ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ଘର ଓ ଗାଡ଼ି ଖଣ୍ଡେ କରିବାକୁ ସ୍ବପ୍ନ ଦେଖିଥାଏ। ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ଯେବେ ଚାହିଁବେ ଗାଡ଼ି କି ଘର କରି ପାରିବେ କିନ୍ତୁ ଜଣେ ସାଧାରଣ ମଣିଷକୁ ଏସବୁ କରିବା ପାଇଁ ଅନେକ ଦିନ ଲାଗି ଯାଇଥାଏ। ସେ ବର୍ଷବର୍ଷ ଧରି କିଛି ଟଙ୍କା ସଞ୍ଚୟ କରି ରଖିବା ପରେ ହିଁ ଗାଡ଼ି ଖଣ୍ଡେ କି ଘର ଖଣ୍ଡେ କରିଥାଏ।

Advertisment

ରାଜସ୍ଥାନର ଉଦୟପୁରର ସୁନ୍ଦରୱାସ ଅଞ୍ଚଳରେ ବସବାସ କରୁଥିବା ରାଜ କୁମାର ଓ ତାଙ୍କ ମାମୁ ବହୁତ ଖୁସିରେ ୧୮ ଲକ୍ଷ ଟଙ୍କା ପୈଠ କରି କାର କିଣି  ଦୀର୍ଘଦିନର ସ୍ବପ୍ନ ପୂରା କରିଥିଲେ। କିନ୍ତୁ ତାଙ୍କର ନୂଆଗାଡ଼ିଟି ବାରମ୍ବାର ବନ୍ଦ ହେବାର ସମସ୍ୟା ଦେଖାଇଥିଲା। ଏ ଘଟଣା ସମ୍ପର୍କରେ ସେମାନେ କମ୍ପାନିରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ କମ୍ପାନି ଗାଡ଼ି ଆଣିବାକୁ କହିଥିଲା। ଗାଡ଼ି ନେଇ ପହଞ୍ଚିବାପରେ  ବ୍ୟାଟେରୀରେ ତ୍ରୁଟି ଥିଲା, ଯାହାକୁ ସେମାନେ ଠିକ କରି ଦେଇଛନ୍ତି ବୋଲି କହି ଗାଡ଼ି ଘରକୁ ନେଇ ଯିବାକୁ ରାଜ କୁମାର ଓ ତାଙ୍କ ମାମୁଙ୍କୁ କହିଥିଲେ।

ଘରକୁ ଗାଡ଼ି ଆଣିବାର କିଛିଦିନ ପରେ ଯେଉଁ ସମସ୍ୟା ଥିଲା ପୁଣି ସେହି ସମସ୍ୟା ଦେଖା ଦେଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ରାଜ କୁମାର ରାଗି ଯାଇଥିଲେ। ଗଧ ସାହାଯ୍ୟରେ କ‌ାରକୁ ଟଣାଇ ଟଣାଇ ଗାଡ଼ି ସୋ’ରୁମରେ ପହଞ୍ଚିଥିଲେ। ଏହି ଅନନ୍ୟ ବିରୋଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଲୋକେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଗାଡିଟି ବର୍ତ୍ତମାନ ସୋ’ରୁମରେ ପଡ଼ି ରହିଛି। ଗ୍ରାହକ ଉକ୍ତ ଗାଡ଼ିକୁ ବଦଳାଇବାକୁ ଦାବି କରୁଥିବା ବେଳେ କମ୍ପାନି କର୍ମଚାରୀ ଗାଡ଼ିରେ ଥିବା ତ୍ରୁଟି ବାହାର କରି ତାହାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।