ନୂଆଦିଲ୍ଲୀ : ଚୀନ୍ରେ ଘଟିଥିବା ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ଶିଶୁଟିଏ ହଠାତ୍ ପାଣି ଭିତରେ ପଡ଼ି ଯାଉଥିବା ବେଳେ ସେଇ ବାଟ ଦେଇ ଯାଉଥିବା ଜଣେ ଡ଼େଲିଭରି ବଏ ଯେଉଁଭଳି ଭାବରେ ତା’ର ଜୀବନ ବଞ୍ଚାଉଛନ୍ତି ତାହା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ପାଇଁ ଡେଲିଭରି ବଏ ଲିନ୍ଫେଙ୍ଗ ଏବେ ସୋସିଆଲ ମିଡ଼ିଆରେ ହିରୋ ବନି ଯାଇଥିବା ଦେଖାଯାଇଛି ।
Delivery man jumps into river to save girl pic.twitter.com/kyd0BCekvU
— CGTN (@CGTNOfficial) 20 October 2018
ଭିଡ଼ିଓରେ ଦେଖାଯାଇଥିବା ଦୃଶ୍ୟ ଅନୁଯାୟୀ, ୬ ବର୍ଷୀୟ ଶିଶୁ କନ୍ୟା ଏକ ନାଳକୁ କିଛି ଧୋଇବା ପାଇଁ ଯାଇଥିବା ବେଳେ ତା’ର ଗୋଡ଼ ଖସି ଯାଉଛି । ସେ ଧୀରେ ଧୀରେ ପାଣି ଭିତରକୁ ଯିବାକୁ ଲାଗୁଛି । ସେହି ସମୟରେ ସେଇ ବାଟ ଦେଇ ଫୁଡ଼୍ ଡ଼େଲିଭରି ବଏ ଲିନ୍ଫେଙ୍ଗ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖି ଅଟକିବା ସହ ସମୟ ନଷ୍ଟ ନ କରି ନାଳ ଭିତରକୁ ଡ଼େଇଁ ପଡ଼ି ଶିଶୁଟିକୁ ଉଦ୍ଧାର କରୁଛନ୍ତି । ଶିଶୁ କନ୍ୟାର ମାତା-ପିତା ଘରେ ନ ଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଜୀବନ ବଞ୍ଚାଇବା ସହ ଲିନ୍ଫେଙ୍ଗ ଶିଶୁଟିକୁ ନିଜ ମାତା-ପିତାଙ୍କ ପାଖରେ ସୁରକ୍ଷିତ ଭାବରେ ଛାଡ଼ିବା ପରେ ହିଁ କାମକୁ ଫେରିଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/video-china-1540375603.jpg)