ଗାଡିର କାହିଁକି ହୁଏ ବ୍ରେକ୍ ଫେଲ୍? ବ୍ରେକ୍ ଫେଲ୍ ହେବା ପୂର୍ବରୁ ଗାଡିରେ ଦେଖାଦେଇଥାଏ କେଉଁ ସଂକେତ?

ସାଧାରଣତଃ ବିପଦ କେତେବେଳେ ଆସେ କେବେ କହିକି ଆସେନି । ଅଚାନକ୍ ଆସେ ଆଉ ନିମିଷକ ଭିତରେ ସବୁକିଛି ଛାରଖାର କରିଦିଏ । ତେଣୁ ସତର୍କ ରହିଲେ ହିଁ ବିପଦରୁ କିଛି ମାତ୍ରାରେ ଆମେ ନିଜକୁ ରକ୍ଷା କରିପାରିବା । ସେହିଭଳି ନୂଆ ବର୍ଷ ଆରମ୍ଭ ହୋଇଯାଇଛି ଆଉ ଏହି ଅବସରରେ କେହି ନିଜ ସାଙ୍ଗ ସାଥି ମେଳରେ ବୁଲି ଗଲେଣି ତ ପୁଣି କେହି ବଣଭୋଜି । ଏପରିସ୍ଥଳେ ଆପଣ ଯଦି ଗାଡିରେ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି ଆଉ ଆପଣଙ୍କ ଗାଡିର ବ୍ରେକ୍ ଫେଲ୍ ହୋଇଯାଏ । ତେବେ କଣ କରିବେ? ଏଭଳି ପରିସ୍ଥିତିରେ ଡରିବା ତ ସ୍ୱାଭାବିକ କଥା । କିନ୍ତୁ ଆପଣଙ୍କ ଡର ହିଁ ଆପଣଙ୍କ ପାଇଁ କାଳ ସାଜିପାରେ । ତେଣୁ ଯଦି କେବେ ଆପଣଙ୍କୁ ଏଭଳି କୌଣସି ପରିସ୍ଥିତିର ସାମ୍ନା କରିବାକୁ ପଡେ ତେବେ କିଭଳି ନିଜକୁ ରକ୍ଷା କରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ । ଯାହାଦ୍ୱାରା ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ ମିଳିବ ।

ବ୍ରେକ୍ ଫେଲ୍ ହେଲେ କରିବେ କଣ?

• ସର୍ବପ୍ରଥମେ ଗାଡିର ଗତିକୁ ଧିରେ ଧିରେ କମ କରନ୍ତୁ ଏବଂ ଗାଡିକୁ ନିୟନ୍ତ୍ରଣରେ ଆଣନ୍ତୁ

• ବାରମ୍ବାର ବ୍ରେକ୍ ପେଡାଲ୍ ଉପରେ ଚାପ ପକାନ୍ତୁ । ଏହାଦ୍ୱାରା ବ୍ରେକକୁ ସଠିକ୍ ପ୍ରେସର ମିଳିପାରେ ଆଉ ବ୍ରେକ୍ କାମ କରିବା ଆରମ୍ଭ କରେ ।

• ଯଦି କାର ଟପ୍ ଗିୟରରେ ରହିଛି ତେବେ ତାକୁ ଲୋୟର ଗିୟରକୁ ଆଣନ୍ତୁ । ତେବେ ଗାଡିକୁ ଫାଷ୍ଟ ଗିୟରକୁ ଆଣିବାକୁ ଚେଷ୍ଟା କରନ୍ତୁ ।

• ଏଭଳି ପରିସ୍ଥିତିରେ ନ୍ୟୁଟ୍ରାଲରେ ଆଦୌ ଚଲାନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ଗାଡି ଉପରେ ନିୟନ୍ତ୍ରଣ ହରାଇ ପାରନ୍ତି ।

• ଭୁଲରେ ବି ରିଭର୍ସ ଗିୟରରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ପଛରେ ଆସୁଥିବା ଗାଡି ଦୁର୍ଘଟଣାର ଶିକାର ହୋଇପାରନ୍ତି ।

• କେବଳ କ୍ଲଚ୍ ବ୍ୟବହାର କରନ୍ତୁ, ଏକ୍ସିଲେଟର ବିଲକୁଲ୍ ବି ବ୍ୟବହାର କରନ୍ତୁ ନାହିଁ ।

When The Car Break Fail, These Tips Can Be Save Your Life - अचानक कार के  ब्रेक फेल हो जाने पर करें ये काम, बच सकती है जान | Patrika News
Patrika

• ଯଦି ଆପଣ କୌଣସି ଟ୍ରାଫିକରେ ଅଛନ୍ତି ତେବେ ହର୍ଣ୍ଣ, ହେଜାର୍ଡ ଲାଇଟ୍ସ, ଇଣ୍ଡିକେଟର ଦେଇ ଅନ୍ୟ ଗାଡିମାନଙ୍କୁ  ଇସାରା ଦିଅନ୍ତୁ ।

• ଏଭଳି ପରିସ୍ଥିତିରେ ଗାଡିର ଏୟାରକଣ୍ଡିସନର ଅନ୍ କରିଦିଅନ୍ତୁ । ଯାହାଦ୍ୱାରା ଇଂଜିନ ଉପରେ ଚାପ ବଢିବ ଏବଂ ସ୍ପିଡ ମଧ୍ୟ କିଛି ମାତ୍ରାରେ କମିଯିବ ।

• ଯଦି ପାଖରେ କେଉଁଠି ବାଲିଗଦା କିମ୍ବା କାଦୁଅ ରହିଥାଏ, ତେବେ ଷ୍ଟିୟରିଂ ହ୍ୱିଲକୁ କଂଟ୍ରୋଲ କରି ଗାଡିକୁ ସେଥିରେ ଚଢାଇ ଦିଅନ୍ତୁ । ଏହାଦ୍ୱାରା କାରର ସ୍ପିଡ୍ ବହୁ ମାତ୍ରାରେ କମିଯିବ ।

• ସେହିଭଳି ଗାଡି ଯଦି ହାଇସ୍ପିଡରେ ରହିଥାଏ ତେବେ ହଠାତ୍ ହ୍ୟାଣ୍ଡବ୍ରେକ୍ ମାରନ୍ତୁ ନାହିଁ । ଏହାଦ୍ୱାରା ପଛ ଚକା ଲକ୍ ହୋଇଯିବ ଏବଂ କାର ଓଲଟିଯିବାର ମଧ୍ୟ ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର