ପୂର୍ବରୁ ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟଙ୍କ ଉପଦେଶକୁ ନେଇ ଅନେକ ଲେଖା ପଢ଼ିସାରିଛେ। ସେ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ନିଶ୍ଚିତ ବୋଲି ବିଶ୍ବାସ ରହିଛି । ଚାଣକ୍ୟଙ୍କୁ କେହି କେହି କୌଟିଲ୍ୟ ନାମରେ ବି ଜାଣନ୍ତି। ଜୀବନ-ଦର୍ଶନ ଉପରେ ସେ ଅନେକ ହିତୋପଦେଶ ଦେଇ ଯାଇଛନ୍ତି, ଯାହା ଆଜି ବି ଲୋକଙ୍କୁ ଉଚିତ ମାର୍ଗ ଦେଖାଉଛି।
ତେବେ ଆଚାର୍ଯ୍ୟ ଚାଣକ୍ୟ ସଫଳତାକୁ ନେଇ ଦେଇଥିବା ମନ୍ତ୍ର ଆମ ସଭିଙ୍କ ପାଇଁ ଜରୁରି। ତାଙ୍କ କଥା ମାନି ଚାଲିଲେ ସଫଳତା ପାଇବାରୁ କେହି ରୋକି ପାରିବେ ନାହିଁ। ଚାଣକ୍ୟଙ୍କ ସଫଳ ହେବାର ପ୍ରଥମ ମନ୍ତ୍ର ହେଉଛି ପରିଶ୍ରମ କରିବା। ପରିଶ୍ରମୀ ଲୋକ କେବେ ବି ବିଫଳ ହୁଅନ୍ତି ନାହିଁ। ତେଣୁ ନିଜକୁ ଆଗକୁ ନେବା ପାଇଁ ନିଜର ସର୍ବସ୍ବ ଦେଇଦିଅନ୍ତୁ।
ଏହାକୁ ନେଇ ସଂସ୍କୃତରେ ଏକ ଶ୍ଳୋକ ବି ରହିଛି। ତାହା ହେଉଛି, ‘‘ୟଦ୍ ଦୂର୍ ୟଦ୍ ଦୂରାରାଧ୍ୟଂ ସଚ୍ଚ ଦୂରେ ବ୍ୟବସ୍ଥିତମ୍ଂ। ତତ୍ସବଂ ତପସ୍ୟା ସାଧେ ତପୋ ହି ଦୂରାତିକ୍ରମମ୍’’। ଏହି ଶ୍ଳୋକ ଜରିଆରେ ଆଚାର୍ଯ୍ୟ ଚାଣକ୍ୟ ଜଣାଇଛନ୍ତି ଯେ ‘‘କଠିନ ସମୟରେ କେଉଁ ବି ବ୍ୟକ୍ତିର ସବୁଠାରୁ ବଡ଼ ଅସ୍ତ୍ର ତା’ର ପରିଶ୍ରମ। ଯାହା ଦ୍ବାରା ସେ ନିଜ ସମୟକୁ ବଦଳାଇପାରେ। ସେଥିପାଇଁ ଅସୁବିଧା ସମୟରେ ବ୍ୟକ୍ତିକୁ ଅଧିକ ପରିଶ୍ରମ କରିବା ଜରୁରୀ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/31/new-project-10-2025-07-31-17-29-36.jpg)