ପ୍ରଦାନ କରି କହିଛନ୍ତି, ଗୋମୂତ୍ର ଏବଂ ମନୁଷ୍ୟର ମୂତ୍ର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏଥିରେ ୯୫ ପ୍ରତିଶତ ପାଣିକୁ ଛାଡି ସୋଡିୟମ, ପୋଟାସିୟମ, ଫସ୍‌ଫୋରସ ଭଳି ଅନେକ ଖଣିଜ ପଦାର୍ଥ ଉପଲବ୍ଧ ରହିଛି। କିନ୍ତୁ ଏଥିରେ କ୍ୟାନ୍‌ସରକୁ ଭଲ କଲା ଭଳି କୌଣସି ଔଷଧୀୟ ଗୁଣ ନାହିଁ। ଗୋମୂତ୍ର କେବଳ ଚାଷ ଜମିରେ ପକାଇବା ପାଇଁ ଉପଯୋଗୀ ଅଟେ। ଗୋମୂତ୍ର ଦ୍ୱାରା କୌଣସି ପରିସ୍ଥିତିରେ କ୍ୟାନ୍‌ସରକୁ ଭଲ କରାଯାଇପାରିବ ନାହିଁ।