କରୋନା ସମ୍ପର୍କିତ ତଥ୍ୟ ଲୁଚାଇବା ଘଟଣା : ଏମସ୍ ବିରୋଧରେ ମାମଲା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସବୁ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରି ଭୁବନେଶ୍ୱର ଏମ୍‌ସର ସୁପରିନ୍‌ଟେ‌ଣ୍ଡେଣ୍ଟ କୌଣସି ସୂଚନା ନ ଦେଇ ନିଜ ପୁଅକୁ ସେଠାରେ ଲୁଚାଇ ଚିକିତ୍ସା କରାଇବା ଘଟଣା ଏବେ ଜାତୀୟ ମାନବିକ ଅଧିକାର କମିସନ୍‌ଙ୍କ ନିକଟରେ ପହଞ୍ଚିଛି। ଏହି ଘଟଣାରେ ଏମ୍‌ସ କର୍ତ୍ତୃପକ୍ଷ ଓ ଘଟଣାରେ ସଂପୃକ୍ତ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କମିସ୍‌ନଙ୍କ ନିକଟ‌ରେ ପିଟିସନ୍‌ ଦାୟର କରିଛନ୍ତି ମାନବିକ ଅଧିକାର କର୍ମୀ ଅଖଣ୍ଡ। ସେ ଅଭିଯୋଗରେ ଦର୍ଶାଇଛନ୍ତି, କୌଣସି ସୂଚନା ନ ଦେଇ ସଂପୃକ୍ତ ଡାକ୍ତର ତାଙ୍କ ବିଦେଶ ଫେରନ୍ତା ପୁଅକୁ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ରେ ରଖି ଚିକିତ୍ସା କରାଇଥିଲେ। ସେ ଅଧିକ ଅସୁସ୍ଥ ହେବା ପରେ କରେନା ଆକ୍ରାନ୍ତ ବୋଲି ରିପୋର୍ଟରୁ ଜଣାପଡ଼ିଥିଲା। ଏହାଦ୍ୱାରା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟମାନେ ମଧ୍ୟ ଏହି ରୋଗର ଶିକାର ହେବାର ଆଶଙ୍କା ଦେଖାଦେଇଛି। ଏମ୍‌ସର ଏଭଳି ଅବହେଳା ପାଇଁ ଏବେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ସେ ରାଜ୍ୟ ମୁଖ୍ୟଶାସନ ସଚିବ, ପୁଲିସ୍ ଡିଜି, ଏମସ୍ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର