ବାପା ମାଆଙ୍କ ଛାଡ଼ପତ୍ର ପରେ ସୁପ୍ରିମ୍‌କୋର୍ଟଙ୍କୁ ଧନ୍ୟବାଦ କାର୍ଡ ହେଲେ ୧୦ ବର୍ଷିଅ ବାଳକ

ଚଣ୍ଡିଗଡ଼: ଦୀର୍ଘ ଦିନ ଧରି ମାମଲା ଚାଲିବା ପରେ ଶେଷରେ ବାପାମାଆଙ୍କ ଛାଡ଼ପତ୍ର ହେବା ଖୁସିରେ ଚଣ୍ଡିଗଡ଼ର ୧୦ ବର୍ଷିଅ ବାଳକ ସୁପ୍ରିମ୍‌କୋର୍ଟଙ୍କୁ ଧନ୍ୟବାଦ ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଳଟିଛି। ବାଳକ ଜଣକ ଏକ ପୋଷ୍ଟ୍‍କାର୍ଡରେ ନିଜ ହସ୍ତ ଲିଖିତ ଏହି ଧନ୍ୟବାନ କାର୍ଡ ସୁପ୍ରିମ୍‌କୋର୍ଟଙ୍କୁ ଦେଇଛନ୍ତି।

ସେ କାର୍ଡ ଉପରେ ଲେଖିଛନ୍ତି କି ‘ଭଗବାନଙ୍କ ପାଖରେ ସବୁବେଳେ କିଛି ନା କିଛି ତୁମ ପାଇଁ ନିଶ୍ଚୟ ଥାଏ। ସବୁ ସମସ୍ୟାର ଚାବିକାଠି, ସବୁ ଛାଇ ପାଇଁ ଆଲୋକ, ସବୁ ଦୁଃଖ ପରେ ଆଶ୍ୱସ୍ତି ଏବଂ ସବୁ କାଲି ପାଇଁ ଏକ ଯୋଜନା।’

ଗତ ୫ ତାରିଖରେ କୋର୍ଟରେ ଶୁଣାଣି ସମୟରେ ବାଳକ ଜଣକ ଏହି କାର୍ଡ କୋର୍ଟଙ୍କୁ ଦେଇଥିଲେ। ୨୦୧୧ ମସିହା ଦମ୍ପତି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଦୀର୍ଘ ୭ ବର୍ଷ ପରେ କୋର୍ଟ  ସେମାନଙ୍କୁ ନୀତିଗତ ଭାବେ ଅଲଗା ହେବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଦମ୍ପତି ୧୯୯୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ଏକ ଝିଅ ମଧ୍ୟ ଅଛି।

ସମ୍ବନ୍ଧିତ ଖବର