ସିନେ ଇଣ୍ଡଷ୍ଟ୍ରିର ଚୁଲ୍‌ବୁଲି ନାୟିକା ଶିବାନୀ ସଂଗୀତା ନିଜର ଫିଟ୍‌ନେସ୍‌ଠାରୁ ଆରମ୍ଭ କରି ଖାଦ୍ୟପେୟ ପର୍ଯ୍ୟନ୍ତ, ସବୁକିଛିକୁ ନେଇ ଖୁବ୍‌ ସଚେତନ। ସେ କହନ୍ତି, ‘‘ସୁସ୍ଥତା ପାଇଁ ଯେପରି ବ୍ୟାୟାମ ଆବଶ୍ୟକ, ସେହିପରି ସୁସ୍ବାସ୍ଥ୍ୟ ଲାଗି ପ୍ରକୃଷ୍ଟ ଖାଦ୍ୟପେୟ ବି ଜରୁରି। ସେଥିପାଇଁ ମୁଁ ରୋଷେଇରେ ଖୁବ୍ କମ୍‌ ତେଲ ମସଲା ବ୍ୟବହାର କରିବା ସହ ମିଲେଟ୍ ଜାତୀୟ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦେଇଥାଏ।’’

Advertisment

ନିଜ ରୋଷେଇ ଅନୁଭୂତିବଖାଣି ଶିବାନୀ କହନ୍ତି,‘‘ପ୍ରଥମରୁ ରୋ‌ଷେଇ କରିବା ମୋର ପସନ୍ଦ ନ ଥିଲା। କିନ୍ତୁ, କୋଭିଡ୍‌ ସମୟରେ ଘରେ ଅଧିକ ସମୟ ରହିବାକୁ ପଡ଼ିବାରୁ ରନ୍ଧାରନ୍ଧି ପ୍ରତି ମନ ବଳିଲା। ଖାଲି ସେତିକି ନୁହେଁ, ନୂଆନୂଆ ଡିସ୍‌ ସହ ଡାଏଟ୍‌ ଜାତୀୟ ଖାଦ୍ୟ ରାନ୍ଧିବାକୁ ଇଚ୍ଛାହେଲା। ସେହି ସମୟରୁ ହିଁ ମୋର ରୋ‌ଷେଇ ଉପରେ ଗ‌େବଷଣା ଆରମ୍ଭ ହୋଇଥିଲା। ମୋ ସାନଭଉଣୀ ଖୁବ୍‌ ଭଲ ରାନ୍ଧେ। ତା’ଠାରୁ ଏବଂ ୟୁଟ୍ୟୁବ୍‌ରୁ ଦେଖି ହିଁ ବହୁତ କିଛି ଶିଖିପାରିଛି। ଯେହେତୁ ଆମେ ଚଳଚ୍ଚିତ୍ର ଦୁନିଆରେ କାମ କରୁଛୁ, ତେଣୁ ଶରୀରକୁ ଜଗି ଖାଦ୍ୟ ଖାଇଥାଉ। ସେଥିପାଇଁ ଅଳ୍ପ ତେଲମସଲା ଥିବା ଖାଦ୍ୟ ତିଆରି କରିବାକୁ ମୁଁ ପସନ୍ଦ କରେ। ମିଲେଟ୍‌ ମୋର ଖୁବ୍‌ ପସନ୍ଦ। ତେଣୁ ମିଲେଟ୍‌ରେ ଲଡୁ, ହାଲୁଆ, ପରଟା ଆଦି ତିଆରି କରେ। ଏହା ସହିତ ମଁୁ ଭାବେ ରୁଟିଠାରୁ ଉଷୁନା ଭାତ ଦେହ ପାଇଁ ଅଧିକ ହିତକାରୀ। ତେଣୁ ଭାତରେ ଯେଉଁ ସବୁୁ ଡିସ୍‌ ତିଆରି କରାଯାଇ ପାରିବ ସେଥି ପ୍ରତି ଖୁବ୍‌ ଧ୍ୟାନ ଦେଇଥାଏ। ‌େମାର ସବୁଠାରୁ ଅଧିକ ପସନ୍ଦ ହର୍ବ ରାଇସ୍‌ ସହ କ୍ରିମି ବ୍ରୋକୋଲି। ଏହା ଖାଇବାକୁ ଯେମିତି ସୁଆଦିଆ ଦେହ ପାଇଁ ସେମିତି ହିତକର। ଏହା ରାନ୍ଧିବାକୁ ଖୁବ୍‌ କମ୍‌ ସାମଗ୍ରୀ ଆବଶ୍ୟକ ହୋଇଥାଏ।

ଆବଶ୍ୟକ ସମାଗ୍ରୀ:
୧. ହର୍ବ ରାଇସ୍‌: ଅରେଗାନୋ, ଚିଲି ଫ୍ଲେକ୍ସ୍‌, ଧନିଆପତ୍ର, ଘିଅ କିମ୍ବା ବଟର୍‌ ଓ ଲୁଣ
୨. କ୍ରିମି ବ୍ରୋକୋଲି: ପାଳଙ୍ଗ ଶାଗ, ପନିର, ଅଦା, ରସୁଣ, ଜିରା, ବ୍ରୋକୋଲି, ଗୋଲମରିଚ, କଞ୍ଚାଲଙ୍କା
ପ୍ରସ୍ତୁତି ପ୍ରଣାଳୀ: କଡ଼େଇ ଗରମ କରି ସେଥିରେ ଅଳ୍ପ ଘିଅ କିମ୍ବା ବଟର୍‌ ନେବା। ସେଥିରେ ଅରେଗାନୋ, ଚିଲି ଫ୍ଲେକ୍ସ୍‌, ଧନିଆପତ୍ର, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇଦେବା। କିଛି ସମୟ ପରେ ସେଥିରେ ରନ୍ଧା ଭାତ ପକାଇ କିଛି ସମୟ ଘାଣ୍ଟିଦେବା। ପ୍ରସ୍ତୁତ ହୋଇଯିବ ହର୍ବ ରାଇସ୍। କ୍ରିମି ବ୍ରୋକୋଲି ତିଆରି କରିବା ପାଇଁ ପ୍ରଥମେ ପାଳଙ୍ଗଶାଗକୁ ଟିକେ ଗରମ ପାଣିରେ ସିଝେଇ ସେଥିରେ ପନିର, ଅଦା, ରସୁଣ ଓ କଞ୍ଚାଲଙ୍କା ପକାଇ ଗ୍ରାଇଣ୍ଡିଂ କରିଦେବା। ତା’ପରେ ଅାଉ ଏକ କଡ଼େଇ‌ରେ ବଟର ପକାଇ ସେଥିରେ ବ୍ରୋକୋଲି ଖଣ୍ଡ ସବୁ ପକାଇ ଟିକେ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ ଭାଜିନେବା। ଅଳ୍ପ ଭାଜିବା ପରେ ସେଥିରେ ପୂର୍ବ ପ୍ରସ୍ତୁତ ବାଟଣକୁ ପକାଇ କିଛି ସମୟ ସିଝେଇ ଦେବା। ବାସ୍‌ କ୍ରିମି ବ୍ରୋକୋଲି ପ୍ରସ୍ତୁତ ହୋଇଟିବ। ଏଥର ହର୍ବ ରାଇସ୍‌ ସହ କ୍ରିମି ବ୍ରୋକୋଲିର ମଜା ନେଇପାରିବା।