ବାଲି ଓ ଫୁଲର ନିଆରା ଗାଲିଚା

ଆଗ୍ନେୟଗିରି ଆଖପାଖରେ ମିଳୁଥିବା ରଙ୍ଗିନ ବାଲି ଏବ˚ ଫୁଲ ପାଖୁଡ଼ା ଦ୍ବାରା ମଧ୍ୟ ରାସ୍ତାକୁ ସଜାଯାଇପାରେ। ପ୍ରତିବର୍ଷ କର୍ପସ୍‌ ଖ୍ରିଷ୍ଟି ଉତ୍ସବ ଅବସରରେ ଲା ଓତୋର୍ଭାର ସ୍ପ‌ାନିସ୍‌ମାନେ ସହରର ରାଜରାସ୍ତାକୁ ଏଭଳି ସଜାନ୍ତି। ରାସ୍ତାର ଏଭଳି ନିଆରା ଅଳ˚କରଣ ୧୭୩ ବର୍ଷ ହେଲା ଗଡ଼ିଆସିଲାଣି।

WBAL Radio

୧୮୪୭ରେ ଲିଓନର‌୍‌ ଡି କାସ୍‌ଟିଲୋ ମୋନ୍‌ଟଭର୍ଦି ନାମା ମହିଳା ପ୍ରଥମେ ରାସ୍ତା ସଜାଇବା ଆରମ୍ଭ କରିଥିଲେ। ସେ ନିଜ ଦୁଆର ମୁହଁ ରାସ୍ତାକୁ ବାଲି ଏବ˚ ଫୁଲରେ ସଜାଇ ଅନ୍ୟମାନଙ୍କୁ ଆକର୍ଷିତ କରିପାରିଥିଲେ। ପରବର୍ଷ ଲିଓନର‌୍‌ଙ୍କ ପଡ଼ୋଶୀମାନେ ତାଙ୍କ ସହ ଯୋଗଦେଲେ। ଏମିତି କିଛି ବର୍ଷ ମଧ୍ୟରେ ସାରା ସହର ତାଙ୍କ ପ୍ରଦର୍ଶିତ ମାର୍ଗରେ ଗଲା। କର୍ପସ୍‌ ଖ୍ରିଷ୍ଟି ପୂର୍ବରୁ ସମସ୍ତେ ରାସ୍ତା ଅଳ˚କରଣରେ ମନଦେଲେ। ଓତୋର୍ଭାବାସୀ ଆଜି ଯାଏ ରାସ୍ତା ଅଳ˚କରଣ ଜାରିରଖିଛନ୍ତି।

କେବଳ ୧୮୯୧ ଏବ˚ ୧୮୯୭ରେ ରାସ୍ତା ଅଳ˚କରଣ ହୋଇ ନ ଥିଲା। ମାଉଣ୍ଟ୍‌ ଟାଇଡ୍‌ ଆଗ୍ନେୟଗିରି ଅଞ୍ଚଳରେ ମିଳୁଥିବା ବାଲି ଏହି କାମରେ ଲାଗୁଛି। ଫୁଲ ପାଖୁଡ଼ା ବାହାରୁ ଆସେ। କର୍ପସ୍‌ ଖ୍ରିଷ୍ଟି ଅବସରରେ ସହର ଅଧିକ ଚଳଚଞ୍ଚଳ ଏବ˚ ଆନନ୍ଦମୁଖର ହୋଇଉଠେ। ଦେଶ-ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସି ଭିଡ଼ ଜମାନ୍ତି ଏବ˚ ସମସ୍ତେ ଲିଓନର‌୍‌ଙ୍କୁ ମନେପକାନ୍ତି।

ସମ୍ବନ୍ଧିତ ଖବର