ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରାର୍ଥୀ ଦେଲେ ୧୦ ହଜାର ଟଙ୍କାର ଖୁଚୁରା , ଜାଣନ୍ତୁ ତାପରେ କ’ଣ ହେଲା

ଇନ୍ଦୋର: ମଧ୍ୟପ୍ରଦେଶର ବାନ୍ଦୋର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ। ସେ ସେଠାରେ ନିଜର ପ୍ରାର୍ଥୀପତ୍ର ସହିତ ୧୦ ହଜାର ଟଙ୍କାର ଖୁଚୁରା ଦେଇଥିଲେ। ତାହା ଥିଲା ତାଙ୍କର ଜମାନତ ରାଶି।

ନିର୍ବାଚନ ଅଧିକାରୀ ଶାଶ୍ୱତ ଶର୍ମା କହିଛନ୍ତି ଦୀପକ ପାଓ୍ଵାର ଇନ୍ଦୋର ବିଧାନସଭା କ୍ଷେତ୍ରର କ୍ରମାଙ୍କ-୩ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି। ସେହି ୧୦ ହଜାର ଟଙ୍କାର ଖୁଚୁରାକୁ ଗଣିବାଲାଗି ୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ପ୍ରାୟ ତିନି ଘଣ୍ଟାପରେ ଗଣିବା ଶେଷ କରିଥିଲେ। ଏହାପରେ ଦୀପକ ପାଓ୍ଵାରଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଦୀପକଙ୍କ କହିବା ଅନୁଯାୟୀ ତାଙ୍କୁ ନୋଟ୍‌ ନ ମିଳିବାରୁ ସେ ଟଙ୍କିକିିଆ ଓ ଦୁଇ ଟଙ୍କିଆ ମୁଦ୍ରା ସାଙ୍ଗରେ ନେଇ ଆସିଥିଲେ। ଦୀପକ ପାଓ୍ଵାର ପେଶାରେ ଜଣେ ଆଇନଜୀବୀ ଓ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ବୋଲି ଜଣାଯାଇଛି। ଏହି ଘଟଣା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର