‘ମହାମାରୀ କରୋନାରେ ଯୁକ୍ତରାଷ୍ଟ୍ର ଆମେରିକା କିଭଳି ପ୍ରଭାବିତ, ଏହା କାହାକୁ ଅଛପା ନାହଁ। ମାତ୍ର, ଏହାର ଅନ୍ୟତମ ରାଜ୍ୟ ଓହାୟୋ ରାଜ୍ୟରେ ଲକ୍ଡାଉନ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇନାହିଁ। ଏଇଠୁ ବୁଝିହେବ ଯେ ଏହି ଦେଶର ସ୍ଥିତି କ'ଣ?' ବୋଲି 'ସମ୍ବାଦ'କୁ କହିଛନ୍ତି ଓହାୟୋ ରାଜ୍ୟ କଲମ୍ବସ୍ ସହରର ପ୍ଲାଙ୍କଲି କାଉଣ୍ଟି ଅଞ୍ଚଳରେ ରହୁଥିବା ଚନ୍ଦନ କୁମାର ପଣ୍ଡା।
ଚନ୍ଦନ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରର ଅବସରପ୍ରାପ୍ତ ସାଉଥ୍କୋ' କର୍ମଚାରୀ ସୁବାସ ଚନ୍ଦ୍ର ଚନ୍ଦ୍ର ପଣ୍ଡାଙ୍କ ପୁଅ। ସେ ସେଠାରେ ଆଇଟି କମ୍ପାନି କଗ୍ନିଜେଣ୍ଟରେ କାର୍ଯ୍ୟ କରୁଛନ୍ତି। ଓହାୟୋର ପରିସ୍ଥିତି ସମ୍ପର୍କରେ ଚନ୍ଦନ କହିଛନ୍ତି ଯେ, ‘ଏଠାରେ ଲକ୍ଡାଉନ୍ ଲାଗୁ କରାଯାଇନଥିଲେ ସୁଦ୍ଧା ସହରରେ ସ୍କୁଲ୍ , କଲେଜ, ହୋଟେଲ ସହ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ମାତ୍ର, ଲୋକମାନେ ଚାହିଁଲେ ବାହାରକୁ ଯାଇପାରୁଛନ୍ତି ଏବଂ ବୁଲିପାରୁଛନ୍ତି। ଏହି ସହରର ୧୦ ହଜାର ଆଇଟି କମ୍ପାନି କର୍ମଚାରୀ ଥିଲେ ବି ସମସ୍ତେ ଘରୁ ଥାଇ କାମ କରୁଛନ୍ତି। ମୁଁ ଯେଉଁ ସହର ଫ୍ଲାଙ୍କଲି କାଉଣ୍ଟିରେ ରହୁଛି, ସେଠାରେ ଅଦ୍ୟାବଧି ୧୩୨୦ ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି, ଓହାୟୋରେ ଅଦ୍ୟାବଧି ମୋଟ ୯,୧୦୭ଟି ପଜିଟିଭ୍ ମାମଲା ଥିଲାବେଳେ ୪୧୮ ଜଣଙ୍କର ମୃତ୍ୟୁ ହୋଇଛି।'' ସେହି ଦୃଷ୍ଟିରୁ ଆମ ଦେଶ କି ରାଜ୍ୟ ଯେଉଁ ଆଗୁଆ ପଦକ୍ଷେପ ଦେଇଛନ୍ତି, ତାହା ଅତ୍ୟନ୍ତ ସ୍ବାଗତ୍ଯୋଗ୍ୟ ବୋଲି,' କହିଛନ୍ତି ଚନ୍ଦନ।
(ଚନ୍ଦନଙ୍କ ସହିତ କଥା ହୋଇଥିଲେ ‘ସମ୍ବାଦ’ ଜୟପୁର ସଂସ୍କରଣର ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ କୁମାର ପଟ୍ଟନାୟକ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/chandan.jpg)