ବରିଷ୍ଠ ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଚୟନ କମିଟି ତାଙ୍କ ନାମରେ ମୋହର ମାରିଛି । ଜାଣନ୍ତୂୁ ତାଙ୍କ ସଂପର୍କରେ ୧୦ଟି କଥା।

Advertisment

- ସିବିଆଇର ନୂଆ ମୁଖ୍ୟ ଋଷି କୁମାର ଶୁଳ୍କା ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଫିସର୍‌।
-ଋଷି କୁମାର ଶୁଳ୍କା ୧୯୮୩ ମସିହା କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ।

-ତାଙ୍କର ବୟସ ୫୯ ବର୍ଷ।

-ସେ ୨୦୧୬ ମସିହାରେ ମଧ୍ୟପ୍ରଦେଶର ଡାଇରେକ୍ଟର ଜେନେରାଲ ଅଫ୍‌ ପୁଲିସ୍‌ ଭାବେ ନିଯୁକ୍ତି ପଇଥିଲେ।
-ଋଷି କୁମାର ଶୁଳ୍କାଙ୍କୁ ୨୦୧୬ ମସିହା ଜୁନ୍‌ ୧୮ ତାରିଖରେ ଶିବରାଜ ଚୌହ୍ଵାନ ସରକାର ଡିଜିପି କରିଥିଲେ।
-ନିକଟରେ ଶୁକ୍ଳାଙ୍କୁ ମଧ୍ୟପ୍ରଦେଶ ପୁଲିସ୍‌ର ମହାନିର୍ଦ୍ଦେଶକ ପଦରୁ ପୁଲିସ୍‌ ହାଉସିଂ କର୍ପୋରେସନକୁ ସ୍ଥାନାନ୍ତରିତ କରାଯାଇଛି।ସେ ବର୍ତ୍ତମାନ ମଧ୍ୟପ୍ରଦେଶର ଭୋପାଳରେ ଥିବା ପୁଲିସ୍‌ ହାଉସିଂ କର୍ପୋରେସନର ଅଧ୍ୟକ୍ଷ।
- ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନଙ୍କ ସହ ତାଙ୍କ ଘନିଷ୍ଠତା ରହିଛି ବୋଲି ସମସ୍ତେ ଜାଣନ୍ତି।
-୨୦୧୭ ମସିହାରେ ହୋଇଥିବା ମନ୍ଦୋସର ହିଂସା ନିୟନ୍ତ୍ରଣ ଠିକ ଭାବେ ନେବାରୁ ସେ ସମୟରେ ସେ ଖୁବ୍‌ ସମାଲୋଚିତ ହୋଇଥିଲେ।