ଚର୍ଚ୍ଚାରେ ନୋ ପାର୍କିଂ ଗୀତ: ସଚେତନ କରାଇବା ପାଇଁ ଦଲେର ମେହେନ୍ଦୀଙ୍କ ବୋଲୋ ତାରାରାରା ଗୀତର ସ୍ୱରରେ ଗାଇଲେ ଟ୍ରାଫିକ ପୁଲିସ

ଚଣ୍ଡିଗଡ଼ : ରାସ୍ତାରେ ସୁରକ୍ଷିତ ଭାବେ ଯାନବାହାନ ଯିବା ଆସିବା କରିବାକୁ ନେଇ ସରକାର ଟ୍ରାଫିକ ନିୟମ ବନାଇଛନ୍ତି । କିନ୍ତୁ ଲୋକେ ଏହାକୁ ମାନିବାକୁ ନାରଜ । ସେପ୍ଟେମ୍ବର ୧ରେ ମୋଟରଯାନ ଆଇନରେ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏହାକୁ ନେଇ ଲୋକେ ସଚେତନ ହୋଇଥିଲେ ସତ, କିନ୍ତୁ ଏବେ ପୁଣି ପୂର୍ବଭଳି ଅବସ୍ଥା ଦେଖିବାକୁ ମିଳୁଛି । ଚଣ୍ଡିଗଡ଼ରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କରାଯାଉଥିବା ଦେଖି ଜଣେ ଟ୍ରାଫିକ ପୁଲିସ କରିଥିବା କାମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟ୍ରାଫିକ ପୁଲିସଜଣଙ୍କ ମାଇକ୍ରୋ ଫୋନ ଧରି ଗୀତ ଗାଇ ଗାଇ ଚାଳକଙ୍କୁ ସଚେତନ କରାଉଥିବା ଦେଖାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କ ଗୀତ ବୋଲୋ ତାରାରାରା ସ୍ୱରରେ ଟ୍ରାଫିକ ପୁଲିସ ଜଣଙ୍କ ଗୀତ ଗାଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି । ଭୁଲ ସ୍ଥାନରେ ଗାଡ଼ି ପାର୍କ ନ କରିବା ପାଇଁ ଗୀତ ଜରିଆରେ ଲୋକଙ୍କୁ ଟ୍ରାଫିକ ପୁଲିସଜଣଙ୍କ କହିବାକୁ ଚେଷ୍ଟା କରିଛନ୍ତି ।

ସମ୍ବନ୍ଧିତ ଖବର