ଭୁବନେଶ୍ବର: ଚାଲିଛି ଚନ୍ଦ୍ରଗ୍ରହଣ। ଅକ୍ଟୋବର ୨୮ ତାରିଖ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଲାଗିସାରିିଛି। ଏହି ଚନ୍ଦ୍ର ଗ୍ରହଣ ଭାରତ ସମତେ ଆହୁରି ଅନେକ ଦେଶରେ ଲାଗିପାରେ। ତେବେ ଜାଣିବାକୁ ମିଳିଛି ଯେ ଏହି ଗ୍ରହଣ ପୂର୍ଣ୍ଣ ନୁହେଁ, ଆଂଶିକ।
ଆପଣ ଜାଣନ୍ତି ଯେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟୋପରାଗ ସମୟରେ କିଛି ଜିନିଷକୁ ନେଇ କଟକଣା ରହିଛି। ସେଥିରୁ ପ୍ରଥମଟି ହେଉଛି ଗ୍ରହଣ ସମୟରେ ବାହାରକୁ ବାହାରିବା ମନା। ସେଥିପାଇଁ ଆମକୁ ଯାତ୍ରା ନିୟମକୁ ମାନିବା ଉଚିତ।
ପୁରାଣନୁସାରେ ଗ୍ରହଣ ସମୟରେ ଲମ୍ବା ଯାତ୍ରା କରିବା ଅନୁଚିତ। ଯଦି ଆପଣ କେଉଁ ବି ଦୂର ବାଟକୁ ଭ୍ରମଣ ଯୋଜନା କରିଛନ୍ତି ତ ସେଥିରୁ ଓହରି ଯାଆନ୍ତୁ। ଯଦି ନିହାତି ଜରୁରୀ ଅଛି। ଘରୁ ବାହାରକୁ ନବାହାରିଲେ ଚଳିବନି, ତେବେ ନିଜ ମୁଣ୍ଡରେ କପଡ଼ା ଗୁଡ଼ାଇ ବାହାରକୁ ବାହାରନ୍ତୁ। ଯଦି ବି କୌଣସି ଜରୁରୀ କାମରେ ବାହାରକୁ ବାହାରିଛନ୍ତି ତ ତାହାକୁ ଜଲ୍ଦି ଶେଷ କରି ଘରକୁ ଫେରିଆସନ୍ତୁ।
ଗ୍ରହଣ ସମୟରେ ସିଧା ଆଖିରେ ଆକାଶକୁ ଦେଖନ୍ତୁ ନାହିଁ। ଯଦି ଦେଖିବାକୁ ଚାହାନ୍ତି ତ ଆଖିରେ ଚଷମା ଲଗାନ୍ତୁ। ଖାଲି ଆଖିରେ ଚନ୍ଦ୍ରକୁ ଦେଖିଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।
ଗର୍ଭବତୀ ମହିଳାମାନେ ଅଧିକ ଯତ୍ନବାନ ହୁଅନ୍ତୁ। ସେମାନେ ଆଦୌ ବି ବାହାରକୁ ବାହାରିବା ଉଚିତ ନୁହେଁ। କୁହନ୍ତି ଗର୍ଭରେ ଥିବା ପିଲା ଉପରେ କୁପ୍ରଭାବ ପଡ଼ିଥାଏ।
ଏସବୁ ହେଉଛି ପୌରାଣିକ ମତ। ଯଦି ଆପଣ ପୁରାଣଶାସ୍ତ୍ରକୁ ବିଶ୍ବାସ କରନ୍ତି ତ ଏସବୁକୁ ମାନିପାରନ୍ତି। ଏଠାରେ କୌଣସି ବୈଜ୍ଞାନିକ ମତ ଉପସ୍ଥାପନ କରାଯାଇନାହିଁ।