ଯଦି ଆପଣ ଜୀବନରେ ସଫଳତାର ଶିଖରରେ ପହଞ୍ଚିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଚାଣକ୍ୟଙ୍କ ନୀତି ଅନୁସରଣ କରନ୍ତୁ। କୁହାଯାଏ ଯେ ଚାଣକ୍ୟ ନୀତି ଅନୁସରଣ କଲେ ଗରିବ ଲୋକଙ୍କର ମଧ୍ୟ ଅଭାବ ଦୂର ହୋଇଥାଏ। ଚାଣକ୍ୟ ତାଙ୍କ ନୀତିରେ ସଫଳତା ପାଇବା ପାଇଁ କେତୋଟି ନିର୍ଦ୍ଦିଷ୍ଟ ପଥକୁ ଅନୁସରଣ କରିବାକୁ କହିଛନ୍ତି।
ସଫଳ ହେବାର ପ୍ରଥମ ସୂତ୍ର ହେଉଛି କାର୍ଯ୍ୟ ପ୍ରତି ସଚ୍ଚୋଟତା। ଯେଉଁମାନେ ପରିଶ୍ରମ କରନ୍ତି, ସେମାନଙ୍କ ପ୍ରତି ମାତା ଲକ୍ଷ୍ମୀ ଦୟା ଭାବ ପ୍ରଦର୍ଶନ କରନ୍ତି। ଚାଣକ୍ୟ ଆହୁରି ବି କହିଛନ୍ତି ଯେ ସଙ୍କଟ ସମୟରେ ଲୋକମାନେ ଅନେକ ସମୟରେ ପଥଭ୍ରାନ୍ତ ହୋଇ ଭୁଲ ରାସ୍ତାରେ ଯାଆନ୍ତି। ମାତ୍ର ସେହି ସମୟକୁ ଜଗି ଉଚିତ ମାର୍ଗରେ ଯିବାକୁ ପଡ଼ିବ।
ଯେଉଁମାନେ କଠିନ ସମୟରେ ମଧ୍ୟ ନିଜ କାର୍ଯ୍ୟକୁ ସଚ୍ଚୋଟ ଭାବରେ କରନ୍ତି, ସେମାନଙ୍କର ପରିଶ୍ରମ ବ୍ୟର୍ଥ ହୁଏ ନାହିଁ। ଏହିପରି ଲୋକମାନେ ଗରିବରୁ ଶୀଘ୍ର ଧନୀ ହୋଇଥାନ୍ତି।
ବ୍ୟକ୍ତି ସର୍ବଦା ନିଜର ଲକ୍ଷ୍ୟ ହାସଲ ଦିଗରେ ଧ୍ୟାନ ଦେବା ଉଚିତ୍। ଏହା ଜଣେ ବ୍ୟକ୍ତିଙ୍କୁ ସଫଳ ହେବାରେ ସାହାଯ୍ୟ କରେ। ଧର୍ଯ୍ୟେ ହେଉଛି ମଣିଷର ସବୁଠାରୁ ବଡ଼ ଗୁଣ। ଭଲ ସମୟରେ ନିଜର ସ୍ଥିତି ପାଇଁ କଦାପି ଗର୍ବ କରନ୍ତୁ ନାହିଁ, ଖରାପ ସମୟରେ ଆଦୌ ଧର୍ଯ୍ୟେ ହରାନ୍ତୁ ନାହିଁ। ଏପରି କରୁଥିବା ବ୍ୟକ୍ତି କେବେ ଦୁଃଖ ଅନୁଭବ କରନ୍ତି ନାହିଁ, ତାଙ୍କ ଜୀବନ ଖୁସିରେ ଚାଲିଥାଏ।
ନିଜର ଭାଷା ପ୍ରତି ସର୍ବଦା ଯତ୍ନବାନ ହେବା ଆବଶ୍ୟକ। କେବେ କହିବେ? କେଉଁଠାରେ କହିବେ ତାହା ଚିନ୍ତା କରି କୁହନ୍ତୁ। ଜଣେ ବ୍ୟକ୍ତି ତାଙ୍କ ଆଚରଣ ଦ୍ୱାରା ଲୋକଙ୍କ ସହିତ ଏକ ଭଲ ସମ୍ପର୍କ ବଜାୟ ରଖିପାରେ। ସାମାନ୍ୟ ଭୁଲ ହେତୁ, ସମ୍ପର୍କ ନଷ୍ଟ ହୋଇପାରେ ମଧ୍ୟ।