ଜାଣନ୍ତୁ କେଉଁ ଶ୍ରେଣୀର ନାରୀଙ୍କ ସ୍ୱଭାବ କିପରି!

ନାରୀର ଅନ୍ୟ ନାମ ସୌନ୍ଦର୍ଯ୍ୟ ହେଉ କିମ୍ବା ସୌନ୍ଦର୍ଯ୍ୟର ଅନ୍ୟ ନାମ ହେଉ ନାରୀ। ଭଗବାନଙ୍କର ସବୁଠାରୁ ଆକର୍ଷଣୀୟ ସୃଷ୍ଟି ନାରୀ। ଜନଜୀ, ଭଗିନୀ, ଜାୟା ଓ ବାନ୍ଧବୀ କେତେ ରୂପ ତା’ର। ସବୁ ରୂପରେ ମନକୁୁ ଯିଏ ଶାନ୍ତି ଦିଏ ସିଏ ନାରୀ। ପୃଥିବୀଠାରୁୁ ସହିଷ୍ଣୁ ଓ ଆକାଶାଠାରୁ ବିଶାଳ ଆଉ କିଏ ଅବା ହୋଇପାରେ। ସବୁ କିଛିର ଆରମ୍ଭ ହି ତ ନାରୀ! ଆସନ୍ତୁ ଜାଣିବା ସେହି ନାରୀଙ୍କ ସଂପର୍କରେ। ପୁରାଣରେ ବର୍ଣ୍ଣିତ ନାରୀ ୬ ଭାଗରେ ବିଭକ୍ତ। ସେ ସବୁ ନିମ୍ନରେ ଉଲ୍ଲେଖ କରାଯାଇଛି।
ପଦ୍ମିନୀ: ପଦ୍ମିନୀ ଶ୍ରେଣୀର ନାରୀ ଶ୍ୱେତବର୍ଣ୍ଣା ଏବଂ ଖୁବ୍‌ ସୁନ୍ଦର ହୋଇଥାନ୍ତି। ସେମାନଙ୍କ ଶରୀର ଏବଂ ମୁଖାକୃତି ଗୋଲାକାର। ସେମାନଙ୍କର ନାକ ଏବଂ ଓଠ କ୍ଷୁଦ୍ର। ସେମାନଙ୍କ ଚାଲି ଖୁବ୍‌ ଧୀର। ଏମାନେ ଖୁବ୍‌ ଆକର୍ଷଣୀୟ ହୋଇଥିବାରୁ ଗନ୍ଧର୍ବ, କିନ୍ନର ଏବଂ ଶତ୍ରୁମାନଙ୍କୁ ବି ନିଜ ଆଡ଼କୁ ମୋହିତ କରିବାର କଳା ରହିଛି ଏମାନଙ୍କ ନିକଟରେ। ମାତ୍ର ସ୍ୱାମୀଙ୍କ ପ୍ରତି ଏମାନେ ସେତେଟା ବିଶ୍ୱସ୍ତ ନୁହଁନ୍ତି।


ଚିତ୍ରିଣୀ: ଏହି ଶ୍ରେଣୀର ନାରୀମାନେ କୃଷ୍ଣବର୍ଣ୍ଣା ଏବଂ କଳାତ୍ମକ। ଏମାନେ ଖୁବ୍‌ ସୁନ୍ଦର ନ ହେଲେ ବି ଏମାନଙ୍କ ବ୍ୟକ୍ତିତ୍ୱ ଚୁମ୍ବକୀୟ। ଏମାନଙ୍କ କଥା କୁହା ଆଖି ଓ ମନଲୋଭା ହସ ହେତୁ ସହଜରେ ପୁରୁଷ ବଶୀଭୂତ ହୁଅନ୍ତି । ଏମାନେ ପରିଶ୍ରମୀ ନୁହଁନ୍ତି କିନ୍ତୁ ବିଦୁଷୀ। ଏ ଧରଣର ନାରୀ ସ୍ୱାମୀଙ୍କ ପ୍ରିୟ ପାତ୍ରୀ ହୋଇଥାନ୍ତି। ସ୍ନେହାଳୁ ସ୍ୱଭାବ ହୋଇଥିବାରୁ ସମାଜରେ ଏମାନଙ୍କର ସ୍ୱତନ୍ତ୍ର ଖ୍ୟାତି ରହେ। ମାତ୍ର ଏମାନେ ସାମାନ୍ୟ ଅହଂକାରୀ ସ୍ୱଭାବର।

ହସ୍ତିନୀ: ଏ ଶ୍ରେଣୀର ନାରୀ ସ୍ୱାସ୍ଥ୍ୟବତୀ। ଖୁବ୍‌ ଖାଦ୍ୟପ୍ରିୟ। ଏମାନେ ଶାନ୍ତି ପ୍ରିୟ, ସାମାଜିକ ଏବଂ ଖୋଲା ହୃଦୟର। ଏମାନଙ୍କର ଓଠ, ନାକ, କାନ ଆଦି ସାନ। ଏମାନେ ଖୁବ୍‌ ପରିବାର ଏବଂ ମନୋରଞ୍ଜନ ପ୍ରେମୀ। ମୋଟାମୋଟୀ କହିଲେ ଏମାନେ ଭଲ ଝିଅ, ଭଲ ପତ୍ନୀ ଓ ଭଲ ବୋହୂ ହୋଇଥାନ୍ତି।


ଶଙ୍ଖିନୀ: ଏହି ଶ୍ରେଣୀର ନାରୀ ଶ୍ୱେତବର୍ଣ୍ଣା ଏବଂ ସୁନ୍ଦରୀ ମଧ୍ୟ। ଖୁବ୍‌ ଚାଲାକ ଏବଂ ଜ୍ଞାନୀ ସ୍ୱଭାବର ବି । ଏମାନେ ସ୍ୱାଧୀନଚେତା ଏବଂ ଖୁବ୍‌ ଶୀଘ୍ର ରାଗି ଯାଆନ୍ତି। ଏମାନଙ୍କ ଆଖି ଏବଂ ଶରୀରର ଆକୃତି ଖୁବ୍‌ ଆକର୍ଷଣୀୟ। ସେମାନେ କୌଣସି ବି ସଂପର୍କରେ ନିଜର ପ୍ରାଧାନ୍ୟ ଜମାଇବାକୁ ଚେଷ୍ଟା କରନ୍ତି। ଆତ୍ମପ୍ରଚାରିକା ହୋଇଥିବାରୁ ସଂପର୍କର ଗୁରୁତ୍ୱ ବୁଝନ୍ତି ନାହିଁ ଏହି ଶ୍ରେଣୀର ନାରୀମାନେ।


ସଦ୍ମିନୀ: ଏମାନେ ବହୁ ଭୟାଳୁ ସ୍ୱଭାବର। ବହୁତ ଲାଜ୍ଜବତୀ ମଧ୍ୟ। ଏମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟମ। ସ୍ୱାମୀମାନଙ୍କୁ ଖୁସି କରାଇବା ଏମାନଙ୍କ ଜୀବନର ପ୍ରଥମ ଲକ୍ଷ୍ୟ ହୋଇଥାଏ। ବିଶେଷ ଲକ୍ଷ୍ୟ ନ ରଖି ଜୀବନ ବିତାଉଥିବା ଏହି ନାରୀମାନେ ମୁଖ୍ୟତଃ ନିଜର ପରିବାର ବିଷୟରେ ହିଁ ଚିନ୍ତା କରିଥାନ୍ତି।


ମେତ୍ରୟିନୀ: ଏହି ଧରଣର ନାରୀମାନେ ଗୋରୀ, ସୁନ୍ଦରୀ ଏବଂ ଆକର୍ଷଣୀୟ। ଖୁବ୍‌ ପରିଶ୍ରମୀ ସ୍ୱଭାବର ଏମାନେ। ସାଧାରଣତ ଏମାନଙ୍କ ସ୍ୱାମୀ କ୍ରୁର ହୋଇଥାନ୍ତି। ତେଣୁ ଏମାନନଙ୍କ ବୈବାହିକ ଜୀବନ ଦୁଃଖମୟ ହୋଇଥାଏ। ଏମାନଙ୍କ ଆଡ଼କୁ ବହୁ ପୁରୁଷ ସହଜରେ ଆକର୍ଷିତ ହୋଇ ଖୁବ୍‌ ଶୀଘ୍ର ଦୂରେଇ ଯାଆନ୍ତି। ମାତ୍ର ଶାସ୍ତ୍ରରେ ଉଲ୍ଲେଖ ଯେ ଏମାନେ ଭଗବାନଙ୍କ ବରପୂତ୍ରୀ। ଜ୍ଞାନ, ସୌନ୍ଦର୍ଯ୍ୟ ସ୍ୱାଭିମାନର ସହ ଏମାନଙ୍କ ଜନ୍ମ।

ସମ୍ବନ୍ଧିତ ଖବର