ଦ୍ରୁତଗତିରେ ମାଡି ଆସୁଥିବା ତିନିଟି କାର ମଝିରେ ଫସିଗଲେ ଦମ୍ପତ୍ତି ଓ ଶିଶୁ; ଆଉ ତା’ପରେ..

ନୂଆଦିଲ୍ଲୀ: ଏରିଜୋନାର ଫୋନିକ୍ସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ବ୍ୟସ୍ତବହୁଳ ରାସ୍ତାରେ ଦମ୍ପତ୍ତି ତାଙ୍କର ଏକ ଶିଶୁକୁ ନେଇ ରାସ୍ତା ପାର ହେଉଥିଲେ। ଏହି ସମୟରେ ଟ୍ରାଫିକ୍‌ରେ ନାଲି ଲାଇଟ୍‌ ଜଳୁଥିବା ସତ୍ତ୍ୱେ ଦ୍ରୁତଗତିରେ ଏକ କାର ଉକ୍ତ ଶିଶୁ ଓ ଦମ୍ପତ୍ତିଙ୍କ ଆଡକୁ ମାଡି ଆସିଥିଲା। ଏହି ସମୟରେ ଆଉ ଦୁଇଟି କାର ବି ମାଡି ଆସିଥିଲା। ଦୁଇଟି କାର ଭିତରେ ଛକ ଉପରେ ଧକ୍କା ହୋଇଥିଲା। ଏହାରି ଭିତରେ ଏକ ଦମ୍ପତ୍ତି ଓ ଶିଶୁ ଫସି ଯାଇଥିଲେ ବି ସୌଭାଗ୍ୟବଶତଃ ସେଥିରୁ ବର୍ତ୍ତି ଯାଇଥିଲେ।

ଏହି ଲୋମଟାଙ୍କୁରା ଘଟଣାଟି ଗତ ବୁଧବାର ରାତିରେ ଘଟିଥିଲା। ସାମ୍ନାକୁ ଆସିଥିବା ଏହି ଘଟଣାର ଭିଡିଓ ୧୩ସେକେଣ୍ଡର ରହିଛି। ଯେଉଁ ଗାଡ଼ିଟି ଟ୍ରାଫକ୍‌ ନିୟମ ନମାନି ଶିଶୁ ଓ ଦମ୍ପତ୍ତିଙ୍କ ଆଡକୁ ମାଡି ଆସିଥିଲା, ଉକ୍ତ ଗାଡ଼ି ଚାଳକ ମଦ ନିଶାରେ ଥିବା ବେଳେ ତାଙ୍କ ପରିଚୟ ଏରନେଷ୍ଟୋ ଓଟାନେଜ ଓବେସୋ ବୋଲି ଜଣାପଡ଼ିଛି। ଏହି ଚାଳକଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 

ସମ୍ବନ୍ଧିତ ଖବର