ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଉଭୟ ଜଳ ଓ ସ୍ଥଳରେ ଚାଲିପାରୁଥିବା କାର୍‌!

ପାଣିରେ ଚାଲିବ କାର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏହା ବଜାରରେ ପ୍ରବେଶ କରିବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୈଜ୍ଞାନିକମାନେ ଏପରି ଏକ କାର୍‌ ତିଆରି କରିବା ସହ ଏହାକୁ ପାଣିରେ ଚଲାଇବାରେ ସଫଳ ମଧ୍ୟ ହୋଇଛନ୍ତି।

ଖୁବ ଶୀଘ୍ର ବଜାରକୁ ଆସୁଛି ପାଣିରେ ଚାଲୁଥିବା କାର। ଏଭଳି ଏକ କାର  ପ୍ୟାରିସ ଉଦ୍ଭାବନ କରିଛି। ଯାହାକି ଉଭୟ ଜଳ ଏବଂ ସ୍ଥଳରେ ଚାଲିପାରିବ। ଏହା ଦୁନିଆର ପ୍ରଥମ କାର ଯାହାକି ସ୍ଥଳ ଏବଂ ଜଳରେ ଯାତ୍ରା କରିପାରିବ। ଏହାକୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହା କି, ପାଣିରେ ଚାଲିଲା ବେଳେ କାର ଭିତରେ ପାଣି ପସିପାରିବ ନାହିଁ। ମୋଟା ମୋଟି ଭାବରେ କହିବାକୁ ଗଲେ ଏହି କାରଟି ସମ୍ପୂର୍ଣ୍ଣ ଭାବରେ ୱାଟର ପ୍ରୁଫ। କିଛି ଦିନ ପୂର୍ବରୁ ବୈଜ୍ଞାନିକମାନେ ଏହି କାରର ପରୀକ୍ଷା କରି ସଫଳତା ଲାଭ କରିଛନ୍ତ।

 

ସୂଚନା ଅନୁଯାୟୀ, ଏହି କାରକୁ ମାର୍କେଟରେ ଲଞ୍ଚ କରିବା ପୂର୍ବରୁ ବୈଜ୍ଞନିକମାନେ କାରର ଏକ ପରୀକ୍ଷା କରିଥିଲେ। ଯେଉଁଥିରେ କାରଟିକୁ ପାଣିରେ ଚଲା ଯାଇଥିଲା ଏବଂ କାରଟି ପାଣିରେ ବେଶ ଆରାମରେ ଚାଲିପାରିଥିଲା। ଏହା କେବଳ ସମ୍ଭବ ହୋଇଥିଲା କାରରେ ଲାଗିଥିବା ସି-ବବଲ ଜରିଆରେ। ସବୁଠୁ ବଡ କଥା ହେଉଛି ଏହି କାରର ନାମ ରଖାଯାଇଚି ସି-ବବଲ। ପାଣିରେ ଚାଲିବା ସଫଳ ହେବା ପରେ ଏବେ ଏହି କାର ମାର୍କେଟରେ ପ୍ରବେଶ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସମ୍ବନ୍ଧିତ ଖବର