ଚାଣକ୍ୟ ହେଉଛନ୍ତି ଜଣେ ଭାରତୀୟ ଶିକ୍ଷାଦାତା, ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା। ତାଙ୍କୁ ଲୋକେ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତଙ୍କ ନାମରେ ବି ଜାଣନ୍ତି। ସେ ହେଉଛନ୍ତି ବିଶାଳ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା। ସେ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି। ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ଦୃଷ୍ଟିରେ ଏପରି କିଛି ଲୋକ ଥାଆନ୍ତି, ଯାହାଙ୍କଠାରୁ କେବେ ସାହାଯ୍ୟ ଗ୍ରହଣ କରିବା ଉଚିତ ନୁହେଁ।

Advertisment

ସେମାନଙ୍କ ମଧ୍ୟରୁ ଲୋଭୀ ବ୍ୟକ୍ତି ଅନ୍ୟତମ। ମନେ ରଖନ୍ତୁ କେବେ କୌଣସି ଲୋଭୀ ଲୋକଠାରୁ ସାହାଯ୍ୟ ନେବେ ନାହିଁ। ଏଭଳି ଲୋକ କେବଳ ନିଜ ଫାଇଦା ବିଷୟରେ ଚିନ୍ତା କରିଥାନ୍ତି। ସେମାନେ ଖୁବ୍ ସ୍ବାର୍ଥୀ ହୋଇଥାନ୍ତି। ସେମାନେ ନିଜ ଫାଇଦ‌ା ପାଇଁ ସାମ୍ନା ଲୋକର କ୍ଷତି କରିବାକୁ ବି ପଛାନ୍ତି ନାହିଁ।

ଖରାପ ଚରିତ୍ରର ନାରୀଙ୍କଠାରୁ ବି ସାହାଯ୍ୟ ନେବା ଅନୁଚିତ। ସେମ‌ାନଙ୍କଠାରୁ ସର୍ବଦା ଦୂରତା ବଜାୟ ରଖିବା ଉଚିତ। ସେମାନେ ନିଜର ସ୍ବାର୍ଥ ପୂରା କରିବା ପାଇଁ ସାମ୍ନା ଲୋକର ବ୍ୟବହାର କରିଥାନ୍ତି।

ଈର୍ଷାଳୁଙ୍କଠାରୁ ବି କେବେ ସାହାଯ୍ୟ ନିଅନ୍ତୁ ନାହିଁ। ସେମାନେ ଆପଣଙ୍କୁ ସହାଯ୍ୟ କରିଦେଲେ ବି ପରବର୍ତ୍ତୀ ସମୟରେ ଆପଣଙ୍କୁ ଈର୍ଷା କରି ଅନ୍ୟ ସମ୍ମୁଖରେ ଆପଣଙ୍କ ବିଷୟରେ ଗପିବାର ସୁଯୋଗ ଛାଡ଼ିବେ ନାହିଁ।

କେବେ କୌଣସି ମୁର୍ଖ ଲୋକଠାରୁ ସାହାଯ୍ୟ ନେବାର ଭୁଲ୍‌ ତ ଆଦୌ କରନ୍ତୁ ନାହିଁ। ଆପଣ ଯଦି ନିଜର କିଛି ସମସ୍ୟା କହି ତାଙ୍କଠାରୁ ସାହାଯ୍ୟ ନେଇଥାନ୍ତି ତ ସେ ବିନା ଚିନ୍ତା କରି ଅନ୍ୟ ସମ୍ମୁଖରେ ଆପଣଙ୍କ ଗୁପ୍ତ କଥାକୁ କହିପାରନ୍ତି।