ଆଚାର୍ଯ୍ୟ ଚାଣକ୍ୟଙ୍କ କଥାକୁ ବିଶ୍ବାସ କରନ୍ତି କି? ତାଙ୍କର ଅନେକ ନୀତିବାଣୀ ଅଛି ଯାହା ଆମର ଦୈନନ୍ଦିନ ଜୀବନର ଚଳଣି ପାଇଁ ବେଶ୍‌ ଜରୁରି। ଚାଣକ୍ୟ କହିଛନ୍ତି ଯେ ଘରର ସକାରାତ୍ମକ ପରିବେଶ ଜଣେ ବ୍ୟକ୍ତିର ବିକ‌ାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ।

Advertisment

ତାଙ୍କ ନୀତି ଶାସ୍ତ୍ରରେ ସେ କହିଛନ୍ତି ଯେ କେବଳ ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାନ୍ତି, ଯାହାଙ୍କ ଘରର ପରିବେଶ ସକାରାତ୍ମକ ଥାଏ। ଲକ୍ଷ୍ମୀ ସର୍ବଦା ଏପରି ଘରେ ବାସ କରିଥାନ୍ତି। ମାଆ ଲକ୍ଷ୍ମୀ କେବେ ବି ଏପରି ଘର ଛାଡନ୍ତି ନାହିଁ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ ପ୍ରତିଦିନ ଅସନ୍ତୋଷ ଦେଖା ଯାଉଥିବା ଘରେ ଲକ୍ଷ୍ମୀ ରହନ୍ତି ନାହିଁ। ପ୍ରତିଦିନ ଝଗଡ଼ା, ମାଡ଼ପିଟ୍‌ ହେଉଥିବା ଘରକୁ ମାଆ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ଯେଉଁଥିପାଇଁ ସମଗ୍ର ପରିବାରର ଉନ୍ନତି ବନ୍ଦ ହୋଇଯାଏ। ଲୋକଙ୍କ ଆତ୍ମବିଶ୍ୱାସ ନଷ୍ଟ ହୋଇଯାଏ। ପ୍ରତିଦିନ ନୂଆ ନୂଆ ଅସୁବିଧା ଦେଖା ଯାଇଥାଏ।

ପରିବାରର ପ୍ରତ୍ୟେକ ଲୋକଙ୍କର ଅନ୍ୟ ଲୋକ ପ୍ରତି ସ୍ନେହ ଓ ସମ୍ମାନ ରହିବା ଉଚିତ। ତାହାଲେ ଯାଇ ଘରର ପରିବଶେ ଭଲ ହୁରେ। ଏଭଳି ଘରେ ରହିବାକୁ ଲକ୍ଷ୍ମୀ ଖୁବ୍ ଭଲପାଆନ୍ତି। ସେ ଘରେ ଶାନ୍ତି ଦେଖା ଯାଇଥାଏ।

ପରିବାର ଭିତରେ ଜଣେ ଅନ୍ୟ ଜଣଙ୍କୁ ପ୍ରତିଦ୍ବନ୍ଦୀ ବୋଲି ଭାବନ୍ତୁ ନାହିଁ। ଏପରି କରିବା ଦ୍ବାରା ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହୋଇଥାଏ। ଏହି କାରଣରୁ, ଘରର ସୁଖ ଏବଂ ଶାନ୍ତି ଧୀରେ ଧୀରେ ଦୂରେଇ ଯାଏ।