ପରିବେଶ ବିଜ୍ଞାନରେ ରହିଛି ଭଲ କ୍ୟାରିଅର୍‌ ସୁଯୋଗ

ମନୁଷ୍ୟ ଜୀବନ ସଂପୂର୍ଣ୍ଣ ରୂପେ ପରିବେଶ ଉପରେ ନିର୍ଭରଶୀଳ । କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବା ଔଦ୍ୟୋଗିକୀରଣ ଓ ଆଧୁନିକୀକରଣ ପରିବେଶକୁ ନଷ୍ଟ କରୁଛି । ଏହି କାରଣରୁ ସରକାରୀ ଓ ବେସରକାରୀ ସ୍ତରରେ ପରିବେଶ ସୁରକ୍ଷା ପାଇଁ ଖାସ୍‌ ଗୁରୁତ୍ୱ ଦିଆଯାଉଛି । ଏବେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ପରିବେଶ କ୍ଷେତ୍ରରେ କ୍ୟାରିଅର୍‌ ପାଇଁ ବିଭିନ୍ନ ପାଠ୍ୟକ୍ରମର ପ୍ରଚଳନ କରାଯାଇଛି ।

ଆଜି ପରିବେଶ ପ୍ରଦୂଷଣକୁ ନେଇ ସବୁଆଡ଼େ ଚର୍ଚ୍ଚା । ଏହାର ମୁଖ୍ୟ କାରଣ ହେଉଛି ସହରୀକରଣ ଓ ଔଦ୍ୟୋଗିକୀରଣ । ସଂପ୍ରତ୍ତି ପରିବେଶବିତ୍‌ଙ୍କ ସାମ୍ନାରେ ପରିବେଶ ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି । ପରିବେଶ ବିଜ୍ଞାନକୁ କ୍ୟାରିଅର୍‌ ରୂପେ ନେବା ପାଇଁ ଏବେ ସମସ୍ତେ ଆଗ୍ରହୀ । ପରିବେଶ ବିଜ୍ଞାନ ମୂଳତଃ ଶକ୍ତି ସଂରକ୍ଷଣ, ଜୈବ ବିବିଧିତା, ଜଳବାୟୁ ପରିବର୍ତ୍ତନ, ଭୂଜଳ, ମୃତ୍ତିକା ପ୍ରଦୂଷଣ, ବାୟୁ ପ୍ରଦୂଷଣ,ବାହନ ପ୍ରଦୂଷଣ ଉପରେ ଆଧାରିତ ।

photo-shu.edu

ପାଠ୍ୟକ୍ରମ ଓ ଯୋଗ୍ୟତା: ଏଜୁକେସନ, କନସଲ୍‌ଟିଂ ଓ ଇଂଜିନିୟରିଂର ରୁଚି ରଖୁଥିବା ଛାତ୍ରମାନେ ପରିବେଶ ବିଜ୍ଞାନରେ ବି.ଟେକ୍‌ କରିବା ପରେ ଏମ୍‌.ଟେକ୍‌ କରିପାରିବେ ।
ପରିବେଶ ବିଜ୍ଞାନରେ ବିଟେକ୍‌ ପାଇଁ ମୁଖ୍ୟ ଯୋଗ୍ୟତା ହେଉଛି ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥ୍‌ସ ସହିତ ପ୍ଲସ୍‌ଟୁ ଶିକ୍ଷା ସମାପ୍ତି । ସ୍ନାତକ ସ୍ତରରେ ପରିବେଶ ବିଜ୍ଞାନ ପାଠ୍ୟକ୍ରମ ଖୁବ୍‌ କମ୍‌ ବିଶ୍ୱ ବିଦ୍ୟାଳୟରେ ବ୍ୟବସ୍ଥା ରହିଛି । ପରିବେଶ ବିଜ୍ଞାନରେ ଏମ୍‌.ଏସ୍‌.ସି ଭଳି ସ୍ନାତକୋତର ପାଠ୍ୟକ୍ରମ ମଧ୍ୟ ରହିଚି । ଏହାର ଅବଧି ଦୁଇ ବର୍ଷ । ଏତଦ୍‌ବ୍ୟତୀତ ପରିବେଶ ବିଜ୍ଞାନ ଓ ପରିବେଶ ପରିଚାଳକ ପାଇଁ ମଧ୍ୟ ସ୍ୱଳ୍ପକାଳୀନ ସ୍ନାତକୋତ୍ତର ଡିପ୍ଲୋମା ( ପି.ଜି. ଡିପ୍ଲୋମା) ପାଠ୍ୟକ୍ରମ ମଧ୍ୟ ରହିଛି । ଛାତ୍ରଛାତ୍ରୀମାନେ ଏହାପରେ ପରିବେଶ ବିଜ୍ଞାନରେ ଏମ୍‌.ଫିଲ୍‌ ତଥା ପି.ଏଚ୍‌ଡିି ମଧ୍ୟ କରିପାରିବେ ।
ଏହି କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସମ୍ଭାବନା ରହିଛି । ଭିନ୍ନ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ବ୍ୟତୀତ ଶିଳ୍ପ ସଂସ୍ଥା, ଏନ୍‌ଜିଓ, ସରକାରୀ ସଂସ୍ଥା, ହୋଟେଲ୍‌,ବ୍ୟାଙ୍କ , ପ୍ରକାଶନ ସଂସ୍ଥା ବ୍ୟତୀତ ପରାମର୍ଶଦାତା ରୂପେ ମଧ୍ୟ କାର୍ଯ୍ୟକରି ପାରିବେ ।

 

ସମ୍ବନ୍ଧିତ ଖବର