ନ୍ୟୁକ୍ଲିଅର୍ ସାଇନ୍ସ ଆଜିର ସମୟରେ ଏକ ହାଇଫାଇ କ୍ୟାରିଅର୍। ଦେଶରେ ବର୍ତ୍ତମାନ ଯେଉଁଭଳି ଶକ୍ତି ସଂକଟ ଦେଖାଯାଇଛି,ତା’କୁ ସୁଧାରିବାରେ ନ୍ୟୁକ୍ଲିଅର୍ ସାଇନ୍ସର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଖାଲିସେତିକି ନୁହେଁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହାର ଯଥେଷ୍ଟ ଭୂମିକା ରହିଛି। ଅସାଧ୍ୟ ରୋଗର ଚିକିତ୍ସା ପାଇଁ ନ୍ୟୁକ୍ଲିଅର୍ ସାଇନ୍ସର ଆବଶ୍ୟକତା ବଢ଼ିଯାଇଛି। ଆସନ୍ତୁ ଜାଣିବା ନ୍ୟୁକ୍ଲିଅର ସାଇନ୍ସରେ ଜଣେ କିପରି କ୍ୟାରିଅର୍ କରିପାରିବ!
ଆମ ଦେଶରେ ଶକ୍ତିର ଚାହିଦା ଖୁବ୍ ବୃଦ୍ଧି ପାଇଛି।ଏହି କାରଣରୁ ଦେଶରେ ପରମାଣୁ ଶକ୍ତି କ୍ଷେତ୍ରରେ ମଧ୍ୟ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି। କିଛି ବର୍ଷ ତଳେ ଭାରତରେ ସତରଟି ଅଟୋମିକ୍ ପାଓ୍ଵାର୍ ଷ୍ଟେସନ୍ ଥିଲା।ଏବେ ଆହୁରି ଛଅଟି ନୂଆ ଷ୍ଟେସନ୍ର ନିର୍ମାଣ ପାଇଁ ଯୋଜନା କରାଯାଉଛି।କେବଳ ଶକ୍ତିକ୍ଷେତ୍ରରେ ନୁହେଁ,ବରଂ ନାଭକୀୟ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହି ନ୍ୟୁକ୍ଲିଅର୍ ଶକ୍ତିର ପ୍ରୟୋଗ କରାଗଲାଣି।
ବିଶ୍ୱର କେତେକ ଦେଶରେ ପରମାଣୁ ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଗବେଷଣା ଚାଲିଛି ଏବଂ ଚିକିତ୍ସା କ୍ଷେତ୍ରରେ ମଧ୍ୟ ନୂତନ ପ୍ରୟୋଗ କରାଯାଉଛି।ଏହି କାରଣରୁ ନ୍ୟୁକ୍ଲିଅର୍ ସାଇନ୍ସରେ ନିଯୁକ୍ତିର ପ୍ରଚୁର ବ୍ୟବସ୍ଥା ହୋଇଛି,ଯେଉଁଥିପାଇଁ ଏଥିରେ କ୍ୟାରିଅର୍ କରିବା ଲାଗି ଯୁବପିଢ଼ୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି।
କେମିତି କରିବେ କ୍ୟାରିଅର୍:- ନ୍ୟୁକ୍ଲିଅର୍ ସାଇନ୍ସ ଖୁବ୍ ବଡ଼ ବିଷୟ।ଏଥିରେ ଶକ୍ତି କ୍ଷେତ୍ର,ନ୍ୟୁକ୍ଲିଆର ରିଆକ୍ଟର ଡ଼ିଜାଇନ୍,ନିରାପତ୍ତାଠୁଁ ଆରମ୍ଭ କରି ଅନ୍ୟ ବେଶ୍ କେତୋଟି ବିଷୟ ରହିଛି। ସଂପ୍ରତି ଆନ୍ତର୍ଜାତୀୟ ସ୍ତରରେ ନ୍ୟୁକ୍ଲିଅର୍ ବିଜ୍ଞାନୀମାନଙ୍କର ବିଷୟ ରହିଛି। ସଂପ୍ରତି ଆନ୍ତର୍ଜାତୀୟ ସ୍ତରରେ ନ୍ୟୁକ୍ଲିଅର୍ ଇଂଜିନିୟରିଂ କ୍ଷେତ୍ରରେ ଡ଼ିଗ୍ରୀ କରିବାକୁ ଚାହାଁନ୍ତି,ତେବେ ଫିଜିକ୍ସ ,କେମେଷ୍ଟ୍ରି ଓ ମ୍ୟାଥ୍ସ ସବ୍ଜେକ୍ଟ ନେଇ ଆପଣଙ୍କୁ ଡ଼ିଗ୍ରୀ ହୋଲ୍ଡ଼ର ପ୍ରଥମେ ହେବାକୁ ପଡ଼ିବ।ତା’ପରେ ଏହି ଇଂଜିନିୟରିଂ ପଢ଼ିପାରିବେ।ନ୍ୟୁକ୍ଲିଅର୍ ଇଂଜିନିୟରିଂରେ ଡ଼ିଗ୍ରୀ କରିବା ପରେ ଆପଣ ଏମ୍.ଟେକ୍ ଓ ପି.ଏଚ୍.ଡ଼ି ମଧ୍ୟ କରିପାରନ୍ତି।ବିଶେଷ କରି ଯେଉଁମାନେ ନ୍ୟୁକ୍ଲିଅର୍ ସାଇନ୍ସ ରେ ରିସର୍ଚ୍ଚ କରିବାକୁ ଚାହାଁନ୍ତି,ସେମାନଙ୍କ ପାଇଁ ପି.ଏଚ୍.ଡ଼ି କରିବା ଏକ ପ୍ରକାରର ବାଧ୍ୟତାମୂଳକ।

ନ୍ୟୁକ୍ଲିଅର୍ ସାଇନ୍ସ ରେ କ୍ୟାରିଅର୍ ପାଇଁ ପ୍ରମୁଖ ଶିକ୍ଷା ଅନୁଷ୍ଠାନ:-ଏବେ ଭାତରେ କେତେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ବିଦ୍ୟାଳୟରେ ନ୍ୟୁକ୍ଲିଅର୍ ସାଇନ୍ସ ପାଠ୍ୟକ୍ରମରେ ପ୍ରଚଳନ ହେଲାଣି।କିନ୍ତୁ ଦେଶର ଯେଉଁ ପ୍ରମୁଖ ଶିକ୍ଷାନୁଷ୍ଠାନ ଏ କ୍ଷେତ୍ରରେ ସ୍ୱତନ୍ତ୍ର ରୂପ ମାନ୍ୟତା ଲାଭ କରିଛନ୍ତି,ସେଗୁଡ଼ିକ ମଧ୍ୟରେ (୧) ଦିଲ୍ଲୀ କଲେଜ୍ ଅଫ୍ ଇଂଜିନିୟରିଂ,ନୂଆଦିଲ୍ଲୀ(୨)ମଣିପାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,ମଣିପାଲ୍ କର୍ଣ୍ଣାଟକ(୩) ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,କାନ୍ପୁର(୪) ସେଣ୍ଟର ଫର୍ ନ୍ୟୁକ୍ଲିଅର୍ ମେଡ଼ିସିନ୍,ପଞ୍ଜାବ ୟୁନିଭର୍ସିଟି,ଚଣ୍ଡିଗଡ଼,ପଞ୍ଜାବ।
ନିଯୁକ୍ତି ବ୍ୟବସ୍ଥା : ନ୍ୟୁକ୍ଲିଅର୍ ସାଇନ୍ସ ମୁଖ୍ୟତଃ ଏକ ବିଶେଷଜ୍ଞତାର କ୍ଷେତ୍ର।ଏଥିରେ ଆପଣ ନ୍ୟୁକ୍ଲିଅର୍ ଇଂଜିନିଅର୍ ,ନ୍ୟୁକ୍ଲିଅର୍ ବୈଜ୍ଞାନିକ ନ୍ୟୁକ୍ଲିଅର୍ ମେଡ଼ିଟେକ୍ନୋଲୋଜିଷ୍ଟ ଏବଂ ରିସର୍ଚ୍ଚ ଫେଲୋ ଭାବେ ନିଯୁକ୍ତି ପାଇପାରିବେ।ଏଥିରେ କ୍ୟାରିଅର୍ କରିବାକୁ ହେଲେ ଆପଣଙ୍କୁ ଯଥେଷ୍ଟ ଧୈର୍ଯ୍ୟବାନ୍ ହେବାକୁ ପଡ଼ିବ।ଏହି କ୍ଷେତ୍ରରେ ଯେଉଁମାନଙ୍କ ମନରେ ନୂଆ କିଛି ଉଦ୍ଭାବନ କରିବା ପାଇଁ ଅଦମ୍ୟ ଇଛା ଶକ୍ତି,ନିଷ୍ଠା ଓ ସାହସଥିବ,ସେମାନେ ହିଁ ସଫଳତା ହାସଲ କରିପାରିବେ।
ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଅନେକ ପଦପଦବୀ ରହିଛି।ଯାହା କେବଳ ନ୍ୟୁକ୍ଲିଅର୍ ସାଇନ୍ସର ଛାତ୍ରଛାତ୍ରୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ।କେନ୍ଦ୍ର ସରକାର ଏହି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ଆଗ୍ରହୀ ଯୁବକ,ଯୁବତୀ ମାନଙ୍କୁ ଫେଲୋସିସ୍ ପ୍ରଦାନ କରୁଛନ୍ତି।
ଏତଦ୍ବ୍ୟତୀତ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ଦେଶମାନଙ୍କରେ ମଧ୍ୟ ନ୍ୟୁକ୍ଲିଅର୍ ବୈଜ୍ଞାନିକ ମାନଙ୍କର ଯଥେଷ୍ଟ ଚାହିଦା ରହିଛି। ଦେଶ ବିଦେଶରେ ଏଭଳି ଅନେକ ରିସର୍ଚ୍ଚ ଷ୍ଟେସନ୍ ରହିଛି ,ଯେଉଁଠାରେ କି ନ୍ୟୁକ୍ଲିଅର୍ ସାଇନ୍ସ୍ ପଢ଼ିଥିବା ଯୁବକ,ଯୁବତୀମାନେ ନିଯୁକ୍ତି ପାଇପାରିବେ।ଏହି କ୍ଷେତ୍ରରେ ପ୍ୟାକେଜ୍ ମଧ୍ୟ ଖୁବ୍ ଭଲ। ଯେତେ ମନ ଲଗାଇ କାମ କରିବେ,ସେତେ ଭଲ ଦରମା ମଳିଥାଏ ଏହି କ୍ଷେତ୍ରରେ।