ଦୁଇଟି ଗାଡ଼ି ଧକ୍କା ହେବାପରେ କାର୍‌ର ବନେଟ୍‌ରେ ଲାଗି ୨କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଗଲେ ଯୁବକ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି, କାରର ବନେଟ୍‌ରେ ଲାଗି ଜଣେ ଯୁବକ ୨କିମି ପର୍ଯ୍ୟନ୍ତ ଘୋଷାଡି ହୋଇ ଚାଲି ଯାଇଛନ୍ତି। ଏହି ଦୃଶ୍ୟକୁ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ସ୍ତବ୍ଧ ହୋଇ ରହି ଯାଇଥିଲେ।

ଘଟଣାଟି ହେଉଛି ଏପରି, ବୁଧବାର ଦୁଇଟି ଗାଡ଼ି ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ଏହାପରେ ଦୁଇ ଗାଡ଼ି ଚାଳକ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଜଣେ ଗାଡ଼ି ଚାଳକ ସେଠାରୁ ନିଜ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ଅନ୍ୟ ଜଣେ ଗାଡ଼ି ଚାଳକ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରୁଥିଲା ବେଳେ ସେ ବନେଟ୍‌ରେ ଲାଖି ଯାଇଥିଲେ। ଏହି ଅବସ୍ଥାରେ ଉକ୍ତ ଗାଡ଼ି ଚାଳକ ତାଙ୍କୁ ଦୁଇକିମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। କାରଣ କାଳେ ଖସିଯିବେ ଏହି ଡରରେ ସେ କାରର ଦୁଇଟି ୱାଇପରକୁ ପ୍ରାଣ ବିକଳରେ ଜାବୁଡି ଧରିଥିଲେ । କାରର ବେଗ ଦେଖି ନା ସେ କାରକୁ ଅଟକାଇ ପାରୁଥିଲେ ନା କାରରୁ ଓହ୍ଲାଇ ପାରୁଥିଲେ । ଶେଷରେ କାରଟି ରାସ୍ତା କଡ ଏକ ଡିଭାଇଡର ପାଖରେ ଅଟକି ଯାଇଥିଲା । ପୁଲିସ ଉକ୍ତ ଡ୍ରାଇଭରକୁ ଗିରଫ କରିଥିବାର ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର