ଆଜିବି ଚା’ ବିକି ପରିବାର ପୋଷୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାନ ଭଉଣୀ!

ଆଜିର ଦିନରେ ଜଣେ ବ୍ୟକ୍ତି ଯଦି କୌଣସି ବଡ ପଦବୀରେ ତଥା ସାଂସଦ-ବିଧାୟକ ହେବା କ୍ଷଣି ହିଁ ନିଜର ପରିବାର କଣ ବରଂ ବନ୍ଧୁ ପରିଜନକୁ ବି ମାଲାମାଲ କରିଦେଇଥାନ୍ତି, କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କଠାରେ କିଛି ଭିନ୍ନ ଦେଖିବାକୁ ମିଳିଛି । ଯୋଗୀଙ୍କର ତ୍ୟାଗ ଏବଂ ସଚ୍ଚୋଟତା ପାଇଁ ଆଜି ସେ ଅନ୍ୟ ପାଇଁ ମାଇଲ ଖୁଂଟ ବନିଯାଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଆଜିବି ତାଙ୍କର ପରିବାର ଗରିବୀର ସୀମାରେଖା ତଳେ ପେଶି ହେଉଛନ୍ତି । ପେଟ ପୋଷିବା ପାଇଁ ବଡ ବଡ ପାହାଡ ଆଉ ଜଙ୍ଗଲିଆ ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଆମେ ଏଠାରେ ଆଲୋଚନା କରୁଛୁ ଯୋଗୀ ଆଦିତ୍ୟନାଥଙ୍କ ସବୁଠାରୁ ସାନ ଭଉଣୀ ଶଶିଙ୍କ ବିଷୟରେ । ଯିଏକି ଏବେବି ବହୁ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଶଶି ହୃଷିକେଶଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଅବସ୍ଥିତ ଏକ ମନ୍ଦିର ସାମ୍ନାରେ ବସି ଭୋଗ, ଫୁଲ ମାଳ ଏବଂ ଚା, ବିସ୍କୁଟ ଆଦି ବିକ୍ରି କରି ନିଜର ପରିବାର ପୋଷୁଛନ୍ତି।

ଗୋରଖନାଥ ପୀଠ ଭଳି ପ୍ରଖ୍ୟାତ ମନ୍ଦିରର ମହନ୍ତ ଏବଂ ୫ ଥର ସାଂସଦ ଆଉ ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ବି ତାଙ୍କର ପରିବାର ସେହି ଅବସ୍ଥାରେ ରହିଛି, ଯାହା ପୂର୍ବରୁ ରହିଥିଲା । ଯେତେବେଳେ ଯୋଗୀ ମହନ୍ତ ବି ହୋଇନଥିଲେ । ଯୋଗୀ ଆଦିତ୍ୟନାଥ ସନ୍ୟାସୀ ହେବା ପାଇଁ ଗୋଟିଏ ଦିନ ଘରୁ ପାଦ କାଢିଥିଲେ, ଆଉ ସେହି ଦିନଠାରୁ ସେ କେବେ ହେଲେ ପଛକୁ ବୁଲି ଚାହିଁନଥିଲେ।

ଯୋଗୀ ଆଦିତ୍ୟନାଥଙ୍କର ଦୁଇ ଭଉଣୀଙ୍କର ଚଳାଚଳ ବେଶ ଭଲ ରହିଛି । କିନ୍ତୁ ସବୁଠାରୁ ସାନ ଭଉଣୀ ଶଶିଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ । ଟଙ୍କାଟିଏ ରୋଜଗାର କରିବା ପାଇଁ ତାଙ୍କୁ ପ୍ରତିଦିନ ଜଙ୍ଗଲିଆ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ଶଶିଙ୍କ କହିବା କଥା ହେଲା କି, ଆଜକୁ ୨୭ ବର୍ଷ ପୂର୍ବେ ଯେତେବେଳେ ଯୋଗୀ ଆଦିତ୍ୟନାଥ ଉତରାଖଣ୍ଡର ପଂଚୁରା ଗାଁରେ ରହୁଥିଲେ ସେତେବେଳେ ତାଙ୍କର ପୂରା ପରିବାର ସବୁ ପର୍ବପର୍ବାଣୀରେ ସାଥୀ ହୋଇ ପାଳନ କରୁଥିଲେ। ଶଶି କୁହନ୍ତି କି, ପିଲାଦିନେ ରକ୍ଷା ବନ୍ଧନ ଦିନ ସେ ତାଙ୍କର ଚାରି ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ଆଉ ଉପହାର ନାଁରେ ଯୋଗୀ ଆଦିତ୍ୟନାଥ ଓରଫ୍ ଅଜୟ ବିଷ୍ଟ ସବୁବେଳେ କହୁଥିଲେ କି ଏବେ ତ ମୁଁ କିଛି ରୋଜଗାର କରୁନି କିନ୍ତୁ ଯେତେବେଳେ ମୁଁ ବଡ ହୋଇଯିବ ସେତେବେଳେ ମୁଁ ତତେ ବହୁତ ସାରା ଉପହାର ଦେବି ବୋଲି । ଏଥିପାଇଁ ସେ ବାପାଙ୍କଠାରୁ ଟଙ୍କା ଆଣି ତିନି ଭଉଣୀକୁ ଉପହାର ଆକାରରେ ଦେଉଥିଲେ । ତେବେ ଶଶି କୁହନ୍ତି କି, ଟଙ୍କା ଦେବା ପରେ ଯୋଗୀ ଆଦିତ୍ୟନାଥ ବାପାଙ୍କ ସେଠାରୁ ଚାଲିଯିବା ପରେ ସେମାନଙ୍କଠାରୁ ଉକ୍ତ ଟଙ୍କାକୁ ପୁଣି ଥର ମାଗି ନେଇଯାଉଥିଲେ।

ଆଜିର ଦିନରେ ଯୋଗୀ ଆଦିତ୍ୟନାଥଙ୍କର ୨୭ ବର୍ଷ ପୂର୍ବେ ଅଜୟ ବିଷ୍ଟ ନାଁରେ ପରିଚିତ ଥିଲେ । ଏଭଳି ଗୋଟିଏ ଦିନ ସେ ଘର ଛାଡି ଗୋରଖପୁର ଚାଲିଆସିଥିଲେ । ତେବେ ଏହା ପରଠୁ ତାଙ୍କର ଯୋଗୀଙ୍କ ସହ ଆଉ ଭେଟ ହୋଇନି କି, ସେବେଠାରୁ ସେ ତାଙ୍କ ଭାଇ ହାତରେ ରାକ୍ଷୀ ବି ବାନ୍ଧି ନାହାଁନ୍ତି ବୋଲି ଶଶି କହିଛନ୍ତି ।

ସମ୍ବନ୍ଧିତ ଖବର