ଗଂଜେଇରୁ କର୍କଟ ଭଳି ରୋଗର ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି

ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସ୍‌ ଆଇ ଆର୍‌),କର୍କଟ ରୋଗର ଚିକିତ୍ସା ପାଇଁ ଗବେଷଣା ଚଳାଇଛି। ସିଏସ ଆଇ ଆର ଓ ଏ ଆଇ ଆଇ ଏମ୍‌ର ନିର୍ଦ୍ଦେଶକ ରାମ ବିଶ୍ୱକର୍ମା କହିଛନ୍ତି ଯେ,ଜମ୍ମୁ-କଶ୍ମୀର ସରକାର ଏହି ଗବେଷଣାତ୍ମକ କାର୍ଯ୍ୟକ୍ରମର ସଞ୍ଚାଳନ କରିବା ପାଇଁ ଲାଇସେନ୍‌ସ ଦେଇଛନ୍ତି। ଏହା ଉପରେ କାମ ଆରମ୍ଭ ହୋଇଯାଇଛି।

ବମ୍ବେର ହେଂଚ୍‌ କଂପାନି (ବୋହେକା)ର ସହଯୋଗରେ ସିଏସ୍‌ ଆଇ ଆର୍‌-ଆଇ ଆଇ ଏମ୍‌ କୁ ଗଂଜେଇ ଗଛ ଲଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ୨୦୧୭ ଏପ୍ରିଲରେ ଲାଇସେନ୍‌ସ ଦେଇଥିଲେ। ଏହି ଗବେଷଣାରୁ ପ୍ରାପ୍ତ ଔଷଧର ପରୀକ୍ଷଣ ସର୍ବପ୍ରଥମେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ରେ କରାଯିବ। ଏହି ଅନୁସନ୍ଧାନରେ ଜଣାଯାଇଛି ଯେ,ଗଂଜେଇର ଦୁଷ୍ପ୍ରଭାବ ନଗଣ୍ୟ, କିନ୍ତୁ ଔଷଧୀୟ ଗୁଣ ଅଧିକ ଥିବା ହେତୁ ମାନସିକ ରୋଗ ଓ କର୍କଟ ରୋଗର ଚିକିତ୍ସା ଲାଗି ଏହାର ଉପଯୋଗ କରାଯାଇପାରିବ। ଏହା ଜରିଆରେ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହେବ।


ଗଂଜେଇ ଚାଷ କରିବା ଦିଗରେ ଏନ ଡି ପି ଏସ୍‌ ନିୟମ ତିଆରି କରିବା ପ୍ରସଙ୍ଗରେ ଅନେକ ରାଜ୍ୟ ସରକାର ଏ ଯାଏଁ ସକ୍ଷମ ହୋଇନଥିବା ହେତୁ ,ଏହି ଗବେଷଣାର ସଫଳ ମୂଲ୍ୟାୟନ ହୋଇ ପାରୁ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର