ଆଫ୍ରିକା, ମଧ୍ୟ ପ୍ରାଚ୍ୟ ଓ ଭାରତରେ ଦେଖିବାକୁ ମିଳୁଥିବା କାରାକାଲ୍ ପ୍ରଜାତିର ଜଙ୍ଗଲୀ ବିଲେଇ ଓ ଆବିସିନିଆନ୍ ବିଲେଇଙ୍କ ମଧ୍ୟରେ ପ୍ରଜନନ ମାଧ୍ୟମରେ ସୃଷ୍ଟି କରାଯାଉଥିବା ସଙ୍କର ପ୍ରଜାତିର ବିରାଡ଼ି ବିଶ୍ୱରେ ସବୁଠାରୁ ମୂଲ୍ୟବାନ୍। ଏହାକୁ ଇ˚ରେଜୀରେ କହାଯାଏ ‘କାରାକ୍ୟାଟ୍’। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ଷୋହଳ ଲକ୍ଷ ଟଙ୍କାରୁ ଅଧିକ। କାରାକାଲ୍ ଏକ ବିରଳ ପ୍ରଜାତିର ପ୍ରାଣୀ। ସ୍ୱଭାବତଃ ଅତି ଉଗ୍ର। ସୁବିଧା ପାଇଲେ ମଣିଷକୁ ବି ଆକ୍ରମଣ କରିଥାଏ। ହେଲେ, କାରାକ୍ୟାଟ୍ ଠିକ୍ ଏହାର ବିପରୀତ; ବେଶ୍ ଶାନ୍ତ ଓ ମଣିଷର ସଙ୍ଗ ଲୋଡ଼ୁଥିବା ପ୍ରାଣୀ। ଉଚ୍ଚତାରେ କୋଡ଼ିଏ ଇଞ୍ଚ୍ ଏବ˚ ଓଜନରେ ପନ୍ଦର କିଲୋଗ୍ରାମ୍ ପର୍ଯ୍ୟନ୍ତ ବଢ଼ିପାରେ। ୨୦୦୭ରେ ପ୍ରଥମ ଥର ପାଇଁ କାରାକ୍ୟାଟ୍ ସୃଷ୍ଟି କରାଯାଇଥିଲା। ଅଦ୍ୟାବଧି ମାତ୍ର ତିରିଶଟି ଜନ୍ମ ହୋଇଥିବା ଜଣାଯାଏ।
ବିଶ୍ୱର ସବୁଠାରୁ ମୂଲ୍ୟବାନ୍ ବିଲେଇ
ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ଷୋହଳ ଲକ୍ଷ ଟଙ୍କାରୁ ଅଧିକ