ଆଜିକାଲି ଅଧିକାଂଶ ଛାତ୍ର ଛାତ୍ରୀ ନୂଆ ଲାଇନରେ କ୍ୟାରିଅର କରିବାକୁ ଆଗ୍ରହୀ। ଏଦୃଷ୍ଟିରୁ ଜେମୋଲୋଜିରେ କ୍ୟାରିଅର୍ ମଧ୍ୟ ଏକ ଭଲ ବିକଳ୍ପ । ଏଥିପାଇଁ ଭାରତ ହେଉଛି ଉତ୍ତମ ସ୍ଥାନ । ଜେମୋଲୋଜିଷ୍ଟଙ୍କ କାମ ହେଲା ରତ୍ନର ଯାଞ୍ଚ, କଟିଂ ଇତ୍ୟାଦି। ଯାଞ୍ଚ ପରେ ରତ୍ନର ଶୁଦ୍ଧତା ପ୍ରମାଣିତ ହୋଇପାରିବ । ଏହି ବିଷୟରେ ଅଧ୍ୟୟନ କରିବା ପାଇଁ ଉଚ୍ଚତମ ବୈଷିୟକ ଜ୍ଞାନ ସାଙ୍ଗକୁ କଟିଂ, ମୂଲ୍ୟ ଓ ଯାଞ୍ଚ ଆଦି ସଂପର୍କୀତ ସୂଚନା ନିଜପାଖରେ ରଖିବା ଦରକାର ।
କେଉଁଠି ପଢିବେ :- ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଲା ପ୍ଲସ୍ଟୁ ପାଶ୍ । ଜେମୋଲୋଜି ପଢିବା ପାଇଁ ଦେଶର ଅଳ୍ପ କେତୋଟି ନାମୀ ଶିକ୍ଷାନୁଷ୍ଠାନ ରହିଛି । ଏଗୁଡିକ ହେଲା-
୧-ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଜେମୋଲୋଜି, ଇଷ୍ଟ୍ ପାର୍କ ରୋଡ୍ , କରୋଲବାଗ, ନୂଆଦିଲ୍ଲୀ ।
୨-ଜୁଏଲାରୀ ଡିଜାଇନ୍ ଆଣ୍ଡ ଟେକ୍ନୋଲୋଜି ଇନ୍ଷ୍ଟିଚ୍ୟୁଟ୍, ଏ-୮୯,ସେକ୍ଟର-୨, ନୋଏଡା
୩- ନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଗୁଲମୋହର ପାର୍କ ସନ୍ନିକଟ, ହୋଜଖାସ୍,ନୂଆଦିଲ୍ଲୀ
୪- ଇଣ୍ଡିଆନ୍ ଜେମୋଲୋଜିକାଲ୍ ଇନ୍ଷ୍ଟିଚ୍ୟୁଟ୍ , ନିର୍ମଳା ଟାଓ୍ଵାର୍ସ, ୧୦ମ ମହଲା, ୨୬, ବାରାଖଣ୍ଡା ରୋଡ଼, ନୂଆଦିଲ୍ଲୀ
୫-ଇଣ୍ଟରନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଟନ୍ ଟେକ୍ନୋଲୋଜି , ସାଉଥ୍ ଏକ୍ସଟେନ୍ସନ୍ ପାର୍ଟ-୧, ନୂଆଦିଲ୍ଲୀ
୬-ଇଣ୍ଡିଆନ୍ ଡାୟମଣ୍ଡ ଇନ୍ଷ୍ଟିଚ୍ୟୁଟ୍ ସୁମୁଲ ଡାୟରୀ ରୋଡ୍, ସୂରତ
/sambad/media/post_attachments/wp-content/uploads/2017/11/gemologist-.yourgemologist.com_-300x190.jpg)
ଜେମୋଲୋଜିରେ କୋର୍ସ କରିବା ପରେ କିଭଳି ରୋଜଗାର କରିବେ
ନିଯୁକ୍ତି/ ଆତ୍ମ ନିଯୁକ୍ତି ବ୍ୟବସ୍ଥା- ଆପଣ ଜେମୋଲୋଜିରେ କୋର୍ସ କରିବା ପରେ କୌଣସି ବ୍ରାଣ୍ଡେଡ୍ କଂପାନୀ ରେ କାମ କରିପାରନ୍ତି । ଏହି କଂପାନୀ ମାନଙ୍କରେ ଜୁଏଲାରୀ ଡିଜାଇନିଂ, ଜେମ୍ କଟିଙ୍ଗ୍ ରତ୍ନ ଜଡିତ ଘଡି ଓ ବସ୍ତନ ପ୍ରସ୍ତୁତ କାମ କରିବାକୁ ପଡିଥାଏ । ବଡବଡ ଜୁଏଲାରୀ ଦୋକାନୀମାନେ ମଧ୍ୟ ଜେମୋଲୋଜିଷ୍ଟ୍ ମାନଙ୍କୁ ଭଲ ଦରମା ଦେଇ ନିଯୁକ୍ତିର ବନ୍ଦୋବସ୍ତ କରୁଛନ୍ତି । ଏତଦ୍ବ୍ୟତୀତ ସେଲ୍ସ ଓ ଏଚ୍.ଆର୍ ଭଳି କ୍ଷେତ୍ରରେ ମଧ୍ୟ ନିୟୋଜିତ ହୋଇପାରିବେ । ଯେଉର୍ମାନେ ଜୁଏଲାରୀ ଉପରେ ଖୁବ୍ ଭଲ ଜ୍ଞାନ ଥିବ ଏବଂ ଖୁବ୍ ଭଲ ଇଂରାଜୀ, ହିନ୍ଦୀ କହିପାରୁଥିବ, ସେମାନେ ବ୍ରାଣ୍ଡେଡ କଂପାନୀରେ ଉପରୋକ୍ତ ଚାକିରି କରିପାରିବେ ।
ଏଲାଇନ୍ରେ ଆତ୍ମନିଯୁକ୍ତିର ମଧ୍ୟ ସୁବନ୍ଦୋବସ୍ତ ରହିଛି । ଜଣେ ଚାହିଁଲେ ନିଜେ ବିଭିନ୍ନ ଜୁଏଲାରୀ ପ୍ରସ୍ତୁତ କରି ବିଭିନ୍ନ ବଡବଡ କଂପାନୀମାନଙ୍କୁ ସପ୍ଲାଇ କରିପାରନ୍ତି । ଏହା ଦ୍ୱାରା ପ୍ରଚୁର ଲାଭ ମିଳିଥାଏ । ଯଦି ଆପଣ ଘରେ ବସି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଥାଆନ୍ତି, ତେବେ ଅନ୍ୟୁନ ଦୁଇ ଲକ୍ଷଟଙ୍କାର ପୁଞ୍ଜି ନିବେଶ କରିପାରନ୍ତି । ଏତଦ୍ବ୍ୟତୀତ ଆର୍ଟିଫିସିଆଲ୍ ବ୍ୟବସାୟ ମଧ୍ୟ କରିପାରିବେ ।