ନ୍ୟୁଟ୍ରିସନିଷ୍ଟ୍‍ ହେବାକୁ ଚାହାଁନ୍ତି କି?

ନ୍ୟୁଟ୍ରିସନିଷ୍ଟ ହେବା ପାଇଁ ଆପଣଙ୍କୁ ଗ୍ରାଜୁଏସନ୍‌ ପରେ ବି.ଏସ୍‌.ସି ହୋମ୍‌ ସାଇନ୍ସ ପଢିବାକୁ ପଢିବ । ଏଥିରେ ଫୁଡ୍‌ ଅଣ୍ଡ ନ୍ୟୁଟ୍ରିସନ୍‌ ବିଷୟ ନେବାକୁ ପଡ଼ିବ । ଆପଣ ଭଲ କଲେଜ୍‌ରୁ ସ୍ପୋଶାଲାଇଜେସନ୍‌ କରିପାରନ୍ତି । ଏହି କୋର୍ସ ଭୁବନେଶ୍ୱରର ଓୟୁଏଟିରେ ଉପଲବ୍ଧ।
ଆଜିକାଲି ହସ୍ପିଟାଲ୍‌ , ସ୍କୁଲ୍‌, ଫୁଡ୍‌ ପ୍ରଡକ୍ଟ ଇଣ୍ଡଷ୍ଟ୍ରି, ଫୁଡ୍‌ ପ୍ରିଜୁଭେର୍ସନ ଏମିତି ଅନେକ ସଂସ୍ଥା ଅଛି, ଯେଉଁଠାରେ ନ୍ୟୁଟ୍ରିସନିଷ୍ଟମାନଙ୍କର ଆବଶ୍ୟକତା ରହିଛି । ଥରେ ଗୋଟିଏ ସଂସ୍ଥାରେ ନିଯୁକ୍ତ ହୋଇ କାମ କରି ଅଭିଜ୍ଞତା ହାସଲ କରନ୍ତୁ । ତା’ପରେ ପୁଣି ବଡ ବଡ ସଂସ୍ଥାମାନଙ୍କୁ ଯାଇ କାମ କରିପାରିବେ ।

ଏତଦ୍‌ବ୍ୟତୀତ ଆପଣ ନିଜର କନ୍‌ସଲଟେସନ୍‌ ସେଣ୍ଟର ମଧ୍ୟ ଖୋଲିପାରିବେ । ରାଷ୍ଟ୍ରୀୟ ତଥା ଆନ୍ତରାଷ୍ଟ୍ରୀୟ ସଂସ୍ଥାମାନଙ୍କରେ ମଧ୍ୟ ନ୍ୟୁଟ୍ରିସିନିଷ୍ଟମାନଙ୍କର ଡିମାଣ୍ଡ ବଢିଛି । ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ୍‌ , ଡାଏବେଟିକ୍‌ ଫାଉଣ୍ଡେସନ୍‌ , ନ୍ୟୁଟ୍ରିସନ୍‌ ଫାଉଣ୍ଡେସନ୍‌ ଏନ୍‌ଏଚ୍‌ ଆର ସେଭଳି ମିଶନ୍‌ରେ ମଧ୍ୟ ନ୍ୟୁଟ୍ରିସନିଷ୍ଟମାନଙ୍କୁ ନିଯୁକ୍ତି ମିଳୁଛି ।

 

ସମ୍ବନ୍ଧିତ ଖବର