କାନପୁର: ଶିକ୍ଷାର ମହତ୍ତ୍ୱ ଯିଏ ବୁଝିଛି ସେ ହିଁ ଜାଣିଛି ତାହା କେତେ ଜରୁରୀ। କାନପୁରର ଚା' ବିକ୍ରେତା ମେହବୁବ ମଲିକ ଆର୍ଥିକ ପ୍ରତିବନ୍ଧକ ହେତୁ ଏକ ସମୟରେ ନିଜ ପାଠ ପଢା ଶେଷ କରିପାରିନଥିଲେ, କିନ୍ତୁ ସେ ଶିକ୍ଷାର ମହତ୍ତ୍ୱକୁ ଭଲ ଭାବରେ ବୁଝିଥିଲେ। ସେଥିପାଇଁ ଆଜି ସେ ତାଙ୍କ ରୋଜଗାରର ୮୦% ଖର୍ଚ୍ଚ କରି ହଜାର ହଜାର ଅଭାବୀ ପିଲାଙ୍କୁ ସ୍କୁଲ ପଠାଉଛନ୍ତି। ୩୪ ବର୍ଷୀୟ ମେହବୁବ ମଲିକ କାନପୁରରେ ଏକ ଚା ଦୋକାନ ଚଳାଉଛନ୍ତି ଏବଂ ପିଲାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ 'ମା ତୁଝେ ସଲାମ ସୋସିଆଲ ଫାଉଣ୍ଡେସନ' ମଧ୍ୟ ଚଳାଉଛନ୍ତି। ସେ ଏହି କାମ ନିଜେ ଆରମ୍ଭ କରିଥିଲେ। ଆରମ୍ଭରେ ସେ ତାଙ୍କ ଦୋକାନରେ ଚାରି ଜଣ ପିଲାଙ୍କୁ ପାଠ ପଢାଉଥିଲେ।
ମେହବୁବ କହିଛନ୍ତି ଯେ, ଯେତେବେଳେ ସେ ଚା’ ଦୋକାନକୁ ସକାଳୁ ଆସୁଥିଲେ, ସେତେବେଳେ ସେ ଦେଖୁଥଲେ ଯେ ସହରର କିଛି ପିଲା ୟୁନିଫର୍ମ ପିନ୍ଧି ସ୍କୁଲ ଯାଉଛନ୍ତି। ଅନ୍ୟପଟେ, ଅନେକ ପିଲା ଅଛନ୍ତି ଯେଉଁମାନେ ଦିନସାରା ଶ୍ରମିକ ଭାବରେ କାମ କରୁଛନ୍ତି। ତା’ପରେ ସେ ଏହି ବ୍ୟବଧାନକୁ କମ କରିବାକୁ ସ୍ଥିର କଲେ ଏବଂ ନିଜ ଦୋକାନରେ ଆଖପାଖର ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ। ସମୟ ସହିତ ଉଭୟ ପିଲାଙ୍କ ସଂଖ୍ୟା ଓ ଲୋକଙ୍କ ସାହାଯ୍ୟ ମିଳିବା ଆରମ୍ଭ ହେଲା। ମେହବୁବ ଚାହୁଁଥିଲେ ପିଲାମାନେ ପଢା ସହିତ ଭଲ ଜୀବନଯାପନ କରନ୍ତୁ ଓ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତୁ। ମେହବୁବ କହନ୍ତି, ଏହି ଅଭାବୀ ପିଲାମାନେ ମଧ୍ୟ ଦେଶର ଭବିଷ୍ୟତର ଏକ ଅଂଶ, ତେଣୁ ସେମାନଙ୍କୁ ସମାଜ ସହିତ ଯୋଡି ରଖିବା ଆମର ଦାୟିତ୍ୱ।
/sambad/media/post_attachments/wp-content/uploads/2023/07/Chaiwala-giving-free-education1.jpg)
୨୦୧୭ ପର୍ଯ୍ୟନ୍ତ ସେ ଏକା ହିଁ ଏହି ପିଲାମାନଙ୍କର ଯତ୍ନ ନେଉଥିଲେ, କିନ୍ତୁ ଯେତେବେଳେ ପିଲାମାନଙ୍କ ସଂଖ୍ୟା ବଢିବାକୁ ଲାଗିଲା ସେତେବେଳେ ଜଣେ ବ୍ୟକ୍ତିଙ୍କ ପାଇଁ ଏତେ ପିଲାଙ୍କ ଦାୟିତ୍ୱ ବହନ କରିବା କଷ୍ଟକର ହୋଇଗଲା। ସେଥିପାଇଁ ସେ ଏକ ସଂଗଠନ ଗଠନ କରି ଲୋକଙ୍କଠାରୁ ସାହାଯ୍ୟ ନେବା ଆରମ୍ଭ କଲେ।
ଆଜି ଏହି ଫାଉଣ୍ଡେସନ ଅଧୀନରେ ୧୨ ଜଣ ଶିକ୍ଷକ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଚଳାଉଛନ୍ତି। ଯାହା ମାଧ୍ୟମରେ ସହରର ବସ୍ତିରେ ରହୁଥିବା ୧୫୦୦ ପିଲାଙ୍କୁ ମାଗଣା ଶିକ୍ଷା ଦିଆଯାଏ। ପଞ୍ଚମ ଶ୍ରେଣୀ ପରେ ମେହବୁବ ନିଜେ ସୁନିଶ୍ଚିତ କରନ୍ତି ଯେମିତି ପିଲାମାନେ ଉଚ୍ଚ ବିଦ୍ୟାଳୟରେ ଆଡମିଶନ କରନ୍ତୁ। ସେ ନିଜେ ପିଲାମାନଙ୍କୁ ନିକଟସ୍ଥ ଘରୋଇ କିମ୍ବା ସରକାରୀ ବିଦ୍ୟାଳୟରେ ଆଡମିଶନ କରିବାକୁ ନେଇଥାନ୍ତି। ଆଜି ଏଠାରୁ ପାସ୍ ହୋଇଥିବା ପିଲାମାନେ ଦଶମ ଓ ଦ୍ୱାଦଶରେ ପଢୁଛନ୍ତି ଏବଂ ଭବିଷ୍ୟତରେ ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Chaiwala-giving-free-education.jpg)