ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ

ପବିତ୍ର ଦିବସ ଜନ୍ମାଷ୍ଟମୀ- ଭଗବାନ୍ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସକୁ ସମଗ୍ର ବିଶ୍ୱରେ ତାଙ୍କ ଭକ୍ତମାନେ ବିବିଧ ଉପାୟରେ ପାଳନ କରିଥାଆନ୍ତି। ଯଦିଓ ସେ ଦିବ୍ୟ ପ୍ରେମର ଅବତାର ରୂପରେ ପୂଜା ପାଆନ୍ତି, ସେ ଅର୍ଜୁନଙ୍କୁ  ଯୋଗ,ଭକ୍ତି ଓ ବେଦାନ୍ତର ଚରମ ସତ୍ୟର  ଶିକ୍ଷା ଦେଇଥିବାରୁ  ଅନେକ ଭକ୍ତମାନଙ୍କ ହୃଦୟରେ ସେ ଯୋଗେଶ୍ୱର, ଅର୍ଥାତ ‘ଯୋଗର ଈଶ୍ୱର’ ରୂପରେ ସ୍ଥାନ ପାଇଛନ୍ତି। ଅର୍ଜୁନଙ୍କୁ ଆଦର୍ଶ ଯୋଗୀ (ଯୋଗ-ଧ୍ୟାନର ବୈଜ୍ଞାନିକ କୌଶଳ ଅଭ୍ୟାସକାରୀ) ହେବା ପାଇଁ ଉତ୍ସାହିତ କରିବା ସମୟରେ ଶ୍ରୀକୃଷ୍ଣ କହିଥିଲେ: ‘‘ଯୋଗୀ ଆତ୍ମ ସଂଯମୀମାନଙ୍କ ଠାରୁ ମହାନ୍, ଜ୍ଞାନର ମାର୍ଗ ଅନୁସରଣକାରୀଙ୍କଠାରୁ କିମ୍ବା କର୍ମବୀରମାନଙ୍କଠାରୁ ମଧ୍ୟ ମହାନ; ତୁମେ ଯୋଗୀ ହୁଅ।”
ଜନମାଷ୍ଟମୀ ଆମକୁ ଏହି ମହାନ ଅବତାରଙ୍କ ସହିତ ଆମର ମନ ଏବଂ ହୃଦୟକୁ ଯୋଡିଦେବା ପାଇଁ ଏକ ସୁନ୍ଦର ସୁଯୋଗ ପ୍ରଦାନ କରେ। ବର୍ଷର ଏହି ସମୟରେ ଯୋଗଦା  ସତସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ (ୱାଇଏସ୍‌ଏସ୍‌)ର  ଭକ୍ତଗଣ  ପ୍ରାୟ ଆଠ ଘଣ୍ଟାର ଏକ ବିଶେଷ ଦୀର୍ଘ ଧ୍ୟାନ ନିମନ୍ତେ ଏକତ୍ରିତ ହୁଅନ୍ତି।

‘ଯୋଗୀର ଆତ୍ମଚରିତ’ ପୁସ୍ତକର ବିଶ୍ଵ-ପ୍ରସିଦ୍ଧ ରଚୟିତା ଶ୍ରୀ ଯୋଗାନନ୍ଦଜୀ ଭଗବାନ୍ କୃଷ୍ଣଙ୍କ ବାର୍ତ୍ତାକୁ, ତାଙ୍କ ଦ୍ୱାରା କରାଯାଇଥିବା ଭାରତର ଅତି ଲୋକପ୍ରିୟ ଗ୍ରନ୍ଥ ଭଗବଦ୍ ଗୀତାର  ଅନନ୍ୟ ଅନୁବାଦ , ‘God Talks  with Arjun’ ପୁସ୍ତକରେ ବିଶଦ ବ୍ୟାଖ୍ୟା ବର୍ଣ୍ଣନା  କରିଛନ୍ତି। ଏହା ଭଗବାନ ଶ୍ରୀକୃଷ୍ଣ (ଆତ୍ମାର  ପ୍ରତୀକ) ଏବଂ ତାଙ୍କ ଶିଷ୍ୟ ଅର୍ଜୁନ (ଆଦର୍ଶ ଭକ୍ତଙ୍କ ଆତ୍ମାର ପ୍ରତୀକ) ଙ୍କ  ମଧ୍ୟରେ ଏକ ସଂଳାପ ତଥା ଆଧ୍ୟାତ୍ମିକ ମାର୍ଗଦର୍ଶନର ଅପରିବର୍ତ୍ତନୀୟ ବାଣୀ,  ଯାହା ସମସ୍ତ ସତ୍ୟ ଅନ୍ୱେଷଣକାରୀଙ୍କ ପାଇଁ ପ୍ରଯୁଜ୍ୟ।

ଯୋଗାନନ୍ଦଜୀଙ୍କ ଶିକ୍ଷାର ମୂଳରେ ‘ଧ୍ୟାନର କ୍ରିୟାଯୋଗ ବିଜ୍ଞାନ’ ତଥା  ଧ୍ୟାନ କୌଶଳର ଏକ ବିସ୍ତୃତ ବିବରଣୀ ଅଛି। ଶ୍ରୀ ଯୋଗାନନ୍ଦଜୀ କହନ୍ତି, ଶ୍ରୀକୃଷ୍ଣଙ୍କ ଦ୍ୱାରା  ଅର୍ଜୁନଙ୍କୁ ଦିଆଯାଇଥିବା କ୍ରିୟାଯୋଗ କୌଶଳର ଶିକ୍ଷା,  ଯାହା ଗୀତାରେ ବର୍ଣ୍ଣିତ, ତାହା ଯୋଗଧ୍ୟାନର ସର୍ବୋଚ୍ଚ ଆଧ୍ୟାତ୍ମିକ ବିଜ୍ଞାନ ଅଟେ।

ଜୀବନ ନିର୍ବାହର ଆଦର୍ଶ ଉପାୟ କ’ଣ?  ଭଗବାନ୍ ଶ୍ରୀକୃଷ୍ଣ କେବଳ ଆଧୁନିକ ଯୁଗ ପାଇଁ ନୁହେଁ, ବରଂ ପ୍ରତ୍ୟେକ ଯୁଗ ପାଇଁ ଏହାର ଉପଯୁକ୍ତ ଉତ୍ତର ଦେଇଛନ୍ତି, ସେଗୁଡିକ ହେଲା, କର୍ତ୍ତବ୍ୟର ଯୋଗ, ଅନାସକ୍ତି ଏବଂ ଈଶ୍ୱରଙ୍କୁ ହୃଦୟଙ୍ଗମ କରିବା ପାଇଁ ଧ୍ୟାନ ଯୋଗ।

ସ୍ୱାମୀ ଚିଦାନନ୍ଦ ଗିରି, ଜନ୍ମାଷ୍ଟମୀ ଉପଲକ୍ଷେ ତାଙ୍କର ଏକ  ବାର୍ତ୍ତାରେ ଭକ୍ତମାନଙ୍କୁ କହିଛନ୍ତି, ‘ଭଗବଦ୍ ଗୀତା ଆମକୁ ଏହା ନିଶ୍ଚିତ କରାଏ ଯେ, ଶ୍ରୀକୃଷ୍ଣଙ୍କ ମାଧ୍ୟମରେ ଅନନ୍ତ ପ୍ରଭୁ ନିଜର ଶିଷ୍ୟ ଅର୍ଜୁନଙ୍କୁ ଯେପରି  ଆଧ୍ୟାତ୍ମିକ ଏବଂ ବସ୍ତୁଗତ ବିଜୟ ହାସଲ ଦିଗରେ  ମାର୍ଗଦର୍ଶନ କରିଥିଲେ, ଠିକ୍ ସେହିପରି ସେ ଆମକୁ ଆମର ଦୈନନ୍ଦିନ ଜୀବନରେ ଘଟୁଥିବା କୁରୁକ୍ଷେତ୍ର ଯୁଦ୍ଧରେ ସେ ପର୍ଯ୍ୟନ୍ତ ମାର୍ଗଦର୍ଶନ କରିବେ, ଯେ ପର୍ଯ୍ୟନ୍ତ ଆମେ ମଧ୍ୟ ଭଗବତ ସଚେତନ ଅଭିବ୍ୟକ୍ତି ସମ୍ପନ୍ନ ଈଶ୍ୱରୀୟ ଗୁଣଗୁଡ଼ିକୁ ଏବଂ ଆମର ପ୍ରାଣର ଗଭୀରତମ ପ୍ରଦେଶରେ  ଲୁଚି ରହିଥିବା ସମ୍ଭାବନାକୁ ହାସଲ ନ କରିଛୁ।’

ଯେପରି ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାହାଯ୍ୟ କରିଥିଲେ, ତେଣୁ ସେ ଆମ ପ୍ରତ୍ୟେକଙ୍କ ଆତ୍ମା ​​ଏବଂ ଅହଂଭାବ ଭିତରେ ଘଟୁଟିବା  କୁରୁକ୍ଷେତ୍ର ଯୁଦ୍ଧରେ ଆମକୁ ସାହାଯ୍ୟ କରିପାରିବେ। ଭଗବଦ୍ ଗୀତାରେ ତାଙ୍କର ଅସୀମ ଜ୍ଞାନ ବିଷୟରେ ଯାହା ଜଣାଇଛନ୍ତି ତାହା ହେଉଛି, ଗଭୀର ଧ୍ୟାନ ମାଧ୍ୟମରେ ଭଗବାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଏବଂ ତାଙ୍କ ନିକଟରେ ନୈବେଦ୍ୟ ଭାବରେ ଆମର କର୍ତ୍ତବ୍ୟ ପାଳନ କରିବା। ଏହା ବ୍ୟତୀତ ଆତ୍ମାର  ​​ସ୍ୱାଧୀନତା ପାଇବା ପାଇଁ ଅନ୍ୟ କୌଣସି ବଡ଼ ଉପାୟ ନାହିଁ।
ଜନମାଷ୍ଟମୀ ଦିବସରେ ଆସନ୍ତୁ ଯୋଗାନନ୍ଦଜୀଙ୍କ ବ୍ୟାଖ୍ୟାରୁ ଉଦ୍ଧୃତ ପରାମର୍ଶକୁ ଅନୁସରଣ କରିବା ପାଇଁ ସଂକଳ୍ପ ବଦ୍ଧ ହେବା: “ଯେ କୌଣସି ଭକ୍ତ,  ଯିଏ ଅର୍ଜୁନଙ୍କ ପରି ଜଣେ ଆଦର୍ଶ ଶିଷ୍ୟର ଉଦାହରଣକୁ ଅନୁକରଣ କରିବେ ଏବଂ କୌଣସି ଆସକ୍ତି ବିନା ତାଙ୍କର ଯଥାର୍ଥ କର୍ତ୍ତବ୍ୟ ସମ୍ପାଦନ କରିବେ ଏବଂ କ୍ରିୟା  ଯୋଗ ପରି ଏକ କୌଶଳ ମାଧ୍ୟମରେ ଯୋଗଧ୍ୟାନ ଅଭ୍ୟାସକୁ ସିଦ୍ଧ କରିବେ ସିଏ ମଧ୍ୟ ସେହିଭଳି ଭଗବାନଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ପ୍ରାପ୍ତ କରିପାରିବେ ଏବଂ ଆତ୍ମ- ହୃଦୟଙ୍ଗମ  ପଥରେ ଜୟଯୁକ୍ତ ହେବେ। ”

ସମ୍ବନ୍ଧିତ ଖବର