ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମଣିଷ ଏବଂ ପଶୁମାନଙ୍କୁ ନେଇ ହୃଦୟସ୍ପର୍ଶୀ ଭିଡିଓ ସବୁ ଦେଖିବାକୁ ମିଳିଥାଏ। ନିକଟରେ ଶିଶୁ ଜଣକ ନିଜର ପୋଷା ବିଲେଇ ସହିତ ଖେଳୁଥିବା ବେଳେ ତାକୁ ରଙ୍ଗୀନ ପେନସିଲ ଧରାଇ ଚିତ୍ର ସହିତ ରଙ୍ଗ କରିବା ଶିଖାଉ ଥିବା ଦେଖିବାକୁ ମିଳିଛି।
ଭାଇରାଲ ହେଉଥିବା ଏହି ମଜାଳିଆ ଭିଡିଓରେ ଏକ ଛୋଟ ଝିଅ ବିଲେଇକୁ କୁଣ୍ଢାଇ ଧରିଛି। ଏହାପରେ ସେ ପେନସିଲକୁ ଧରି ତାର ବିଲେଇ ପନ୍ଝାରେ ଫସାଇ ଦେଉଛି। ବିଲେଇ ପନ୍ଝାରେ ରଙ୍ଗୀନ ପେନସିଲକୁ ଧରାଇ ସାମ୍ନାରେ ଥିବା ଚିତ୍ରରେ ରଙ୍ଗ ଭରିବାକୁ ଚେଷ୍ଟା କରୁଛି ଶିଶୁ।
“Why, just why mommy?” - cat 😂 pic.twitter.com/qIBLOtaPNW
— Buitengebieden (@buitengebieden) November 1, 2022
ତେବେ ଭିଡିଓରେ ଦେଖିବାକୁ ମିଳୁଛି ବିଲେଇର ଆଦୌ ଚିତ୍ରରେ ରଙ୍ଗ ଭରିବାର ଇଚ୍ଛା ନାହିଁ। କିନ୍ତୁ ଶିଶୁର ତାକୁ ଯେଭଳି ଭାବେ ଜୋରଜବରଦସ୍ତି ଚିତ୍ରରେ ରଙ୍ଗ ଭରାଉଛି ଆପଣ ଦେଖିଲେ ହସିହସି ଗଡ଼ି ଯିବେ। କିନ୍ତୁ ଶିଶୁର ବିଲେଇ ପ୍ରତି ଥିବା ସ୍ନେହ ଖୁବ ହୃଦୟସ୍ପର୍ଶୀ ରହିଛି।