ଚାଣ୍ୟକ୍ୟ ନୀତି ଅନୁଯାୟୀ ଏହି ତିନି ଶ୍ରେଣୀର ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଅନୁଚିତ

ସାଧାରଣତଃ ଆମକୁ ଅନ୍ୟମାନଙ୍କର ସାହାଯ୍ୟ କରିବା ବିଷୟରେ ସଦାସର୍ବଦା କୁହାଯାଇଥାଏ।କାହିଁକିନା ଯେଉଁ ବ୍ୟକ୍ତି ଅନ୍ୟର ସାହାଯ୍ୟ କରନ୍ତି ଭଗବାନ ସର୍ବଦା ହିଁ ତାଙ୍କ ପାଖେ ପାଖେ ରୁହନ୍ତି ଓ ତାଙ୍କର ଭଲ କରିଥା’ନ୍ତି।ତେବେ ଚାଣକ୍ୟ ନୀତି ଅନୁଯାୟୀ,ଏହି ତିନି ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ବ୍ୟକ୍ତିର ଦୁଃଖର ମାତ୍ରା ବଢ଼ିଯାଏ ବୋଲି କୁହାଯାଇଅଛି।
ଆସନ୍ତୁ ଜାଣିବା ଚାଣ୍ୟକ୍ୟ ନୀତି ଅନୁଯାୟୀ କେଉଁ କେଉଁ ତିନି ଶ୍ରେଣୀର ବ୍ୟକ୍ତିଙ୍କୁ ଆମର ସାହାଯ୍ୟ କରିବା ଅନୁଚିତ ..

୧-ପ୍ରଥମତଃ ଆପଣ କୌଣସି ଦୁଷ୍ଟ ପ୍ରକୃତି ସ୍ତ୍ରୀଲୋକର ଭରଣ ପୋଷଣ କରନ୍ତୁ ନାହିଁ:-ଯଦି କୌଣସି ସ୍ତ୍ରୀ ଲୋକ ଖରାପ ଚରିତ୍ରର ଅଟେ,ଦୁଷ୍ଟ ତଥା ଖରାପ ପ୍ରକୃତିର ହୋଇଥାଏ;ତେବେ ତାଙ୍କର ଭରଣ-ପୋଷଣ କରୁଥିବା ପୁରୁଷକୁ କେବେ ବି ସୁଖ ମିଳେ ନାହିଁ। କାହିଁକିନା ଏମିତି ସ୍ତ୍ରୀଲୋକଙ୍କର କେବଳ ଧନ ସଂପତ୍ତିରେ ମୋହ ରହିଥାଏ।ତେଣୁ ଭଲ ପୁରୁଷ ଯଦି ଏମାନଙ୍କ ସଂସ୍ପର୍ଶରେ ରହିବେ ,ତେବେ ସେମାନଙ୍କୁ ଘର ପରିବାର ସହିତ ସମାଜରେ ମଧ୍ୟ ଅପମାନିତ ହେବାକୁ ପଡ଼ିଥାଏ।
୨-ଦ୍ୱିତୀୟତଃ ଆପଣ କୌଣସି ମୁର୍ଖ ବ୍ୟକ୍ତିଙ୍କୁ ଉପଦେଶ ଦିଅନ୍ତୁ ନାହିଁ:-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ,ଯଦି କୌଣସି ସ୍ତ୍ରୀ କିମ୍ବା ପୁରୁଷ ମୁର୍ଖ ଅଟନ୍ତି,ତାହା ହେଲେ ତାଙ୍କୁ ଜ୍ଞାନ କିମ୍ବା ଉପଦେଶ ଦିଅନ୍ତୁ ନାହିଁ ।କାହିଁକିନା ଆମେ ତାଙ୍କୁୁ ଜ୍ଞାନ ଦେଇ ତାଙ୍କର ଭଲ ଚିନ୍ତା କରିଥାଉ,କିନ୍ତୁ ସେହି ବ୍ୟକ୍ତି ଏହି କଥାକୁ ବୁଝି ପାରିନଥାଏ। ଏଥିସହିତ ବୁଦ୍ଧିହୀନ ଲୋକ ଅଯଥା ତର୍କବିତର୍କ କରିଥାଆନ୍ତି, ଯେଉଁଥିରେ କି ଆମର ମୂଲ୍ୟବାନ୍‌ ସମୟ ନଷ୍ଟ ହୋଇଥାଏ। ଏହାସହିତ ବୁଦ୍ଧିହୀନ ବ୍ୟକ୍ତିଙ୍କୁ ବୁଝାଇବା ଦ୍ୱାରା ମଧ୍ୟ ଆମର ମାନସିକ ଚାପ ବଢ଼ିଥାଏ।ଏଥିପାଇଁଏପରି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଦରକାର।

photo-youtube

୩-ତୃତୀୟତଃ ଯେଉଁ ବ୍ୟକ୍ତି ସର୍ବଦା ଦୁଃଖରେ ରହିଥାଏ,ତାହା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍‌ ଅଟେ:-ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ,ଯେଉଁ ବ୍ୟକ୍ତି ଭଗବାନ ଦେଇଥିବା ସୁଖ ଓ ଶାନ୍ତିରେ ସନ୍ତୁଷ୍ଟ ନ ହୋଇ ଦୁଃଖୀ ରହିଥା’ନ୍ତି,ସେମାନଙ୍କ ସହିତ ରହିବା ଦ୍ୱାରା ଆମକୁ ବି ଦୁଃଖ ମିଳିଥାଏ,କାହିଁକିନା ବୁଦ୍ଧିମାନ ବ୍ୟକ୍ତିଙ୍କୁ ଯାହା ମିଳିଥାଏ,ସେ ସେଥିରେ ଖୁସି ଓ ପ୍ରସନ୍ନ ହୋଇଥା’ନ୍ତି।ହେଲେ ସର୍ବଦା ଦୁଃଖି ରହୁଥିବା ବ୍ୟକ୍ତି ଅନ୍ୟର ଖୁସିରେ ଈର୍ଷା କରିଥା’ନ୍ତି ଓ ସେମାନଙ୍କୁ ନୀଚ୍ଚ କରିବାକୁ ଚେଷ୍ଟା କରିଥା’ନ୍ତି। ଏହିଭଳି ଈର୍ଷା ମନ ରଖୁଥିବା ଆଉ ଦୁଃଖୀ ରହୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ହୋଇଥାଏ।

ସମ୍ବନ୍ଧିତ ଖବର