ଆନନ୍ଦ ମହିନ୍ଦ୍ରା ଟୁଇଟ କଲେ ଅଦ୍ଭୁତ କାର ପାର୍କିଂର ଏହି ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ଭାରତୀୟ ଅଟୋମୋବାଇଲ୍‌ କମ୍ପାନିର ମାଲିକ ହେବା ସହିତ ଟୁଇଟର ଆଇକନ୍‌ ମଧ୍ୟ ରହିଛନ୍ତି। ଆନନ୍ଦ ମହିନ୍ଦ୍ରା ଟୁଇଟର ଆକାଉଣ୍ଟରେ ଖୁବ୍‌ ସକ୍ରିୟ ରହିବା ସହିତ ଦେଶବିଦେଶର ମହତ୍ତ୍ୱପୂର୍ଣ୍ଣ ଖବର ସହିତ ମଜାଳିଆ ଟୁଇଟ ସେୟାର କରି ଥାଆନ୍ତି। ଏହି କାରଣରୁ ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାଆନ୍ତି।

आनंद महिंद्रा ने ट्वीट किया कार पार्किंग का वायरल वीडियो, लोग कर रहे हैं इस जुगाड़ की तारीफ

ଆନନ୍ଦ ମହିନ୍ଦ୍ରା ନିକଟରେ ଏମିତି ଏକ ଭିଡିଓ ଟୁଇଟରରେ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି। ସେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଦ୍ୱାରା କାର ପାର୍କିଂର ଏକ ଅଦ୍ଭୁତ ଉପାୟ ଦେଖିବାକୁ ମିଳିଛି।

୧ମିନିଟ ୨୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି, ପାର୍କିଂ ପାଇଁ ସ୍ଥାନ କମ୍‌ ଥିବା କାରଣରୁ ଜଣେ ବ୍ୟକ୍ତି ଘର ଭିତରେ ହୁଇଲ ଟ୍ରାକ୍‌ ତିଆରି କରିଛନ୍ତି। ଯାହା ଉପରେ ସେ କାରକୁ ଚଢ଼ାଇ ପାର୍କିଂ କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି। ଆନନ୍ଦ ମହିନ୍ଦ୍ରା ବି ଟୁଇଟରରେ ଏହି ଭିଡିଓକୁ ଦେଖିବା ପରେ ରିଟୁଇଟ କରି କହିଛନ୍ତି ‘ଆପଣ କ’ଣ କରିବେ ଯେତେବେଳେ ପାର୍କିଂ ପାଇଁ କମ୍‌ ସ୍ଥାନ ଥିବ… ଅସୁବିଧା ସମୟରେ ଚତୁରତା ସହ ସାମ୍ନା କରିବା ଭାରତୀୟ ପ୍ରତିଭା ଅଟେ।’

ଏହି ଭିଡିଓକୁ ଏଯାବତ ୬୦୦୦ଲାଇକ୍‌ ଓ ୧୦୦୦ ଥର ରିଟୁଇଟ କରାଯାଇ ସାରିଲାଣି। ଭିଡିଓରେ ଫୋର୍ଡ କାରରେ ପଞ୍ଜାମ ନମ୍ବର ପ୍ଲେଟ ଲାଗିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର