ନୂଆଦିଲ୍ଲୀ: କେମୋଥେରାପି ସମୟରେ ଜଣେ ବ୍ୟକ୍ତି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଥିବାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ପୋଷ୍ଟ ସେୟାର କରି ଆଇଟି ପ୍ରଫେସନାଲ ଅର୍ଶ ନନ୍ଦନ ପ୍ରସାଦ ଚିକିତ୍ସା ଚାଲିଥିବା ସମୟରେ ଚାକିରିର ସଂଘର୍ଷ ସେୟାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ସହାନୁଭୂତିର ଆବଶ୍ୟକତା ନାହିଁ କିନ୍ତୁ ସେ ନିଜକୁ ପ୍ରମାଣ କରିବାକୁ ଚାହୁଁଛନ୍ତି।
ଏକ ମେଡିକାଲ ଗାଉନ୍ ପିନ୍ଧି ଡାକ୍ତରଖାନା ଶଯ୍ୟାରେ ନିଜର ଏକ ଫଟୋ ସେୟାର କରି ପ୍ରସାଦ ସାକ୍ଷାତକାରକାରୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯିବା ବିଷୟରେ ବଖାଣିଛନ୍ତି। କେମୋଥେରାପି ଯୋଗୁଁ କେଶ ହରାଇଥିବା ଆଇଟି ପ୍ରଫେସନାଲ ଜୀବନର ସବୁଠାରୁ କଠିନ ସମୟ ଦେଇ ଗତି କରୁଥିବାରୁ ତାଙ୍କ ଚାକିରିରେ ଚୟନ କରାଯାଉନାହିଁ।
ପ୍ରସାଦ ଲେଖିଛନ୍ତି, “ଯେତେବେଳେ ଆପଣ ସାକ୍ଷାତକାରରେ ନିଜର ଶ୍ରେଷ୍ଠତା ଦିଅନ୍ତି କିନ୍ତୁ ଆପଣ ଜୀବନର ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଥିବାରୁ ଆପଣଙ୍କ ଚୟନ କରାଯାଇ ନଥାଏ। ତାହା ନିଶ୍ଚିତ ଭାବରେ ଦର୍ଶାଏ ଯେ ଏହି କମ୍ପାନିଗୁଡିକ କେତେ ଉଦାର ଅଟନ୍ତି । ନିଯୁକ୍ତିକାରୀମାନେ ଯେତେବେଳେ ଜାଣନ୍ତି ମୁଁ କର୍କଟ ରୋଗ ସହ ଲଢ଼ୁଛି ମୁଁ ସେମାନଙ୍କ ଭାବରେ ଏକ ପରିବର୍ତ୍ତନ ଲକ୍ଷ୍ୟ କରିଥାଏ। ମୁଁ କହି ରଖିବାକୁ ଚାହୁଁଛି ମୋର ସହାନୁଭୂତିର ଆବଶ୍ୟକତା ନାହିଁ! ମୁଁ ନିଜକୁ ପ୍ରମାଣ କରିବାକୁ ଚା୍ହୁଁଛି। ମୋର କେମୋଥେରାପି ସମୟରେ ଏକ ସାକ୍ଷାତକାର ଦେବାର ଫଟୋ ସେୟାର କରିଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-1-copy-46.jpg)