ଗୋଟିଏ କିଛି ବିପଜ୍ଜନକ ଘଟଣା ଘଟିବାକୁ ଯାଉଛି! େସ ନେଇ ଆପଣ ସମସ୍ତଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆପଣଙ୍କ କଥାକୁ କେହି ବିଶ୍ବାସ କରୁନାହାନ୍ତି। କାରଣ ଆପଣ ଜଣେ ମହିଳା! କିଏ ଆପଣଙ୍କ ଉଦ୍ବେଗକୁ ଅତିଶୟୋକ୍ତି କହି ଖାରଜ କରୁଛି ତ ଆଉ କିଏ ଆପଣଙ୍କ ଉପରେ ହିଁ ସନ୍ଦେହ କରୁଛି। ଏହି ପରିସ୍ଥିତିର ଅନ୍ୟ ନାମ ‘କ୍ୟାସେଣ୍ଡ୍ରା ଇଫେକ୍ଟ’। ପ୍ରାୟ ସବୁ ମହିଳା ଏହା ସହିତ ପରିଚିତ।
ଇତିହାସରେ ବିଭିନ୍ନ ସମୟରେ ଆସନ୍ନ ବିପଦ ନେଇ ମହିଳାମାନଙ୍କ ଉଦ୍ବେଗ ସତ ପ୍ରମାଣିତ ହୋଇଛି, କିନ୍ତୁ ତାହା ଅନୁଭବ କଲା ବେଳକୁ ଯାହା ଅନିଷ୍ଟ ହେବା କଥା ହୋଇସାରିଥାଏ।
ଆଜି ବି ଅସୁରକ୍ଷିତ କାର୍ଯ୍ୟସ୍ଥଳ, ବିଷାକ୍ତ ସମ୍ପର୍କ ବା ଅନ୍ୟାୟ ନେଇ ମହିଳାମାନେ ସ୍ବର ଉତ୍ତୋଳନ କଲେ ସେହି ପୁରୁଣା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଠିକ୍ ମାର୍ଗ ହେଉଛି ମହିଳାଙ୍କ ଆଶଙ୍କାକୁ ବିଶ୍ବାସ କରି ତୁରନ୍ତ ସମାଧାନର ରାସ୍ତା ବାହାର କରିବା।