ଭୁବନେଶ୍ବର: ଛୁଆ ବେଳେ କାନରେ ଟିକିଏ..ଅଧେ ପଡ଼ିଥିଲା....ଯିମିତି କରିମ, ସିମିତି ପାଇମ। ହେଲେ ସତ କହୁଛି ଲୋ ମାଆ, ମୋ ସହ ଇମିତି ହବ ବୋଲି ମୁଁ ଜମା ଭାବିନଥିଲି।
ଏବେ ହେଜିଲେ କି ଆଉ ହଉଛି; ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି, ମୋ ଦୁଃଖ କିଏ ବା ବୁଝୁଛି!
/filters:format(webp)/sambad/media/media_files/2025/07/08/ea796189-7009-42eb-8203-61fafdf5c765-2025-07-08-18-19-41.jpg)
ଟିକିଏ ଅଳସୁଆ ହେଇଥେଲି, ଅଳିଆଗୁଡ଼ାକ ତା’ ଜାଗାରେ ନଫିଙ୍ଗି ଡ୍ରେନ୍ରେ ଢାଳି ଦେଇଥେଲି।
ଇମିତି ହବ ବୋଲି ଜଣାଥିଲା କି ଅବା; ନିଜ କର୍ମ ଫଳ ନିଜେ ମୁଁ ଭୋଗଇ, କାହାକୁ କିସ କହିବିରେ ବାବା...।
ବାବୁରେ କାନ ମୋଡ଼ି ଚାପୁଡ଼ା ଖାଉଛି।
ଏଣିକି ଅଳିଆ ଘରେ ରଖିବି; ସକାଳୁ ମହାନଗର ଗାଡ଼ି ଆସିଲେ, ସେଇଠି ଦେବି।
ଟିକିଏ କଷ୍ଟକୁ ଡରି, ଇମିତି ନରକ ଯନ୍ତ୍ରଣା ଜମା ଭୋଗିବିନି।
ସତ କହୁଛି, କାନ ଧରୁଛି...ଭୁଲ୍ ପାଇଁ ମୁଁ କ୍ଷମା ଚାହୁଁଛି।
/filters:format(webp)/sambad/media/media_files/2025/07/08/new-project-9-2025-07-08-18-59-29.jpg)
ଆପଣ ବି ଏମିତି ଭୁଲ୍ କରି ପଶ୍ଚାତାପ କରିପାରନ୍ତି। ବେଳ ଥାଉ ଥାଉ ନ ସୁଧୁରିଲେ ଆପଣଙ୍କ ଘରେ ବି ପାଣି ପଶିବ। ଭୁବନେଶ୍ବରର ବାସିନ୍ଦାମାନେ ସହରର ଡ୍ରେନ୍ ସମସ୍ୟା ବିଷୟରେ ସମସ୍ତେ ଜାଣନ୍ତି। ଆମ ରାଜଧାନୀ ବାସିନ୍ଦାମାନେ ଭବିଷ୍ୟତ ବିଷୟରେ ଚିନ୍ତା ନକରି ଅଳିଆ, ଆବର୍ଜନା ନେଇ ନାଳରେ ପକାନ୍ତି। ଫଳରେ ନାଳ ଜାମ୍ ହୁଏ। ଟୋପାଏ ବର୍ଷା ପାଣି ପଡ଼ିଲେ ଭୁବନେଶ୍ବର ଭାସେ।
କେଉଁଟି ବାଇକ୍ ଭାସେ ତ କେଉଁଟି କାର୍ ଭାସେ। କାହା ଘରେ ପାଣି ପଶେ ତ କାହା ଛୁଆ ପାଣିରେ ଭାସି ଯାଆନ୍ତି। ପ୍ରତି ବର୍ଷ ବର୍ଷାରେ ରାଜଧାନୀରେ ଏମିତି ଅନେକ ଅଘଟଣ ଘଟେ। ତା’ ସତ୍ତ୍ବେ ବି ଆମେ ହେଜି ନଥାନ୍ତି। ଉପରୋକ୍ତ କାର୍ଟୁନରେ ଆମେ ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛୁ।
ଦିହକୁ ନ ନେଲେ ଭଲ...
ବିଦ୍ର: କାହାକୁ କଟାକ୍ଷ କରିବା ଆମର ଉଦ୍ଦେଶ୍ୟ ନୁହେଁ। ସୁସ୍ଥ ସମାଜ ଗଠନ କରିବା ପାଇଁ ଜଣେ ଜଣେ ସଚେତନ ନାଗରିକ ଭାବେ ଆମେ ଆମ ଦାୟିତ୍ବ ତୁଲାଇବା ଦିଗରେ ଯତ୍ନବାନ୍ ହେବା ଉଚିତ୍। ଆମେ ଏଠାରେ ତାହା ହିଁ କହିବାକୁ ଚେଷ୍ଟା କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/08/new-project-8-2025-07-08-18-31-38.jpg)