ଚାଣକ୍ୟ ନୀତି: ଏହି ୩ ଶ୍ରେଣୀର ବ୍ୟକ୍ତିଙ୍କୁ ଉପକାର କରିବା ଅନୁଚିତ

ପ୍ରାଚୀନ ଭାରତର ଇତିହାସ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିନା ଅଧୁରା। ଚାଣକ୍ୟଙ୍କୁ ଲୋକେ କୌଟିଲ୍ୟ ନାମରେ ମଧ୍ୟ ଜାଣନ୍ତି। ସେ ଜଣେ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ, ରାଜ ପରାମର୍ଶଦାତା ତଥା ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଖୁବ୍‌ ପରିଚିତ। ଚାଣକ୍ୟ ଅନେକଗୁଡ଼ିଏ ବାଣୀ କହିଯାଇଛନ୍ତି ଯାହାକି ଦୈନନ୍ଦିନ ଜୀବନ ପାଇଁ ଅନେକ ଜରୁରୀ। ଏଥର ଆମେ ଆଲୋଚନା କରିବା କେଉଁ ୩ ଶ୍ରେଣୀର ଲୋକଙ୍କୁ ଉପକାର କରିବା ପାଇଁ ଚାଣକ୍ୟ ବାରଣ କରିଛନ୍ତି।

ଚାଣକ୍ୟଙ୍କ ମତରେ ମହିଳାମାନେ ଖୁବ ସହଜରେ ସମବେଦନାର ପାତ୍ରୀ ହୋଇଯାଆନ୍ତି। ମହିଳାମାନଙ୍କୁ ଅସୁବିଧାରେ ପଡ଼ିଥିବାର ଦେଖିଲେ ଅନେକ ଲୋକେ ସାହାଯ୍ୟ କରିବାକୁ ଧାଇଁ ଆସନ୍ତି। ମାତ୍ର ପ୍ରଥମେ ପରଖି ନେବା ଉଚିତ ସେ ମହିଳା ଜଣକ ସାହାଯ୍ୟ ପାଇବାର ଯୋଗ୍ୟା କି ନୁହନ୍ତି। ଅନେକ ଚରିତ୍ରହୀନ ମହିଳା ନିଜର ସ୍ୱାର୍ଥସାଧନ ପରେ ନିଜକୁ ବିବଶ ବୋଲି ଅନ୍ୟ ସାମ୍ନାରେ ଦେଖେଇ ହୁଅନ୍ତି। ସେମାନଙ୍କୁ ସାହାଯ୍ୟ କରିବା ନିଜ ପାଇଁ ଅସୁବିଧାର କାରଣ ହୋଇଥାଏ।

ସଂସାରରେ ଏମିତି ଅନେକ ଦୁଃଖି ଆତ୍ମା ଅଛନ୍ତି ଯିଏକି କୌଣସି ବି ପରିସ୍ଥିତିରେ ସୁଖ ଖୋଜି ପାଆନ୍ତି ନାହିଁ। ତାଙ୍କ ପାଇଁ ଯେତେ ବି ଭଲ କଲେ ସେ ସେଥିରୁ ଏକ ଅସୁବିଧା ଖୋଜିଥାନ୍ତି। ସେମାନଙ୍କୁ ଆଦୌ ସାହାଯ୍ୟ କରନ୍ତୁ ନାହିଁ। ସେମାନଙ୍କୁ ସାହାଯ୍ୟ କରି କରି ନିଜେ ଥକି ପଡ଼ିବେ ପଛେ ସେମାନେ କିନ୍ତୁ ସୁଖି ହୋଇପାରନ୍ତି ନାହିଁ।

ବୋକା ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ବି ଏକ ପ୍ରକାରର ମୁର୍ଖାମୀ ବୋଲି ଚାଣକ୍ୟ କହିଛନ୍ତି। ସେମାନେ ଆପଣଙ୍କ ସାହାଯ୍ୟ ମନବୃତ୍ତିକୁ କେଉଁ ବି ଢଙ୍ଗରେ ନେଇ ପାରନ୍ତି। କିଏ କହିବ ଆପଣଙ୍କ ସାହାଯ୍ୟକୁ ସେ ନିଜର ବୋକାପଣ ହେତୁ କଦର୍ଥ କରି ନବସିବେ। ତେଣୁ ସେମାନଙ୍କଠାରୁ ମଧ୍ୟ ଦୂରତା ଅବଲମ୍ବନ କରିବା ଭଲ।

ସମ୍ବନ୍ଧିତ ଖବର