ଫ୍ୟାଶନ୍‌ ଡିଜାଇନରେ କ୍ୟାରିଅର୍‌ ପାଇଁ ଇଚ୍ଛୁକ କି?

ଫ୍ୟାଶନ୍‌ ଦୁନିଆଁ ଏଭଳି ଏକ ଦୁନିଆଁ,ଯେଉଁଠି ସନ୍ଧ୍ୟା ନଥାଏ। ଏଥିପାଇଁ ତ ଆଜିକାଲି ଫ୍ୟାଶନ୍‌ ଯୁବପିଢ଼ୀ ପ୍ୟାସନ୍‌ ବନିଯାଇଛି। ଦିଲ୍ଲୀ ଫ୍ୟାଶନ୍‌ ଉଇକ୍‌,ପ୍ୟାରିସ୍‌ ମିଲାନ୍‌ ଓ ନ୍ୟୁୟର୍କରେ ଆକର୍ଷଣୀୟ ପରିଧାନରେ ର‍୍ୟାମ୍ପ୍‌ରେ କ୍ୟାଟ୍‌ଓ୍ଵାକ୍‌ କରୁଥିବା ମଡ଼େଲ୍‌ମାନେ ଏହି ଫ୍ୟାଶନ୍‌କୁ ଅଧିକ ଲୋକପ୍ରିୟ କରୁଛନ୍ତି।ଏଥିରେ ଡ଼ିଜାଇନ୍‌ର ମାନଙ୍କର ସଫଳତାର କାହାଣୀ ରହିଛି। ଏଣୁ ଫ୍ୟାଶନ୍‌ ଡ଼ିଜାଇନିଙ୍ଗ୍‌ରେ ଆପଣ କ୍ୟାରିଅର୍‌ କରିପାରିବେ। ବିଗତ କିଛି ବର୍ଷ ଭିତରେ ଭାରତୀୟ ଫ୍ୟାଶନ୍‌ ଦୁନିଆଁର ଋତୁ ବେରୀ,ମନୀଷ ମାଲହୋତ୍ରା,ରୋହିତ ବଲଙ୍କ ଭଳି ଡ଼ିଜାଇନ୍‌ର ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଗଲେଣି।ଏଥର ଆସନ୍ତୁ ଜାଣିବା ଫ୍ୟାଶନ୍‌ ଡ଼ିଜାଇନିଂରେ କିପରି କ୍ୟାରିଅର୍‌ କରି ହେବ…

ଫ୍ୟାଶନ୍‌ ଡ଼ିଜାଇନ୍‌ର ହେବା ପାଇଁ ଆପଣଙ୍କୁ ପ୍ରଥମେ ଫ୍ୟାଶନ୍‌ ଡ଼ିଜାଇନିଂ କୋର୍ସ କରିବାକୁ ପଡ଼ିବ। ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍‌ନୋଲୋଜି ଏଥିପାଇଁ ସବୁଠୁଁ ବଡ଼ ଶିକ୍ଷାନୁଷ୍ଠାନ।ଏତଦ୍‌ବ୍ୟତୀତ ଦେଶରେ ବିଭିନ୍ନ ଅନୁଷ୍ଠାନ ମଧ୍ୟ ରହିଛି । କେତେକ ଫ୍ୟାଶନ୍‌ ଡ଼ିଜାଇନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଣ୍ଡର ଗ୍ରାଜୁଏଟ୍‌ କୋର୍ସରେ ଆଡ଼୍‍ମିସନ୍‌ ପାଇଁ ପ୍ଲସ ଟୁ ପାଶ୍‌ କରିବା ନିହାତି ଜରୁରୀ। ନିଫ୍‌ଟ (ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍‌ନୋଲୋଜି ) ଭଳି ଇନ୍‌ଷ୍ଟିଚ୍ୟୁଟ୍‌ରେ ଆଡ଼ମିସନ୍‌ ପାଇଁ ଲିଖିତ ପରୀକ୍ଷା,ଗ୍ରୁପ୍‌ ଡ଼ିସ୍କସନ୍‌ ଓ ପର୍ସନାଲ୍‌ ଇଣ୍ଟରଭ୍ୟୁ ଆଦି ମଧ୍ୟ ଦେଇ ଗତି କରିବାକୁ ପଡ଼ିବ । ପୋଷ୍ଟ୍‍ ଗ୍ରାଜୁଏସନ୍‌ କୋର୍ସରେ ଆଡ଼୍‍ମିସନ୍‌ ନେବା ଲାଗି କୌଣସି ବି ବିଷୟରେ ସ୍ନାତକ ହେବା ଜରୁରୀ।

ଫ୍ୟାଶନ୍‌ ଡ଼ିଜାଇନିଂର କ୍ଷେତ୍ର ତିନିଟି ବ୍ରାଞ୍ଚ୍।ଏଗୁଡ଼ିକ ହେଲା ଗାର୍‌ମେଣ୍ଟ୍‌ ଡ଼ିଜାଇନ୍‌ ,ଲେଜର ଡ଼ିଜାଇନ୍‌,ଆକ୍‌ସେସରିଜ  ଓ ଜୁଏଲାରୀ ଡ଼ିଜାଇନ୍‌।ଏତଦ୍‌ବ୍ୟତୀତ ଫ୍ୟାଶନ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ,ଫ୍ୟାଶନ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ,ଫ୍ୟାଶନ୍‌ ମାର୍କେଟିଂ ଡ଼ିଜାଇନ୍‌ ପ୍ରଡ଼କ୍‌ସନ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆଦି କାର୍ଯ୍ୟରେ ମଧ୍ୟ ବିଶେଷଜ୍ଞତା ଆପଣ ହାସଲ କରିପାରିେବେ। ଉପରୋକ୍ତ ବିଷୟ ଗୁଡ଼ିକରେ ଗ୍ରାଜୁଏଟ୍‌ ,ପୋଷ୍ଟ୍‍ ଗ୍ରାଜୁଏଟ୍‌ ଡ଼ିପ୍ଲୋମା ଓ ସାର୍ଟିଫିକେଟ୍‌ କୋର୍ସ କରିପାରିବେ।

ଏହି କ୍ଷେତ୍ରର ତିନିଟି ବ୍ରାଞ୍ଚ୍‌ : ଫ୍ୟାଶନ୍‌ ଡ଼ିଜାଇନିଂର କ୍ଷେତ୍ର ତିନିଟି ବ୍ରାଞ୍ଚ୍‌ରେ ବିଭାଜିତ।ଏଗୁଡ଼ିକ ହେଲା ଗାର୍‌ମେଣ୍ଟ୍‌ ଡ଼ିଜାଇନ୍‌ ,ଲେଜର ଡ଼ିଜାଇନ୍‌,ଆକ୍‌ସେସରିଜ  ଓ ଜୁଏଲାରୀ ଡ଼ିଜାଇନ୍‌।ଏତଦ୍‌ବ୍ୟତୀତ ଫ୍ୟାଶନ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ,ଫ୍ୟାଶନ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ,ଫ୍ୟାଶନ୍‌ ମାର୍କେଟିଂ ଡ଼ିଜାଇନ୍‌ ପ୍ରଡ଼କ୍‌ସନ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆଦି କାର୍ଯ୍ୟରେ ମଧ୍ୟ ବିଶେଷଜ୍ଞତା ଆପଣ ହାସଲ କରିପାରିେବେ। ଉପରୋକ୍ତ ବିଷୟ ଗୁଡ଼ିକରେ ଗ୍ରାଜୁଏଟ୍‌ ,ପୋଷ୍ଟ୍‍ ଗ୍ରାଜୁଏଟ୍‌ ଡ଼ିପ୍ଲୋମା ଓ ସାର୍ଟିଫିକେଟ୍‌ କୋର୍ସ କରିପାରିବେ।
ଫ୍ୟାଶନ୍‌ ଡ଼ିଜାଇନିଂର କ୍ରେଜ୍‌: ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ର ଦେଶରେ କୋଟି କୋଟି ପ୍ରଶଂସକ ଅଛନ୍ତି। ଟିଭିର ଲୋକପ୍ରିୟତା ଆଜି ଆକାଶଛୁଆଁ। ଟିଭି ସିରିଏଲ୍‌ ଓ ଫିଲ୍ମରେ କଳାକାରମାନଙ୍କର ଡ୍ରେସ୍‌ ଦେଖି ଫ୍ୟାଶନ୍‌ର କ୍ରେଜ୍‌ ବଢ଼ିଥିବା ଜଣାଯାଇଛି। ଏହି କାରଣରୁ ଫ୍ୟାଶନ୍‌ ଡ଼ିଜାଇନ୍‌ରମାନଙ୍କର ଡ଼ିମାଣ୍ଡ ମଧ୍ୟ ବଢ଼ିଯାଇଛି। ଭାରତରେ ଦିନକୁ ଦିନ ଫ୍ୟାଶନ୍‌ର ଚାହିଦା ଯେଉଁ ଭଳି ବୃଦ୍ଧି ପାଇଛି,ସେଥିରୁ ଅନୁମାନ କରାଯାଉଛି ଯେ ଏହାର ମଧ୍ୟ ବହୁଗୁଣା ହେବ।

ଚ୍ୟାଲେଂଜିଙ୍ଗ୍‌ କାର୍ଯ୍ୟ: ସାଧାରଣତଃ ଲୋକମାନଙ୍କର ଧାରଣା ଯେ,ଡ଼ିଜାଇନର୍‌ମାନେ ସ୍ୱପ୍ନ ଦୁନିଆରେ ବିଚରଣ କରନ୍ତି। ପ୍ରକୃତରେ ଏହା ଠିକ୍‌ ନୁହେଁ , କାରଣ ସେମାନଙ୍କ କାର୍ଯ୍ୟ ଖୁବ୍‌ ଚ୍ୟାଲେଂଜିଙ୍ଗ୍‌। ବଜାରର ଚାହିଦା ଅନୁଯାୟୀ କୌଣସି ସ୍ୱତନ୍ତ୍ର ପ୍ରଡ଼କ୍ଟ ସିଜନ୍‌ ଓ ପ୍ରାଇସ୍‌କୁ ଧ୍ୟାନରେ ରଖି ଡ଼ିଜାଇନ୍‌ ପ୍ରସ୍ତୁତ କରାଯାଇଥାଏ। ବିଗତ କିଛି ବର୍ଷ ଧରି କ୍ଷେତ୍ରରେ କାର୍ଯ୍ୟଶୈଳୀ ମଧ୍ୟ ତୀବ୍ର ଗତିରେ ବଦଳିବାରେ ଲାଗିଛି। ବେଶ୍‌ କିଛି ବର୍ଷ ତଳେ ଭାରତରେ ଏମିତି କୌଣସି ଫ୍ୟାଶନ୍‌ ଡ଼ିଜାଇନ୍‌ର ନଥିଲେ, ଯାହାଙ୍କୁ ସମଗ୍ର ବିଶ୍ୱରେ ଜାଣିଥିଲେ। ଏବେ କିନ୍ତୁ ଋତୁବେରୀ,ରୋହିତ ବହଲ,ସୁନିତ୍‌ ବର୍ମା,ଜେଜେ ବାଲିୟା,ତରୁଣ ତିହିଲିୟାନୀଙ୍କ ଭଳି ଖ୍ୟାତନାମା ଫ୍ୟାଶନ୍‌ ଡ଼ିଜାଇନର୍‌ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଋତୁ ବେରୀ ତ ହଲିଉଡ଼୍‍ର ନାମୀ ଦାମୀ ଷ୍ଟାର୍‌ ନିକୋଲସ୍‌ କିଡ଼୍‍ମାନ୍‌ ଏବଂ କେଟ୍‌ ହୋମସ୍‌ଙ୍କର କଷ୍ଟ୍ୟୁମି ଡ଼ିଜାଇନ୍‌ କରି ସାରିଛନ୍ତି।

ସମ୍ବନ୍ଧିତ ଖବର