ମହିଷାସୁରର ନିଧନ ସହିତ ଦେବୀ ଦୁର୍ଗାଙ୍କ ଉପାଖ୍ୟାନର ଅନ୍ତ ଘଟେ ନାହିଁ। କାରଣ, ଚଣ୍ଡ ଓ ମୁଣ୍ଡଙ୍କୁ ନିହତ କରିବାରେ ମଧ୍ୟ ତାଙ୍କର ଭୂମିକା ରହିଥାଏ। ‘ଦୁର୍ଗାସପ୍ତଶତୀ’ ବା ‘ସପ୍ତଶତୀଚଣ୍ଡୀ’ରେ ସେହି କାହାଣୀ ରୋଚକ ଭାବରେ ବର୍ଣ୍ଣିତ ହୋଇଛି। ଦେବୀଙ୍କ ଦ୍ୱାରା ଦୈତ୍ୟ ଧୂମ୍ରଲୋଚନ ବଧ ହୋଇଛି ଶୁଣି ଦୈତ୍ୟରାଜ ଶୁମ୍ଭ କ୍ରୋଧିତ ହେଲା। ନିଜର ଦୁଇ ଭୃତ୍ୟ ଚଣ୍ଡ ଓ ମୁଣ୍ଡଙ୍କୁ ଆଜ୍ଞାଦେଲା- ତୁମେ ଦୁହେଁ ସେନାବାହିନୀ ଧରି ଯାଅ ଏବଂ ସେହି ନାରୀକୁ ବନ୍ଦୀ କରି ଏଠାକୁ ନେଇଆସ। 

Advertisment

ସେହି ଆଦେଶ ପାଇ ଚଣ୍ଡ ଓ ମୁଣ୍ଡ ସେନା ସହିତ ଯାଇ ହିମାଳୟର ସୁବର୍ଣ୍ଣଶିଖରରେ ପହଞ୍ଚିଲେ। ସେଠାରେ ଦେବୀ ଅମ୍ବିକା ଦିବ୍ୟରୂପରେ ସିଂହ ଉପରେ ବିରାଜମାନ ଥିଲେ। ଚଣ୍ଡ ଓ ମୁଣ୍ଡ ଯୁଦ୍ଧୋଦ୍ୟତ ହେବା ଦେଖି ତାଙ୍କର ଭୂରୁ କୁଞ୍ଚିତ ହେଲା ଏବଂ ସେଥିରୁ କରାଳବଦନା କାଳୀ ପ୍ରକଟ ହେଲେ। ଦୈତ୍ୟମାନଙ୍କୁ ବଧ କରି ସେ ସେମାନଙ୍କୁ ଭକ୍ଷଣ କରିବାରେ ଲାଗିଲେ। ତାହା ଦେଖି ଚଣ୍ଡ ତାଙ୍କୁ ଆକ୍ରମଣ କରିବାକୁ ଧାଇଁଲା। କିନ୍ତୁ କାଳୀ କ୍ରୋଧରେ ବିକଟ ଅଟ୍ଟହାସ କରି ‘ହଂ’ ଉଚ୍ଚାରଣ କଲେ ଏବଂ ବାମ ହାତରେ ତାହାର କେଶ ଧରି ଡାହାଣ ହାତର ତରବାରିରେ ତା’ର ଶିରଚ୍ଛେଦ କରିଦେଲେ। 
ଚଣ୍ଡ ନିହତ ହେବା ଦେଖି ମୁଣ୍ଡ ବି ତାଙ୍କ ଆଡ଼କୁ ଧାଇଁଲା। କିନ୍ତୁ ଦେବୀ ତାକୁ ମଧ୍ୟ ତରବାରିର ଚୋଟରେ ଭୂଲୁଣ୍ଠିତ କରିଦେଲେ। ଚଣ୍ଡ ଓ ମୁଣ୍ଡ ନିହତ ହେବା ଦେଖି ତାଙ୍କର ସେନାବାହିନୀ ଛତ୍ରଭଙ୍ଗ ଦେଲେ।

ମହିଷାସୁରର ନିଧନ ସହିତ ଦେବୀ ଦୁର୍ଗାଙ୍କ ଉପାଖ୍ୟାନର ଅନ୍ତ ଘଟେ ନାହିଁ। କାରଣ, ଚଣ୍ଡ ଓ ମୁଣ୍ଡଙ୍କୁ ନିହତ କରିବାରେ ମଧ୍ୟ ତାଙ୍କର ଭୂମିକା ରହିଥାଏ। ‘ଦୁର୍ଗାସପ୍ତଶତୀ’ ବା ‘ସପ୍ତଶତୀଚଣ୍ଡୀ’ରେ ସେହି କାହାଣୀ ରୋଚକ ଭାବରେ ବର୍ଣ୍ଣିତ ହୋଇଛି।

ତାହା ପରେ କାଳୀ ଚଣ୍ଡ ଓ ମୁଣ୍ଡଙ୍କର ମସ୍ତକକୁ ହାତରେ ଧରି ପ୍ରବଳ ଅଟ୍ଟହାସ କଲେ ଏବଂ ଚଣ୍ଡିକାଙ୍କ ପାଖକୁ ଯାଇ କହିଲେ- ହେ ଦେବି! ଚଣ୍ଡ ଓ ମୁଣ୍ଡଙ୍କର ଏହି କଟାମୁଣ୍ଡ ଭେଟି ନିଅ। ଏବେ ତୁମ୍ଭେ ହିଁ ଶୁମ୍ଭ ଓ ନିଶୁମ୍ଭଙ୍କର ବଧ କର। ଚଣ୍ଡ ଓ ମୁଣ୍ଡଙ୍କର କଟାମୁଣ୍ଡ ଦେଖି କଲ୍ୟାଣମୟୀ ଚଣ୍ଡିକା ପ୍ରସନ୍ନ ହେଲେ। ମଧୁର ସ୍ୱରରେ କାଳୀଙ୍କୁ କହିଲେ- ହେ ଦେବି! ତୁମ୍ଭେ ଚଣ୍ଡ ଓ ମୁଣ୍ଡଙ୍କର କଟାମୁଣ୍ଡ ନେଇ ମୋ ପାଖକୁ ଆସିଛ। ଏଥିପାଇଁ ଆଜିଠାରୁ ତୁମେ ‘ଚାମୁଣ୍ଡା’ ନାମରେ ଖ୍ୟାତ ହେବ।