ଚୀନ୍‌ର ମୋଟର କମ୍ପାନି ‘ସିଏଫ୍‌ମୋଟୋ’ ଭାରତୀୟ ବାଇକ୍‌ପ୍ରେମୀଙ୍କ ଗହଣରେ ବିଶେଷ ପରିଚିତ ନୁହେଁ। କିଛି ବର୍ଷ ତଳେ ଏହା ଦୁର୍ବଳ ବ୍ୟବସାୟ ଯୋଗୁଁ ଭାରତୀୟ ବଜାର ଛାଡ଼ି ଚାଲିଯାଇଥିଲା। ତେବେ ଏ ବର୍ଷ  ମଧ୍ୟଭାଗରେ ଆଡ୍‌ଭେଞ୍ଚର୍‌ ବାଇକ୍‌ ମଡେଲ୍‌ ‘୪୫୦ଏମ୍‌ଟି’ ସହ ଏହା ଭାରତକୁ ପୁଣି ଥରେ ଫେରିବାକୁ ଯାଉଛି। ଏହାର ୪୪୯ସିସି ଇଞ୍ଜିନ୍‌ ସର୍ବାଧିକ ୪୪ବିଏଚ୍‌ପି ଶକ୍ତି ଓ ୪୪ଏନ୍‌ଏମ୍‌ ଟର୍କ ଉତ୍ପନ୍ନ କରିବାକୁ ସକ୍ଷମ। ଏହାର ଗିଅର୍‌ ସଂଖ୍ୟା ୬ ଏବଂ ଓଜନ ୧୯୫ କିଲୋଗ୍ରାମ୍‌।

Advertisment

ସାମ୍ନା ଚକରେ ୩୨୦ଏମ୍‌ଏମ୍‌ ଓ ପଛ ଚକରେ ୨୪୦ଏମ୍‌ଏମ୍‌ ଡିସ୍‌କ ବ୍ରେକ୍‌ ଲାଗିଛି, ଯାହା ସ୍ବିଚେବଲ୍‌ ଡୁଆଲ୍‌-ଚ୍ୟାନେଲ୍‌ ଏବିଏସ୍‌ ବ୍ୟବସ୍ଥା ଦ୍ବାରା ପରିଚାଳିତ। ଏହି ବାଇକ୍‌ରେ ପାଞ୍ଚ ଇଞ୍ଚ ଟିଏଫ୍‌ଟି ଡିସ୍‌ପ୍ଲେ, ବ୍ଲୁଟୁଥ୍‌ ସଂଯୋଗ, ଫୁଲ୍ ଏଲ୍‌ଇଡି ଲାଇଟିଂ ସିଷ୍ଟମ୍, ସ୍ବିଚେବଲ୍‌ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଆଦି ବୈଶିଷ୍ଟ୍ୟ ରହିଛି। ଏହାର ଏକ୍‌ସ ସୋ’ରୁମ୍ ମୂଲ୍ୟ ୫ ଲକ୍ଷ ଟଙ୍କା ଭିତରେ ରହିପାରେ ବୋଲି କୁହାଯାଉଛି। ବଜାରରେ ଏହା ରୟାଲ୍ ଏନ୍‌ଫିଲ୍‌ଡ ହିମାଲୟାନ୍ ୪୫୦ ଓ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର୍‌ ଶ୍ରେଣୀର ବାଇକ୍‌ ସହ ପ୍ରତିଯୋଗିତା କରିବ।